ଆଣ୍ଠେଇବ ଚୀନ: ଲଦାଖରେ ଦୁଇ ଗୁଣ ବଢିଲା ଭାରତୀୟ ଯବାନଙ୍କ ସଂଖ୍ୟା, ଧୋକାବାଜ୍‌ ଉପରେ ଆକାର୍ଶ ମାର୍ଗରୁ ତୀକ୍ଷ୍ଣ ନଜର

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ ୨୮।୦୬: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ଘନେଇବାରେ ଲାଗିଛି। ଉଭୟ ଦେଶ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ସୈନ୍ୟ, ଟ୍ୟାଙ୍କ, ଯୁଦ୍ଧାସ୍ତ୍ର ଠୁଳ କରିବାରେ ଲାଗିଛନ୍ତି। ଏହା ମଧ୍ୟରେ ଭାରତୀୟ ସେନା ଲଦାଖରେ ନିଜର ଉପସ୍ଥିତିକୁ ଦୁଇ ଗୁଣ ବଢାଇ ଦେଇଛି। କିଛି ମାସ ପୂର୍ବେ ସେନା ପୂର୍ବ ଲଦାଖର ଅନେକ ସ୍ଥାନରେ ମୁତୟନ ହୋଇ ସାରିଛି। ଏଲଏସିରେ ଚୀନ ବାସ୍ତବିକ ସ୍ଥିତିକୁ ବଦଳାଇବା ପାଇଁ କରୁଥିବା ଉଦ୍ୟମକୁ ଦୃଷ୍ଟିରେ ରଖି ଭାରତକୁ ଏହି ପଦକ୍ଷେପ ଉଠାଇବାକୁ ପଡିଛି।

ସୂଚନା ଅନୁଯାୟୀ ସେନା ପୂରା ଲଦାଖରେ ୪୦ ରୁ ୪୫ ହଜାର ଯବାନଙ୍କୁ ମୁତୟନ କରିଛି। ପ୍ରଥମେ ଏହି ସଂଖ୍ୟା ୨୦ ରୁ ୨୪ ହଜାର ଥିଲା। ଏହା ବ୍ୟତୀତ ଭାରତୀୟ ମାଟିର ସୁରକ୍ଷା ଲାଗି ଭାରତ-ତିବ୍ବତ ବର୍ଡର(ITBP)ର ଯବାନଙ୍କୁ ମଧ୍ୟ ମୁତୟନ କରିଛି। ଜଣେ ଅଧିକାରୀଙ୍କ ସୂତ୍ର ଅନୁଯାୟୀ ଚୀନ ସୈନିକଙ୍କ  ସଂଖ୍ୟା ଭାରତଠୁ ମଧ୍ୟ। ଚୀନ ସୈନିକଙ୍କ ସଂଖ୍ୟା ପ୍ରାୟ ୩୦ ରୁ ୩୫  ହଜାର ହେବ।

{"id":292932,"sizeSlug":"large"}

ଚୀନ ଲଦାଖର ଅନେକ ଅଞ୍ଚଳ ଯଥା ଚୁମାର, ଦେପସାଙ୍ଗ, ଡେମଚକ, ଗୋରଗା, ଗଲଓ୍ଵାନ, ପାଙ୍ଗଙ୍ଗ ହ୍ରଦ, ଟ୍ରିଗ୍ ହାଇଟ୍ସରେ ବାସ୍ତବିକ ସ୍ଥିତି ବଦଳାଇବା ଉଦ୍ଦେଶ୍ୟରେ ରହିଛି। ଏହାକୁ ଧ୍ୟାନରେ ରଖି ଭାରତ ଡ୍ରାଗନକୁ କଡା ଜବାବ ଦେବାକୁ ପ୍ରସ୍ତୁତି କରିଛି। ଭାରତୀୟ ସେନା ପକ୍ଷରୁ ଆକାଶ ମାର୍ଗରୁ ତୀକ୍ଷ୍ଣ ନଜର ମଧ୍ୟ ରଖାଯାଉଛି। ମେ ଶେଷ ସୁଦ୍ଧା ଚୀନ ଗୋରଗା ନିକଟରେ ଟ୍ୟାଙ୍କ ଓ ଆର୍ଟଲରି ଗନ ଠୁଳ କରିବା ଆରମ୍ଭ କରିଥିଲା। ଏହା ପୂର୍ବରୁ ମଧ୍ୟ ଚୀନ ଏଠାରେ ସୈନ୍ୟ ସଂଖ୍ୟା ବଢାଇ ଦେଇଥିଲା। ଏହା ସହିତ କାମ୍ବେଟ୍ ଫୋର୍ସକୁ ମଧ୍ୟ ମୁତୟନ କରିଥିଲା। ଅଧିକାରୀ କହିଛନ୍ତି ଚୀନର ଏହି କାମରୁ ଜଣା ପଡୁଛି ଯେ, ଏହାର ଉଦ୍ଦେଶ୍ୟ ଠିକ୍ ନୁହେଁ।

ସଦ୍ୟତମ ସୂଚନା ଅନୁଯାୟୀ, ଚୀନୀ ସେନା ପାଙ୍ଗଙ୍ଗ ସୋ ହ୍ରଦର ଆଖପାଖରେ ବୋଟ୍‌ ପାଟ୍ରୋଲିଂକୁ ଜୋରଦାର କରିଛି। ହ୍ରଦର ଉତ୍ତର ଦିଗରେ ନିଜର ସୈନିକ ସଂଖ୍ୟା ବଢାଇ ଦେଇଛି। ଫିଙ୍ଗର ୪ ଓ ଫିଙ୍ଗର ୮ ମଧ୍ୟରେ କୌଣସି ସ୍ଥାନରେ ଚୀନୀ ସୈନିକଙ୍କ ସଂଖ୍ୟା ୧ ହଜାରରୁ ଦେଢ ହଜାର ରହିଛି। ଚୀନୀ ସୈନିକ ଫିଙ୍ଗର ୪ ଓ ୮ ମଧ୍ୟରେ ବଙ୍କର୍ସ ଓ ତମ୍ବୁ କରିଛି ଯାହା ବାସ୍ତବିକ ସ୍ଥିତିର ସ୍ପଷ୍ଟ ଉଲ୍ଲଂଘନ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.