Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଉର୍ଭଶୀ ରୌତେଲାଙ୍କୁ ବ୍ଲକ୍ କଲେ ଏହି କ୍ରିକେଟ୍‌ ତାରକା…

12/01/2020 at 9:31 AM

ମୁମ୍ବାଇ୧୨|୧: ବଲିଉଡ ଓ କ୍ରିକେଟ୍‌ ଦୁନିଆର ସମ୍ପର୍କ ବହୁତ ପୁରୁଣା। କ୍ରିକେଟ୍‌ ତାରକାଙ୍କ ସହ ଅଭିନେତ୍ରୀ ଉର୍ଭଶୀ ରୌତେଲାଙ୍କ ନାଁ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ପ୍ରଥମେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଉର୍ଭଶୀଙ୍କ ବନ୍ଧୁତ୍ବକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏବେ ହାର୍ଦ୍ଦିକ ଓ ନତାସାଙ୍କ ନିର୍ବନ୍ଧ  ଖବରଶୁଣିବାକୁ ମିଳିଛି।

ଏହା ପରେ ଉର୍ଭଶୀ ଓ ଭାରତୀୟ କ୍ରିକେଟ୍‌ ଟିମ୍‌ର ଓ୍ଵିକେଟ୍‌ କିପର ଋଷଭଙ୍କ ନାଁ ଯୋଡା ଯାଇଥିଲା। ଉଭୟଙ୍କୁ ଅନେକଥର ଏକା ସହ ସ୍ପଟ୍‌ କରାଯାଇଛି। ଦୁହେଁ ରିଲେସନଶିପ୍‌ରେ ଅଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏବେ ଆଉ ଏକ ମଜେଦାର ଖବର ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ ଯେ, ଋଷଭ ପନ୍ଥ ଉର୍ବଶୀ ରୌତେଲାଙ୍କୁ ବ୍ଲକ୍‌ କରିଦେଇଛନ୍ତି।ରିପୋର୍ଟ ଅନୁସାରେ ଗତ କିଛି ଦିନ ହେବ ଉର୍ଭଶୀ ଲଗାତାର ଋଷଭଙ୍କୁ ଫୋନ୍‌ କରୁଥିଲେ। ଏଥିପାଇଁ ସେ ବିରକ୍ତ ହୋଇ ଉର୍ଭଶୀଙ୍କୁ ବ୍ଲକ୍‌ କରିଦେଇଛନ୍ତି। ଋଷଭ ଭଏସ୍‌ କଲ୍‌ ଓ ହ୍ଵାଟ୍ସଆପ୍‌ରେ ଉର୍ବଶୀଙ୍କୁ ବ୍ଲକ୍‌ କରିଦେଇଛନ୍ତି।

ଉର୍ଭଶୀ ଓ ଋଷଭ ପରସ୍ପରକୁ ଡେଟ୍‌ କରୁଥିବା ନେଇ ସମସ୍ତେ ଜାଣିଥିଲେ। ହେଲେ ନ୍ୟୁୟିଅରରେ ଋଷଭ ନିଜ ପ୍ରେମିକା ଈଶା ନେଗୀଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ଇଣ୍ଟରନେଟ୍‌ରେ ଫଟୋ ଭାଇରାଲ ହେବା ପରେ ଉର୍ଭଶୀ ବାରମ୍ବାର ଋଷଭଙ୍କୁ କଲ୍‌ କରୁଥିଲେ। ଯେଉଁଥିପାଇଁ ଋଷଭ ତାଙ୍କୁ ବ୍ଲକ୍‌ କରିବାର ନିଷ୍ପତ୍ତି ନେଇଛନ୍ତି।

   Related Posts