ଦୁବାଇରେ ମହିଳାଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା : ଭାରତୀୟଙ୍କୁ ୩ମାସ ଜେଲ୍

Published By : Prameya-News7 Bureau | January 29, 2020 IST

ଦୁବାଇ ୨୯/୧: ଦୁବାଇରେ ଜଣେ ଭାରତୀୟ ବ୍ୟକ୍ତିଙ୍କୁ ମଲରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅପରାଧରେ ୩ମାସର ଜେଲଦଣ୍ଡ ଶୁଣାଯାଇଛି। ସୂଚନା ଅନୁସାରେ ଏହି ଘଟଣା ଗତ ବର୍ଷ ଅଗଷ୍ଟ ୨ତାରିଖରେ ଘଟିଥିଲା। ୩୫ବର୍ଷ ବୟସ୍କା ସିରିୟାର ମହିଳା ଅଭିଯୋଗକାରୀ ମଲରେ ନିଜ ପିଲାଙ୍କ ସହ କିଣାକିଣି କରୁଥିଲେ। ମହିଳା କହିଥିଲେ ଯେ ଯୁବକ ତାଙ୍କୁ ଆପତ୍ତିଜନକ ଢ଼ଙ୍ଗରେ ଅନାଉଥିଲେ।

{"id":217337,"sizeSlug":"large"}

ମହିଳା କହିଥିଲେ ଯେ ଯେଉଁଭଳି ଭାବେ ସେ ମୋ ଶରୀରକୁ ଅନାଉଥିଲା ତାଙ୍କୁ ଡର ଲାଗିଥିଲା। ଏହି ଯୁବକ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁ କରୁ ତାଙ୍କ ପାଖକୁ ଚାଲିଯାଇଥିଲା। ଏହା ପରେ ସେ ହଠାତ୍ ତାଙ୍କୁ ପଛରୁ ମାଡ଼ି ବସିଥିଲା। ଏହା ପରେ ମହିଳା ରାଗି ଯାଇ ତାକୁ ପାଟି କରିଥିଲେ। ଘଟଣା ପରେ ଦୋକାନୀ ବ୍ୟକ୍ତିକୁ ଘେରି ତାକୁ ପୋଲିସ୍ ହେପାଜତରେ ଦେଇଥିଲେ। ପଚରାଉଚୁରା ସମୟରେ ବ୍ୟକ୍ତି ଜଣକ ଯୌନ ଶୋଷଣ କରିଥିବା ସ୍ବୀକାର କରିଥିଲା। ବ୍ୟକ୍ତିଙ୍କୁ ୩ମାସର ଜେଲ୍ ଦଣ୍ଡ ଶୁଣାଯାଇଥିଲା। ଜେଲ୍ ଦଣ୍ଡ ପୂରା ହେବା ପରେ ତାଙ୍କୁ ଭାରତ ପଠାଇ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.