Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||

୬ବର୍ଷ ପରେ ପାକିସ୍ତାନ ଜେଲରୁ ମୁକୁଳିଲେ ହମିଦ ଅନସାରୀ : ଫେସବୁକରେ ପାକିସ୍ତାନୀ ଝିଅ ସହ ପ୍ରେମ କରି ଫଶିଥିଲେ

19/12/2018 at 4:00 PM

ନୂଆଦିଲ୍ଲୀ୧୯|୧୨: ପାକିସ୍ତାନ ଜେଲରେ ୬ବର୍ଷ ସଜା କାଟି ଭାରତ ଫେରିଲେ ହମିଦ ଆନସାରୀ | ହମିଦ ଭାରତ ଫେରି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାଖ୍ୟାତ କରି ଖୁସି ବ୍ୟକ୍ତ କରିଥିଲେ | ହମିଦଙ୍କ ସହ ତାଙ୍କ ବାପା ମା ମଧ୍ୟ ଥିଲେ | ହମିଦଙ୍କ ବାପା ମା ପୁଅ ଦେଶ ଫେରିଥିବା ନେଇ ସୁଷମା ସ୍ୱରାଜଙ୍କୁ ଧନ୍ୟବାଦ ଜଣେଇଛନ୍ତି | ମଙ୍ଗଳବାର ଦିନ ହମିଦଙ୍କୁ ବାଘା ବର୍ଡ଼ରରୁ ଆଣିବା ପାଇଁ ବାପା ମା ଏବଂ ତାଙ୍କ ଭାଇ ଯାଇଥିଲେ |


୩୩ ବର୍ଷ ବୟସ୍କ ହମିଦ ଜଣେ ଇଂଜିନିୟର ଥିଲେ | ଫେସବୁକ ସମ୍ପର୍କରୁ ଜଣେ ପାକିସ୍ତାନୀ ଯୁବତୀଙ୍କ ସହ ହମିଦଙ୍କର ପ୍ରେମ ହୋଇଥିଲା | ଏହାପରେ ହମିଦ ପ୍ରେମିକାଙ୍କୁ ଦେଖା କରିବା ପାଇଁ ଅବୈଧ ଭାବେ ଭାରତ ସୀମା ପାର କରି ପାକିସ୍ତାନ ପଳାଇଥିଲେ | ତାଙ୍କୁ ୨୦୧୨ ମସିହାରେ ପାକିସ୍ତାନ ପୋଲିସ ଗିରଫ କରିଥିଲା | ମିଛ ପାକିସ୍ତାନୀ ପରିଚୟ ପତ୍ର ତିଆରି ରଖିଥିବା ଅଭିଯୋଗରେ ହମିଦଙ୍କୁ ପାକିସ୍ତାନ ସାମରିକ କୋର୍ଟ ୨୦୧୫ ମସିହା ଡିସେମ୍ବର ୧୫ ତାରିଖରେ ୩ ବର୍ଷ ଜେଲଦଣ୍ଡ ଆଦେଶ ଦେଇଥିଲେ | 


ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ କାବୁଲରୁ ଚାକିରୀ ଅଫର ଆସିଥିବା କହି ହମିଦ ମୁମ୍ବାଇରୁ ଆଫଗାନିସ୍ଥାନ ଯାଇଥିଲେ | ଏହାପରେ ସେ ମିଛ ପରିଚୟ ପତ୍ର ଦେଖାଇ ପାକିସ୍ତାନରେ ପହଂଚିଥିଲେ | ପାକିସ୍ତାନରେ ପହଂଚି ସେଠାରେ ଏକ ହୋଟେଲରେ ରହିଥିଲେ | ତାଙ୍କ ପ୍ରେମିକା ହମିଦଙ୍କ ହୋଟେଲରେ ରହିବା ବ୍ୟବସ୍ଥା କରିଥିଲେ | ନଭେମ୍ବର ୧୨ ତାରିଖରେ ହମିଦଙ୍କୁ ଭାରତୀୟ ଗୁଇନ୍ଦା ସନ୍ଦେହରେହୋଟେଲରୁ ଗିରଫ କରାଯାଇଥିଲା | ଯାଞ୍ଚ ବେଳେ ଜଣାପଡିଥିଲା ଯେ, ମିଛ ପରିଚୟ ପତ୍ର ହମିଦଙ୍କୁ ତାଙ୍କ ପ୍ରେମିକା ହିଁ ପଠେଇଥିଲେ | 


ସାମରିକ କୋର୍ଟର ଶୁଣାଣି ବିରୋଧରେ ହମିଦ ସେଠାକାର ହାଇକୋର୍ଟରେ ଆବେଦନ କରିଥିଲେ | ଆବେଦନରେ ସେ ନିର୍ଦୋଷ ବୋଲି ଦର୍ଶାଇଥିଲେ | ୨୦୧୮ ମସିହା ଅଗଷ୍ଟ ମାସରେ ହାଇକୋର୍ଟ ହମିଦଙ୍କ ଆବେଦନ ଖାରଜ କରିଦେଇଥିଲେ | କିନ୍ତୁ ଗୃହ ମନ୍ତ୍ରାଳୟ କୋର୍ଟଙ୍କୁ ଭରସା ଦେଇଥିଲେ ଯେ, ହମିଦଙ୍କୁ ଡିସେମ୍ବର ୧୫ ତାରିଖରେ ମୁକ୍ତ କରିଦିଆଯିବା | 


ହମିଦଙ୍କ ପରିବାର ଦିଲ୍ଲୀ ବର୍ସବ ମେଟ୍ରୋ ଷ୍ଟେସନ ପାଖରେ ରହନ୍ତି | ହମିଦଙ୍କୁ ପାକିସ୍ତାନ ଜେଲରୁ ମୁକ୍ତ କରିବା ପାଇଁ ତାଙ୍କ ବାପା ମା’ଙ୍କୁ ନିଜର ପୈତୃକ ଘର ବିକ୍ରି କରି ଦିଲ୍ଲୀ ଆସିବାକୁ ପଡିଥିଲା | ପ୍ରତି ସପ୍ତାହରେ ପାକିସ୍ତାନ କୋର୍ଟ ଯାଇ ପୁଅ କେଶର ତଦାରଖ କରିବାକୁ ପଡୁଥିଲା । ସେଥିପାଇଁ ସେମାନେ ଘର ବିକି ଦିଲ୍ଲୀରେ ରହିବାକୁ ପଳେଇ ଆସିଥିଲେ | ହମିଦଙ୍କ ବାପା ବ୍ୟାଙ୍କରେ ଚାକିରୀ କରୁଥିଲେ | ପୁଅକୁ ମୁକ୍ତ କରିବା ପାଇଁ ଶେଷରେ ହମିଦଙ୍କ ବାପା ବ୍ୟାଙ୍କ ଚାଲିରି ମଧ୍ୟ ଛାଡି ଦେଇଥିଲେ | 

   Related Posts