Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆଜି ଭାରତୀୟ ଶକ୍ତି ମଞ୍ଚକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ହେବେ ସାମିଲ

26/10/2020 at 3:32 PM

ନୂଆଦିଲ୍ଲୀ, ୨୬|୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟା ୫ଟା ୩୦ରେ ଇଣ୍ଡିଆ ଏନର୍ଜି ଫୋରମ ବା ଭାରତୀୟ ଶକ୍ତି ମଞ୍ଚରେ ଉଦବୋଧନ ଦେବେ । ଏନେଇ ନିଜେ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶକ୍ତି ବିଭାଗର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ଭାରତର ନୂଆ ଶକ୍ତି ଉତ୍ସ ଉପରେ ଚର୍ଚ୍ଚା ହେବ ।

ପୂର୍ବରୁ ଏହି କାର୍ଯ୍ୟକ୍ରମ ୨୬ରୁ ଅକ୍ଟୋବର ୨୮ ମଧ୍ୟରେ ହେବ ବୋଲି ସୂଚନା ମିଳିଥିଲା ।ଏହି ୩ଦିନ ଧରି କାର୍ଯ୍ୟକ୍ରମର ଆୟୋଜନ ହେବ । ଏହାର ଉଦଘାଟନ ପ୍ରଧାନମନ୍ତ୍ରୀ ମୋଦୀ କରିବେ ।

୧ ହଜାରରୁ ଅଧିକ ପ୍ରତିନିଧି ହେବେ ସାମିଲ

ଏହାସହ ପ୍ରଧାନମନ୍ତ୍ରୀ ଭର୍ଚ୍ୟୁଆଲ ମାଧ୍ୟମରେ ଗ୍ଲାବାଲ ଅଏଲ ଆଣ୍ଡ ଗ୍ୟାସର ସିଇଓ ଏବଂ ଅନ୍ୟ ବିଶେଷଜ୍ଞଙ୍କ ସହ କଥା ହେବେ । ଏହା ଭାରତୀୟ ଶକ୍ତି ମଞ୍ଚର ଚତୁର୍ଥ ବର୍ଷ ଅଟେ । କୁହାଯାଇଛି ଯେ, ଏହି କାର୍ଯ୍ୟକ୍ରମରେ ଅନ୍ତରାଷ୍ଟ୍ରୀୟସ୍ତରର ଅନେକ ବିଶେଷଜ୍ଞ ଓ ପ୍ରତିନିଧିଙ୍କ ବ୍ୟତୀତ ୧ ହଜାର ଭାରତୀୟ ପ୍ରତିନିଧି ଯୋଗଦେବେ ।

ଏହି କାର୍ଯ୍ୟକ୍ରମରେ ଶକ୍ତିମନ୍ତ୍ରୀଙ୍କ ବ୍ୟତୀତ ଅନେକ ଉଦ୍ୟୋଗପତି, ଶିଳ୍ପପତି ଓ ଜାତୀୟ-ଅନ୍ତର୍ଜାତୀୟ ଶକ୍ତି ବିଶେଷଜ୍ଞ ଉଦବୋଧନ ଦେବେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓପେକର ମହାସଚିବ ମହମ୍ମଦ ବରକିଣ୍ଡୋ ଓ ସାଉଦି ଆରବର ଶକ୍ତିମନ୍ତ୍ରୀ ଅବ୍ଦୁଲ ବିନ ସଲମାନ ମଧ୍ୟ ଉପସ୍ଥିତ ରହିବେ ।

   Related Posts