ଆଇଟିଇଆରରେ ଇଣ୍ଡିଆନ୍ ଏନର୍ଜି କଂଗ୍ରେସ..ଚଳିତ ବର୍ଷର ଥିମ୍ “ଏନର୍ଜି ଚ୍ୟାଲେଞ୍ଜସ୍ ଆଣ୍ଡ ପ୍ରୋମିଜେସ୍”

Published By : Prameya-News7 Bureau | December 28, 2019 IST

ଭୁବନେଶ୍ବର ୨୮।୧୨ :  ଆଇଟିଇଆରରେ ଇଣ୍ଡିଆନ୍ ଏନର୍ଜି କଂଗ୍ରେସ ସମ୍ମିଳନୀ । ଚଳିତ ବର୍ଷର ଥିମ୍ ରହିଛି ଏନର୍ଜି ଚ୍ୟାଲେଞ୍ଜେସ୍ ଆଣ୍ଡ ପ୍ରୋମିଜେସ୍ । କୋଇଲା ବଦଳରେ ବିକଳ୍ପ ଭାବେ ସୋଲାର ଶକ୍ତି  ବ୍ୟବହାର ନେଇ ସମ୍ମିଳନୀରେ ଆଲୋଚନା ହୋଇଛି । ପ୍ରଦୂଷଣ ବଢୁଥିବାରୁ କୋଇଲା ବଦଳରେ ସୋଲାର୍ ଏବଂ ନ୍ୟୁକ୍ଲିୟର ଶକ୍ତି ବ୍ୟବାହର କରିବାକୁ ଆଲୋଚନା ।

{"id":203884,"sizeSlug":"large"}

ରାଜ୍ୟରେ ଦିନକୁ ଦିନ ପ୍ରଦୂଷଣ ବଢିବାରେ ଲାଗିଛି । ତେଣୁ ୟୁରୋପ ଭଳି ଆମକୁ ବି କୋଇଲା ପରିବର୍ତ୍ତେ ସୋଲାର୍ ଏବଂ ନ୍ୟୁକ୍ଲିୟର ଶକ୍ତିର ବ୍ୟବହାର ବଢ଼ାଇବାକୁ ପଡ଼ିବ । ଆଇଟିଇଆରରେ ଇଣ୍ଡିଆନ୍ ଏନର୍ଜି କଂଗ୍ରେସ ସମ୍ମିଳନୀରେ ଏଭଳି ମତ ପ୍ରକାଶ ପାଇଛି । ଏନର୍ଜି ଚ୍ୟାଲେଞ୍ଜେସ ଆଣ୍ଡ ପ୍ରୋମିଜେସ୍ ଥିମ୍ ନେଇ ସମ୍ମିଲନୀରେ ଆଲୋଚନା ହୋଇଛି । ପ୍ରତିଦିନ ଆମେ କେତେ ବିଦ୍ୟୁତ ବ୍ୟବହାର କରୁଛନ୍ତି , କେତେ ଆବଶ୍ୟକ, କେଉଁ ସୋର୍ସରୁ ବିଦ୍ୟୁତ ଉତ୍ପାଦନ କରାଯାଉଛି ଏବଂ କମ୍ ପ୍ରଦୂଷଣ କରି ଆମେ କେମିତି ବିଦ୍ୟୁତ ଉତ୍ପାଦନ କରିପାରିବା ସେ ନେଇ ସମ୍ମିଳନୀରେ ଆଲୋଚନା ଚାଲିଛି ।

{"id":203885,"sizeSlug":"large"}

ସୋଆ ଡିମଡ ଟୁ ବି ବିଶ୍ବବିଦ୍ୟାଳୟ ଏବଂ ନିଷ୍ଟ ଅଟୋନମସ୍ ବ୍ରହ୍ମପୁର ମିଳିତ ଭାବେ ଏହାକୁ ଆୟୋଜନ କରୁଛି । ସେଆ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୋଲାର ଏନର୍ଜି ଡିଭାଇସେସର କାର୍ଯ୍ୟ ଦକ୍ଷତା ବୃଦ୍ଧି ଉପରେ ଗବେଷଣା କରୁଛନ୍ତି । କମ୍ ବିଦ୍ୟୁତ ଖର୍ଚ୍ଚ ହେଉଥିବା ବିଦ୍ୟୁତ ଉପରକରଣ ଏବଂ ବିଦ୍ୟୁତକୁ କିଭଳି ଷ୍ଟୋର କରିହେବ ସେନେଇ ଗବେଷଣା କରିଛନ୍ତି ଛାତ୍ରଛାତ୍ରୀ । ତେବେ ଏହି ସମ୍ମିଳନୀରେ ଅନ୍ତର୍ଜାତୀୟ ସୌର ଲମୂହ ଡିଜି ଉପେନ୍ଦ୍ର ତ୍ରିପାଠୀ, ରାଜ୍ୟ ଶକ୍ତି ବିଭାଗ ସଚିବ ବିଷ୍ଣୁପଦ ସେଠୀ, ସୋଆ ଡିମଡ ଟୁ ବି ବିଶ୍ବବିଦ୍ୟାଳୟ ଡିନ୍ ପି.କେ ନନ୍ଦ, ବିପିୟୁଟି ଭିସି ପ୍ରଫେସର ସି.ଆର. ତ୍ରିପାଠୀ, ପ୍ରମୁଖ ଯୋଗ ଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.