ସିଡନୀରେ ହୋଟେଲ୍ ବାହାରକୁ ଯାଇ ପାରିବେ ନାହିଁ ଖେଳାଳି, ସିଏର କଡା ନିୟମକୁ ପାଳନ କରିବେ
4/01/2021 at 10:59 PM

ନୂଆଦିଲ୍ଲୀ ୦୪।୦୧: ଭାରତୀୟ ଟିମ୍ ସୋମବାର ସିଡନୀରେ ପହଞ୍ଚିଛି। ଏଠାରେ ଜାନୁଆରୀ ୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। କୋଭିଡ୍-୧୯ ନିୟମ ଉଲ୍ଲଂଘନ ବିବାଦକୁ ଦୁଇ କ୍ରିକେଟ୍ ବୋର୍ଡ ସମାଧାନ କରିବାକୁ ଚେଷ୍ଟା ଚଳାଇଛନ୍ତି। ଅପରପକ୍ଷେ ଭାରତୀୟ ପ୍ରବନ୍ଧକ କଡା ନିୟମକୁ ମଧ୍ୟ ମାନି ନେଇଛନ୍ତି ଏବଂ ପ୍ରବନ୍ଧନ ଖେଳାଳିଙ୍କୁ ପ୍ରଶିକ୍ଷଣ ବ୍ୟତୀତ ହୋଟେଲ୍ ବାହାରକୁକ ନଯିବାକୁ କହିଛି।
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହାର ସୂଚନା ଦେଇଛନ୍ତି। ଖେଳାଳିଙ୍କୁ ଜୈବ ନିରାପତ୍ତା ବଳୟ ମଧ୍ୟରେ ରହିବାକୁ ଏବଂ ହୋଟେଲ୍ରୁ ପଡିଆ ପର୍ଯ୍ୟନ୍ତ ସୀମିତ ରଖିବାକୁ କୁହାଯାଇଛି। ଅଧିକାରୀ କହିଛନ୍ତି, ଭାରତୀୟ ଦଳ କୋଭିଡ୍-୧୯ ପ୍ରଟୋକଲକୁ ସଂପୂର୍ଣ୍ଣ ଭାବେ ମାନିବେ। ଟିମ୍କୁ ହୋଟେଲ୍ ବାହାରକୁ ନଯିବାକୁ କୁହାଯାଇଛି। କେବଳ ଏତିକି ନୁହେଁ ଖେଳାଳି ସାମାଜିକ ଦୂରତା ନିୟମକୁ ମଧ୍ୟ ପାଳନ କରିବେ। ସେମାନେ କେବଳ ଟ୍ରେନିଂ କାର୍ଯ୍ୟସୂଚୀ ପାଳନ କରିବେ।
ଉଲ୍ଲେଖନୀୟ , ଭାରତର ପାଞ୍ଚ ଖେଳାଳି ରୋହିତ ଶର୍ମା, ଋଷଭ ପନ୍ତ, ଶୁବମାନ ଗିଲ୍, ପୃଥ୍ଵୀ ସ, ନବଦୀପ ସାଇନିଙ୍କୁ ମେଲବୋର୍ଣ୍ଣର ଏକ ରେସ୍ତୋରାଁ ଭିତରେ ଖାଦ୍ୟ ଖାଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ଜୈବ ନିରାପତ୍ତା ନିୟମର ଉଲ୍ଲଂଘନ ହୋଇଥିବା ଦର୍ଶାଇଥିଲେ।