ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇଲେ ଇମରାନ ଖାନ୍, ଭାରତ କହିଲା- ଏବେ ପିଓକେକୁ ଖାଲି କରିବାକୁ ହେବ

Published By : Prameya-News7 Bureau | September 26, 2020 IST

ନ୍ୟୁୟର୍କ ୨୬/୦୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଗତକାଲି ଜାତିସଂଘର ୭୫ତମ ସାଧାରଣ ପରିଷଦକୁ ସମ୍ବୋଧନ କରିଥିଲେ। ଏହି ଅବସରରେ ସେ ପୁଣି କାଶ୍ମୀର ଉପରେ ବର୍ଷିଥିଲେ। ଭାରତ ତରଫରୁ ଏହାର ଜବାବ ରଖିବା ପାଇଁ ରାଜଦୂତ ମିଜିତୋ ବିନିତୋ ରାଇଟ ଟୁ ରିପ୍ଲାଏ ବା ଜବାବ ଦେବା ଅଧିକାର ପ୍ରୟୋଗ କରିବା ପାଇଁ ଜାତିସଂଘକୁ ଅନୁରୋଧ କରିଥିଲେ। ତେବେ ଏହା ପୂର୍ବରୁ ବିନିତୋ ଇମରାନଙ୍କ ସମ୍ବୋଧନ ପୂର୍ବରୁ ନିଜ ସ୍ଥାନରୁ ଉଠି ପଳାଇ ଥିଲେ। ଏଭଳି ମଝିରେ ସମ୍ବୋଧନ ଛାଡି ଚାଲିଯିବାରୁ ତାଙ୍କର ଅନେକ ପ୍ରଂଶସା ବି କରାଯାଉଛି। ତେବେ ସେ ଯେଉଁଭଳି ଭାବେ ପାକିସ୍ତାନକୁ କଡ଼ା ସମାଲୋଚନା କଲେ ତା’ପରଠୁ ସାମାଜିକ ଗଣମାଧ୍ୟମରେ ତାଙ୍କର ବେଶ ଚର୍ଚା ହେଉଛି।

ସେ ଇମରାନଙ୍କୁ ଜବାବ ଦେଇ କହିଛନ୍ତି ଗତ ୭୦ ବର୍ଷ ହେବ ପାକିସ୍ତାନ ପାଖରେ କେବଳ ଗୋଟିଏ ହିଁ ‘ମହାନତା’ ବଞ୍ଚିଛି ଓ ତାହା ହେଉଛି ଆତଙ୍କବାଦୀ। ଏହା ସହ ସେ ପାକିସ୍ତାନକୁ ସ୍ପଷ୍ଟ କରିଛନ୍ତି ​‌ଯେ ଭାରତ ପାଖରେ କେବଳ ପିଓକେର ଚର୍ଚା ବାକି ଅଛି ଓ ପାକିସ୍ତାନକୁ ଏହା ଉପରେ ବେଆଇନ କବଜା ଛାଡିବାକୁ ହେବ। ପାକିସ୍ତାନ ନେତା ଆଜି କହିଲେ ଏମିତି ଲୋକ ଯିଏ ଘୃଣା ଓ ହିଂସା ପ୍ରସାର କରିବା ଦିଗରେ କାମ କରୁଛନ୍ତି ସୋମନଙ୍କୁ ବେଆଇନ ଘୋଷଣା କରିଦେବା ଦରକାର। ମାତ୍ର ତାଙ୍କର ଏଭଳି କଥାରେ ଆମେ ବେଶ ଚିନ୍ତିତ ଯେ ସେ ନିଜ ବିଷୟରେ ନିଜେ ହିଁ କହୁଥିଲେ। ସେ ଆହୁରି କହିଲେ ଏହି ସଭାରେ ଆଜି ଏମତି ଜଣେ ବ୍ୟକ୍ତି (ଇମରାନ ଖାନ)ଙ୍କୁ ଶୁଣିଲି ଯାହାଙ୍କ ପାଖରେ ନିଜ ତରଫରୁ ଦେଖାଇବାକୁ କିଛି ନଥିଲା। ଯାହାଙ୍କ ପାଖରେ କୌଣସି ଏମିତ ଉପଲବ୍ଧି ନାହିଁ ଯେ ତା’ ଉପରେ ସେ ଆଲୋଚନା କରିପାରିବେ। ନା ତାଙ୍କ ପାଖରେ ଦୁନିଆକୁ ଦେବା ପାଇଁ କିଛି ପରାମର୍ଶ ଅଛି। ଏହା ବଦଳରେ ଆ​‌ମେ ଦେଖିଲୁ ଏହି ମହାସଭାରେ କେବଳ ମିଛ, ଭୁଲ ଖବର, ଯୁଦ୍ଧ ଧମକ ଓ ଦ୍ବେଷ ପ୍ରସାର କରିବାର କାମ କରାଗଲା।

କେବଳ ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେଉଁ ନେତାଙ୍କୁ ଆମେ ଶୁଣିଲେ ସେ ହେଉଛନ୍ତି ସେହି ବ୍ୟକ୍ତି ଯିଏ କି ଜୁଲାଇ ମାସରେ ନିଜ ସଂସଦର ଏକ ବିତର୍କ ସମୟ​‌ରେ ଆତାଙ୍କବାଦୀ ଓସମା ବିନ ଲାଦେନକୁ ଶହୀଦ କହିଥିଲେ।  ଇମରାନ ଭାଷଣଙ୍କୁ ସମାଲୋଚନା କରି ବିନିତୋ କହିଲେ ଆମେରିକାରେ ୨୦୧୯ରେ ସାର୍ବଜନୀନ ଭାବେ ଏହା ସ୍ବୀକାର କରିଥିଲା ଯେ ତାଙ୍କ ଦେଶରେ ଏବେ ବି ୩୦-୪୦ ହଜାର ଆତଙ୍କବାଦୀ ଅଛନ୍ତି। ଯେଉଁମାନଙ୍କୁ ପାକିସ୍ତାନ ତରଫରୁ ଟ୍ରେନିଂ ମିଳିଛି ଓ ଆଫଗାନିସ୍ତାନ ଓ ଜମ୍ମୁ-କଶ୍ମୀର ଇଲାକରେ ଆତଙ୍କବାଦ ପ୍ରସାର କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.