Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଇଣ୍ଡିଆନ ଏନର୍ଜି ଫୋରମ୍ : ଭାରତରେ ନିବେଶ ପାଇଁ ମୋଦୀଙ୍କ ଆହ୍ୱାନ, କହିଲେ- ‘ଭାରତୀୟ ବଜାରକୁ କେହି ନଜରଅନ୍ଦାଜ କରିପାରିବେ ନାହିଁ’

26/10/2020 at 7:24 PM

ନୂଆଦିଲ୍ଲୀ, ୨୬୧୦:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସନ୍ଧ୍ୟା ୫ଟା ୩୦ରେ ଇଣ୍ଡିଆ ଏନର୍ଜି ଫୋରମ ବା ଭାରତୀୟ ଶକ୍ତି ମଞ୍ଚରେ ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି ଯେ, ଭାରତର ଶକ୍ତି କ୍ଷେତ୍ରରେ ଭବିଷ୍ୟତ ଅତି ଉଜ୍ଜ୍ୱଳ ରହିବ । ଏହା ଉପରେ ଦେଶ ଦ୍ରୁତ ଗତିରେ କାମ କରୁଛି । ଆଗାମୀ କିଚି ବର୍ଷରେ ଭାରତରେ ଶକ୍ତି ଚାହିଦା ଦ୍ୱିଗୁଣା ହୋଇଯିବ । ଭାରତୀୟ ବଜାରକୁ କେହି ନଜରଅନ୍ଦାଜ କରିପାରିବେ ନାହିଁ । ଏହାସହ ମୋଦୀ ସାରା ବିଶ୍ୱର ନିବେଶକଙ୍କୁ  ସ୍ୱଚ୍ଛ ଶକ୍ତିରେ ନିବେଶ କରିବା ପାଇଁ ଆହ୍ୱାନ କରିଛନ୍ତି ।

ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ସ୍ୱଚ୍ଛ ଶକ୍ତିରେ ନିବେଶ ପାଇଁ ଭାରତ ସବୁଠାରୁ ବଡ ବିକଳ୍ପ ଭାବେ ଉଭା ହୋଇଛି । ଏନର୍ଜି କରିଡର ପ୍ରତିଷ୍ଠା ପାଇଁ ଯୋଜନା ରହିଛି । ତୃତୀୟ ବୃହତ ଦେଶ ଭାବେ ଭାରତରେ ଘରୋଇ ଶକ୍ତିର ଚାହିଦା ଅଧିକ । ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ମଧ୍ୟ ଭାରତ ମହତ୍ତପୂର୍ଣ୍ଣ ଦେଶ । ଅଶୋଧିତ ତୈଳର ଭାରତ  ସବୁଠାରୁ ବଡ ଉପଭୋକ୍ତା ଅଟେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରମୁଖ ତୈଳ ଓ ଗ୍ୟାସ୍ କମ୍ପାନୀର ୪୫ଜଣ ସିଇଓ ସାମିଲ ହୋଇଥିଲେ ।

   Related Posts