ପଡିଆରେ ଲଢେଇ, ପାଭିଲିୟନରେ ପ୍ରେମୀ ଯୁଗଳ କ୍ଲିନ ବୋଲ୍ଡ ‌, ଭିଡିଓ ଭାଇରାଲ୍

Published By : Prameya-News7 Bureau | November 29, 2020 IST

ସିଡନୀ ୨୯।୧୧: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କଡା ମୁକାବିଲା ଚାଲିଥିଲା। ମାତ୍ର ଅଚାନକ ଲୋକଙ୍କ ଧ୍ୟାନ ଅନ୍ୟ ଏକ ଦିଗ ପ୍ରତି ଯାଇଥିଲା। ଜଣେ ଭାରତୀୟ ଯୁବକ ଗ୍ୟାଲେରୀରେ ମ୍ୟାଚ୍ ଦେଖିବା ବେଳେ ଅଷ୍ଟ୍ରେଲିଆ ପ୍ରେମିକାଙ୍କୁ ପ୍ରପୋଜ୍ କରିଥିଲେ। ରବିବାର ପଡିଆରେ ଯେଉଁ ସମୟରେ ବଲ୍‌ ଓ ବ୍ୟାଟ୍‌ ମଧ୍ୟରେ ଲଢେଇ ଚାଲିଥିଲା ସେହି ସମୟରେ ପ୍ରେମିକ ନିଜର ପ୍ରେମିକାଙ୍କୁ ପ୍ରପୋଜ କରିଥିଲେ। ଏହାର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇ ଯାଇଛି।

ଯୁବକ ଆଣ୍ଠୁ ମାଡି ବସି ନିଜର ପ୍ରେମିକାଙ୍କୁ ମୁଦି ଦେଇ ପ୍ରପୋଜ୍ କରିଥିଲେ ଏବଂ ପ୍ରେମିକା ଖୁସି ଖୁସିରେ ଏହାକୁ ସ୍ଵୀକାର କରିଥିଲେ। ଦୁହେଁ ଆନନ୍ଦରେ ପରସ୍ପରକୁ ଆଲିଙ୍ଗନ କରି ଏହି ସଂପର୍କ ଉପରେ ମୋହର ମାରିଥିଲେ। ତାଙ୍କ ପାଖରେ ବସିଥିବା ଅନ୍ୟ ଦର୍ଶକ ମଧ୍ୟ କରତାଳି ଦେଇ ଦୁଇ ଯୋଡିଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ଖେଳ ସମୟରେ ଏହି ସମୟର ଦୃଶ୍ୟ ବେଶ୍ ଉପଭୋଗ୍ୟ ଥିଲା।

wp:html /wp:html

ଅନ୍ୟପଟେ ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥ୍‌ଙ୍କ ୬୪ ବଲରୁ ୧୦୪ ରନର ଶତକୀୟ ଇନିଂସ ସହାୟତାରେ ୪ ଓ୍ଵିକେଟ୍‌ ହରାଇ ୩୮୯ ରନ କରିଥିଲା। ସ୍ମିଥ୍‌ଙ୍କ ଭାରତ ବିପକ୍ଷରେ ଏହା ହେଉଛି ପଞ୍ଚମ ଦିନିକିଆ ଶତକ। ପ୍ରଥମ ମ୍ୟାଚ୍‌ରେ ମଧ୍ୟ ସେ ଆକର୍ଷଣୀୟ ଶତକ ଅର୍ଜନ କରିଥିଲେ। କେବଳ ଏତିକି ନୁହେଁ ଭାରତ ବିପକ୍ଷରେ ସେ କ୍ରମାଗତ ତୃତୀୟ ଶତକ ହାସଲ କରିଛନ୍ତି। ଜବାବରେ ଭାରତ ଅଧିନାୟକ ବିରାଟ କୋହଲିଙ୍କ ୮୯ ରନ ଓ କେଏଲ ରାହୁଲଙ୍କ ୭୬ ରନ ସହାୟତାରେ ୭ ଓ୍ଵିକେଟ୍ ହରାଇ ୩୨୦ ରନ କରିବାକୁ ସକ୍ଷମ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.