Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

୨୦୧୭ମସିହାରୁ ନିଖୋଜ ଥିବା ଭାରତୀୟ ଇଂଜିନିୟର ଏବେ ପାକିସ୍ତାନ ଜେଲରେ, ପରିବାରଲୋକେ ଟିଭି ଦେଖି ଚିହ୍ନିଲେ

20/11/2019 at 2:22 PM

ନୂଆଦିଲ୍ଲୀ ୨୦।୧୧: ପାକିସ୍ତାନରେ ଅବୈଧ ଭାବରେ ପ୍ରବେଶ କରିବା ସମୟରେ ଗିରଫ ଦୁଇ ଭାରତୀୟଙ୍କ ମଧ୍ୟରୁ ଜଣେ ତେଲେଙ୍ଗାନାର ସଫଟଓ୍ବେର ଇଂଜିନିୟର  ପ୍ରଶାନ୍ତ ବେନଧାମ ବୋଲି ଜଣାପଡିଛି । ପ୍ରଶାନ୍ତଙ୍କ ପରିବାର ଲୋକଙ୍କ କହିବାନୁସାରେ ସେ ୨୦୧୭ରୁ ସେ ନିଖୋଜ ଥିଲେ, ପାକିସ୍ତାନ ପକ୍ଷରୁ ପ୍ରଶାନ୍ତ ଧରାପଡିଥିବା ଖବର ଟିଭିରେ ପ୍ରସାରିତ ଦେଖିବା ପରେ ପରିବାର ଲୋକ ପ୍ରଶାନ୍ତ ପାକିସ୍ତାନରେ ଗିରଫ ହୋଇଛନ୍ତି ବୋଲି ଜାଣିବାକୁ ପାଇଲେ ।

ମାଧାପୁରର ଶେର-ଇନଫ୍ରା-ଟେକ୍ କମ୍ପାନୀରେ ୩୧ବର୍ଷୀୟ ପ୍ରଶାନ୍ତ କାର୍ଯ୍ୟ କରୁଥିଲେ । ତାଙ୍କ ବାପା ବାବୁରାଓ ବେନଧାମଙ୍କ କହିବାନୁଯାୟୀ, ତାଙ୍କ ପୁତ୍ର ୧୧ଅପ୍ରେଲ ୨୦୧୭ର ସକାଳ ୯ଟା ସମୟରେ ଅଫିସ ଯିବା ପାଇଁ ଘରୁ ବାହାରିଥିଲେ । ହେଲେ ତାପରେ ସେ ଆଉ   ଘରୁ ଫେରିନଥିଲେ। ପ୍ରଶାନ୍ତ ଚାକିରି କରିଥିବା  ଅଫିସର ଜଣେ ବିବାହିତ ନାରୀ ତାଙ୍କ ପୁଅକୁ ବିବାହ କରିବାକୁ ଚାହୁଥିଲେ ବୋଲି  ପ୍ରଶାନ୍ତଙ୍କ ବାପା କହିଛନ୍ତି ।

ପ୍ରଶାନ୍ତଙ୍କୁ ବିବାହ କରିବାକୁ ଚାହୁଥିବା  ଝିଅ ବେଙ୍ଗାଲୁରୁରେ ରହି କାମ କରୁଛନ୍ତି ବୋଲି ପ୍ରଶାନ୍ତ ଜାଣିଥିଲେ, ପରେ ଝିଅଟି ସ୍ବିଜରଲ୍ୟାଣ୍ଡ ଯାଇଥିବା ଖବର ପାଇ ପ୍ରଶାନ୍ତ ମଧ୍ୟ  ତାଙ୍କୁ ଭେଟିବା ପାଇଁ ସ୍ବିଜରଲ୍ୟାଣ୍ଡ ଯାଇଥିଲେ  । ପ୍ରଶାନ୍ତ ସ୍ବିଜରଲ୍ୟାଣ୍ଡ ଯିବା ପରଠାରୁ ତାଙ୍କର କୌଣସି ଖବର ନାହିଁ ବୋଲି ପରିବାର ଲୋକେ କହିଛନ୍ତି । ତେବେ ସେ ଝିଅର ଭାରତ ଫେରବା ପରେ ହିଁ ସମସ୍ତଘଟଣାର ସତ୍ୟତା ଜଣାପଡିବ । ସେପଟେ ପରିବାର ଲୋକେ ବିଦେଶ ମନ୍ତ୍ରାଳୟ ର ସାହାଯ୍ୟ ମାଗିଛନ୍ତି ।

   Related Posts