ଠକାମୀର ଶିକାର ହେଲେ ଡାକ୍ତର : ବାବାଙ୍କ ଠାରୁ କିଣିଥିଲେ ‘ଆଲ୍ଲାଦିନ ଲ୍ୟାମ୍ପ’, ଘରକୁ ଆଣି ଦେଖନ୍ତି ତ….

Published By : Prameya-News7 Bureau | December 18, 2020 IST

ନୂଆଦିଲ୍ଲୀ ୧୮/୧୨ : ନକଲି ‘ଆଲ୍ଲାଦିନ ଲ୍ୟାମ୍ପ’ କିଣି ଠକାମୀର ଶିକାର ହୋଇଛନ୍ତି ଜଣେ ଭାରତୀୟ ଡାକ୍ତର । ଧନୀ ଏବଂ ସଫଳତା ହାସଲ କରିବା ପାଇଁ ପ୍ରାୟ ୭୨ ହଜାର ପାଉଣ୍ଡରେ କିଣିଥିଲେ । କିନ୍ତୁ ପରେ ଏହା ନକଲି ବୋଲି ଜାଣିବା ପରେ ଡାକ୍ତରଜଣକ ଆଇନର ଆଶ୍ରୟ ନେଇଛନ୍ତି ।  

ସୂଚନା ଅନୁସାରେ ଉତ୍ତର ପ୍ରଦେଶର ଡାକ୍ତର ଲିଆକ୍ ଖାନଙ୍କୁ ଜଣେ ଠକ ନିଜକୁ ଅଲୌକିକବାଦୀ କହି  ‘ଆଲ୍ଲାଦିନ ଲ୍ୟାମ୍ପ’ ଦେଖାଇବା ସହିତ ସେଥିରୁ ମଧ୍ୟରୁ ଅଭୁତ ଆଲୋକ ଦେଖାଇଥିଲା । ଏଥିରେ ପ୍ରଭାବିତ ହୋଇ ଡାକ୍ତରଜଣକ ‘ଆଲ୍ଲାଦିନ ଲ୍ୟାମ୍ପ’କୁ ପ୍ରାୟ ୭୧ ଲକ୍ଷ ୫୦ ହଜାର ଟଙ୍କା ଦେଇ କିଣିଥିଲେ ଏବଂ ଏହାକୁ ଘରକୁ ଆଣିଥିଲେ । କିନ୍ତୁ ଘରେ ଆଣି ଦେଖନ୍ତି ତ ସେଥିରୁ କୌଣସି ଆଲୋକ ବାହାରୁନାହିଁ । ଏହା ପ​‌ରେ ​ ଜାଣିବାକୁ ପାଇଥିଲେ ଯେ, ସେ ଠକାମୀର ଶିକାର ହୋଇଛନ୍ତି । ଡାକ୍ତର ଲିଆକ୍ ଖାନ ତୁରନ୍ତ ଏବାବଦରେ ପୋଲିସକୁ ଜଣାଇଥିଲେ ।

ଡାକ୍ତରଜଣକ କହିଛନ୍ତି ଯେ, ଜଣେ ମହିଳାଙ୍କୁ ଚିକିତ୍ସା କରୁଥିବା ସମୟରେ ୨ ଜଣ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ । ତେବେ ସେହି ବ୍ୟକ୍ତି ଦୁଇଜଣ ଡାକ୍ତରଙ୍କୁ ଜଣେ ବାବାଙ୍କ ବିଷୟରେ କହିବା ସହ ତାଙ୍କୁ ଭେଟିବାକୁ ମାନସିକ ଭାବେ ରାଜି କରାଇବାକୁ ଚେଷ୍ଟା କରିଥିଲେ । ଡାକ୍ତରଜଣକ ବାବାଙ୍କୁ ଭେଟିବାକୁ ରାଜି ହୋଇଯାଇଥିଲେ ଏବଂ ଉକ୍ତ ବାବାଙ୍କୁ ଭେଟିଥିଲେ ।

ବାବାଙ୍କ କଥାରେ ବଶବର୍ତ୍ତି ହୋଇ ଧନ ସମ୍ପତ୍ତି, ଭଲ ସ୍ବାସ୍ଥ୍ୟ ଏବଂ ସୌଭାଗ୍ୟ ଅର୍ଜନ କରିବା ଆଶାରେ ଡାକ୍ତର ଉକ୍ତ ଆଲ୍ଲାଦିନ ଲ୍ୟାମ୍ପକୁ କିଣିଥିଲେ । କିନ୍ତୁ ଘରେ ଆଣି ଦେଖିବାକୁ ପାଇଥିଲେ ଯେ ଏହା ଏକ ନକଲି ‘ଆଲ୍ଲାଦିନ ଲ୍ୟାମ୍ପ’ ଥିଲା । ପୋଲିସ ଏହି ମାମଲାର ତଦନ୍ତ କରି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.