Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆମେରିକୀୟ ଡାକ୍ତର ଦମ୍ପତ୍ତି ହିନ୍ଦୁ ରୀତିନୀତିରେ କଲେ ପୁଣି ଥରେ ବିବାହ : କହିଲେ ‘ସବୁଠୁ ଭଲ ଲାଗିଲା ୭ବଚନ’

19/11/2019 at 3:40 PM

ଶିବପୁରୀ ୧୯/୧୧: ଆମେରିକାରୁ କୁଣ୍ଡଳିନୀ ଜାଗରଣ ବିଧା ଶିଖିବା ପାଇଁ ଶିବପୁରୀ ଆସିଥିବା ଡାକ୍ତର ଦମ୍ପତି ଗତକାଲି ଭାରତୀୟ ପରମ୍ପରା ଅନୁସାରେ ପୁଣି ଥରେ ବିବାହ କରିଛନ୍ତି। ନକ୍ଷତ୍ର ଗାର୍ଡ଼େନରେ ଆୟୋଜିତ ବିବାହ ସମାରୋହରେ ଡ. ଡେଭିଡ ବର ଏବଂ ତାଙ୍କ ପତ୍ନୀ ଡ. ନୈଲିସ୍ କନିଆଁ ହୋଇଥିଲେ। ନୈଲିସ୍ ମଥାରେ ଟିକିଲି ସହ ସିନ୍ଦୂର ମଧ୍ୟ ଲଗାଇଥିଲେ। ଆମେରିକୀୟ ଦମ୍ପତ୍ତି ବୟସ୍କଙ୍କଠୁ ଆଶୀର୍ବାଦ ମଧ୍ୟ ନେଇଥିଲେ। ବିବାହ ପରେ ଏହି ଆମେରିକୀୟ ଦମ୍ପତ୍ତି କହିଥିଲେ ଯେ ୭ଟି ବଚନ ସବୁଠୁ ଭଲ ଲାଗିଥିଲା ଯେଉଁଥିରେ ସ୍ବାମୀ-ସ୍ତ୍ରୀଙ୍କ ପରସ୍ପର ପ୍ରତି କର୍ତ୍ତବ୍ୟକୁ କୁହାଯାଇଛି।

ବିଶ୍ବ ଆଧ୍ୟାତ୍ମିକ ସଂସ୍ଥାନ ତରଫରୁ ଶିବପୁରୀରେ ଗତ ରବିବାର ତ୍ରି-ଦିବସୀୟ ଧ୍ୟାନ ଏବଂ ଯୋଗ ସହ କୁଣ୍ଡଳିନୀ ଜାଗରଣ ଶିବିର ଆୟୋଜନ କରାଯାଉଛି। ସଂସ୍ଥାନ ମୁଖ୍ୟଙ୍କ ଦ୍ବାରା ଆୟୋଜିତ ଏହି ନକ୍ଷତ୍ର ବାଟିକାରେ ଚାଲୁଥିବା ଏହି ଶିବିରରେ ସାମିଲ ହେବା ପାଇଁ ଆମେରିକାର ଆଟଲାଣ୍ଟାରୁ ୫୫ବର୍ଷ ବୟସ୍କ ଡ. ଡେଭିଡ ଏବଂ ତାଙ୍କ ୪୮ବର୍ଷ ବୟସ୍କା ପତ୍ନୀ ଡ. ନୈଲିସ୍ ମଧ୍ୟ ଶିବପୁରୀ ଆସିଛନ୍ତି।

ଡ. ଡେଭିଡ ଜଣେ ମେଡିସିନ୍ ବିଶେଷଜ୍ଞ ଏବଂ ତାଙ୍କ ପତ୍ନୀ ନୈଲିସ୍ ଜଣେ ଫାର୍ମାସିଷ୍ଟ। ଏହି ସ୍ବାମୀ ସ୍ତ୍ରୀ ଶିବିରରେ ବିଶ୍ବ ଆଧ୍ୟାତ୍ମିକ ସଂସ୍ଥାନର ମୁଖ୍ୟଙ୍କ ଠୁ କୁଣ୍ଡଳିନୀ ଜାଗରଣ ବିଧା ଶିଖୁଛନ୍ତି। ନକ୍ଷତ୍ର ଗାର୍ଡ଼େନରେ ଗତକାଲି ଧାକଡ଼ ପରିବାରର ବିବାହ ସମାରୋହ ଥିଲା। ଏହାକୁ ଦେଖି ଆମେରିକୀୟ ଡାକ୍ତର ଦମ୍ପତ୍ତି ଭାରତୀୟ ପରମ୍ପରା ଅନୁସାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

   Related Posts