Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

୫.୬୨ ଲକ୍ଷ ଭାରତୀୟଙ୍କ ଫେସବୁକ୍‌ ଡାଟା ଚୋରି, କେମ୍ବ୍ରିଜ୍‌ ଆନାଲିଟିକା ବିରୋଧରେ ମାମଲା ରୁଜୁ କଲା ସିବିଆଇ

22/01/2021 at 5:35 PM

ନୂଆଦିଲ୍ଲୀ ୨୨/୦୧ : ଭାରତରେ ୫.୬୨ ଲକ୍ଷ ଫେସବୁକ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ମାମଲାରେ କେମ୍ବ୍ରିଜ୍ ଆନାଲିଟିକା ଲିମିଟେଡ୍‌ ଏବଂ ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ମାମଲା ରୁଜୁ କରିଛି ସିବିଆଇ । ୨୦୧୮ ମସିହାରେ ଏହାର ପ୍ରାରମ୍ଭିକ ଯାଞ୍ଚ ଆରମ୍ଭ କରିଥିଲା ସିବିଆଇ । ଅଭିଯୋଗ ପ୍ରମାଣିତ ହେବା ପରେ ଯାଞ୍ଚ ଏଜେନ୍ସି, ବ୍ରିଟେନ୍‌ର ଏହି କମ୍ପାନୀମାନଙ୍କ ବିରୁଦ୍ଧରେ କେସ୍‌ ଫାଇଲ କରିଛି ।

ସିବିଆଇ କହିବା ମୁତାବକ, ଡାଟା ଚୋରି ମାମଲାରେ ତଦନ୍ତ କରିବା ପାଇଁ, ଫେସବୁକ ଏବଂ କେମ୍ବ୍ରିଜ୍‌ ଆନାଲିଟିକାକୁ ନିୟମ ଉଲ୍ଲଂଘନ, ତଥ୍ୟଗୁଡିକର ଦୂରୁପୋଯୋଗ, ପ୍ରୋଫାଇଲିଂ ଏବଂ କମ୍ପାନୀ ସମ୍ବନ୍ଧିତ ଡାଟା ଦୂରୁପୋଯୋଗର ତଥ୍ୟ ମଗାଯାଇଥିଲା । ଏହି ତଥ୍ୟର ବ୍ୟବହାର ଗତ ନିର୍ବାଚନ ବେଳେ କରିବାର ସମ୍ଭାବନା ଥିଲା ।

ତେବେ ଏହାକୁ ନେଇ ଫେସବୁକ ତାର ସଫେଇରେ କହିଥିଲା ଯେ, ପ୍ରାୟ ୫.୬୨ ଲକ୍ଷ୍ୟ ଭାରତୀୟ ୟୁଜରଙ୍କର ତଥ୍ୟ ଅବୈଧ ଭାବେ ନିଆଯାଇଥିଲା । ଅନ୍ୟପଟେ କେମ୍ବ୍ରିଜ୍‌ ଆନାଲିଟିକା ଜବାବ ଦେଇଥିଲା ଯେ, ତାକୁ ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍‌ ପକ୍ଷରୁ କେବଳ ବ୍ରିଟେନ୍‌ ୟୁଜରମାନଙ୍କ ତଥ୍ୟ ମିଳିଥିଲା । ବ୍ରିଟେନ୍‌ର ଏହି ଦୁଇ କମ୍ପାନୀ ବିରୁଦ୍ଧରେ ଅପରାଧିକ କାର୍ଯ୍ୟକଳାପ ଏବଂ ଆଇଟି ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ସିବିଆଇ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଯାଞ୍ଚ ବେଳେ ସିବିଆଇ ଜାଣିବାକୁ ପାଇଛି ଯେ, ଗ୍ଲୋବାଲ ଟାଇମ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତା ଡଃ. ଆଲେକଜେଣ୍ଡାର କୋଗନ୍‌ ‘thisisyourdigitallife’ ନାମରେ ଏକ ଆପ୍ଲିକେସନ୍‌ ତିଆରି କରିଥିଲେ । ଫେସବୁକ୍‌ ପ୍ଲାଟଫର୍ମ ପଲିସି ଅନୁଯାୟୀ ଏହି ଆପ୍‌କୁ କେବଳ ଶିକ୍ଷଣୀୟ ଏବଂ ଅନୁସନ୍ଧାନ ଉଦ୍ଦେଶ୍ୟ ପାଇଁ ବ୍ୟବହାରକାରୀଙ୍କ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଏକାଠୀ କରିବା ପାଇଁ ଅନୁମତି ମିଳିଥିଲା । କିନ୍ତୁ ଏହି ଆପ୍‌ ଅବୈଧ ଭାବେ ଫେସବୁକ୍‌ ବ୍ୟବହାରକାରୀଙ୍କ ଡାଟା ଚୋରିକରୁଥିଲା ।  

   Related Posts