ରାତାରାତି ଚମକିଗଲା ପ୍ରବାସୀ ଭାରତୀୟଙ୍କ ଭାଗ୍ୟ: ଲଟେରୀରେ ଜିତିଲେ ୨୪ କୋଟି ଟଙ୍କା

Published By : Prameya-News7 Bureau | December 06, 2020 IST

ଆବୁ ଧାବି ୦୬/୧୨ : ସଂଯୁକ୍ତ ଆରବ ଇମିରେଟ୍ସରେ ରହୁଥିବା ଜଣେ ଭାରତୀୟଙ୍କର ବାମ୍ପ ଲଟେରୀ ଲାଗିଛି। ଆବୁ ଧାବିରେ ଆୟୋଜିତ ବିଗ ଟିକେଟ ରାଇଫଲରେ ଜର୍ଜ ଜେକବ୍ସ ୨୪ କୋଟି ଟଙ୍କା (୧୨ ମିଲିୟନ ଦିରହମ) ଜିତିଛନ୍ତି। ଆବୁ ଧାବି ଗଣମାଧ୍ୟମ ଖଲିଜ ଟାଇମ୍ସରୁ ଏହି ସୂଚନା ମିଳିଛି। ଜର୍ଜ ଜେକବ୍ସ ଆବୁ ଧାବିରେ ଆୟୋଜିତ ଅନଲାଇନ ବିଗ ଟିକେଟ ରାଇଫଲରେ ଅଂଶଗ୍ରହଣ କରିଥିଲେ। ରାତାରାତି ଜର୍ଜଙ୍କ ଭାଗ୍ୟ ଚମକି ଯାଇଛି।

ଖଲିଜ ଟାଇମ୍ସ ଖବର ଅନୁଯାୟୀ, ଦୁବାଇରେ ରହୁଥିବା ୫୧ ବର୍ଷ ବୟସ୍କ ଜର୍ଜ ଚିକିତ୍ସା ଉପକରଣ ବିକ୍ରେତା। ଗତ କିଛି ଦିନ ହେଲା ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ। ଲଟେରୀରେ ସେ ପାଖାପାଖି ୨୪କୋଟି ଟଙ୍କା ଜିତିଛନ୍ତି। ଏହି ଟଙ୍କା ତାଙ୍କୁ ଆଶ୍ବସ୍ତି ଦେଇଛି ବୋଲି ସେ କହିଛନ୍ତି। 

ଜର୍ଜ ଜେକବ୍ସ ନଭେମ୍ବର ୩୦ ତାରିଖରେ ଟିକେଟ କିଣିଥିଲେ। ଗତ ଦୁଇ ବର୍ଷ ହେଲା ସେ ଅନଲାଇନ ଟିକେଟ କିଣୁଛନ୍ତି। ଗୋଟିଏ ରଫ୍ଲ ଟିକେଟର ଦାମ ୫୦୦ ଦିରହମ। କିନ୍ତୁ ୧୦୦୦ ଦିରହମ ଦେଲେ ଦୁଇଟି ଟିକେଟ ସହ ଗୋଟିଏ ଫ୍ରି ମିଳିଥାଏ। ଏହି ଟିକେଟ୍ ଅଧିକାରିକ ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ ବିଗଟିକେଟ ଡଟ୍ ଏଇ (www.bigticket.ae) କୁ ଯାଇ କିଣିପାରିବେ କିମ୍ବା ଷ୍ଟୋରକୁ ଯାଇ କିଣିପାରିବେ। ଏହି ଟିକେଟ ଷ୍ଟୋର ଆବୁ ଧାବି ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ଆଗମନ ହଲ କାଉଣ୍ଟର ପାଖରେ ରହିଛି।

ଏହା ପୂର୍ବରୁ ମଧ୍ୟ ଅନେକ ଲୋକ ଲଟେରୀ ଜିତିଛନ୍ତି। ଲଟେରୀ ଲଗାଇବା ବହୁତ କଷ୍ଟ କାମ। ଲଟେରୀ ଜିତିବା ଭାଗ୍ୟର କଥା।

ନିକଟରେ ଭର୍ଜିନିଆ, ସଂଯୁକ୍ତ ରାଜ୍ୟ ଆମେରିକାର ଜଣେ ବ୍ୟକ୍ତି ଭର୍ଜିନିଆ ପିକ ୪ ଲଟେରୀ ଖେଳରେ ୨୫ ପ୍ଲେ ଜିତିଥିଲେ। ରେମଣ୍ଡ ହେରିଙ୍ଗଟନ ନାମକ ଜଣେ ଭାଗ୍ୟଶାଳୀ ବ୍ୟକ୍ତି ୧ ଡଲାରର ପ୍ରତ୍ୟେକ ୨୫ଟି ସମାନ ଟିକେଟ କିଣିଥିଲେ। ପ୍ରତ୍ୟେକ ଟିକେଟରେ ୪-୬-୪-୦ ର ସଠିକ ୪ଟି ଅଙ୍କର ସଂଯୋଜନା ଥିଲା। ଅଫିସିଆଲ ୱେବସାଇଟ ଅନୁସାରେ ଏହି ବ୍ୟକ୍ତି ଜଣକ ପ୍ରତ୍ୟେକ ଟିକେଟର ଶୀର୍ଷ ପୁରସ୍କାର ଜିତିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.