Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇନଷ୍ଟାଗ୍ରାମରେ ସୁପର ଭାଇରାଲ୍ ହେଲା କ୍ରିକେଟର ମହମ୍ମଦ ଶମିଙ୍କ ପତ୍ନୀଙ୍କ ଠୁମକା : ୨୪ଘଣ୍ଟାରେ ଦେଖିଲେ ଲକ୍ଷାଧିକ ଲୋକ

10/05/2020 at 8:33 PM

ନୂଆଦିଲ୍ଲୀ ୧୦/୫: ଭାରତୀୟ ଟିମର ଦ୍ରୃତ ବୋଲର୍ ମହମ୍ମଦ ଶମିଙ୍କ ପତ୍ନୀ ହସିନ ଜହାଁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। କାରଣ ହେଉଛି ତାଙ୍କ ଡ୍ୟାନ୍ସ ଭିଡିଓ। ହସିନ ଜହାଁ ନିକଟରେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି। ତାଙ୍କ ଏହି ଡ୍ୟାନ୍ସ ଭିଡିଓ ଯୋଗୁଁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା। ଏବେ ହସିନ୍ ଜହାଁ ଗୋଟିଏ ନୁହେଁ ବରଂ ଦୁଇଟି ଡ୍ୟାନ୍ସ ଭିଡିଓ ସେୟାର କରି ଟ୍ରୋଲରଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ସେ ଡ୍ୟାନ୍ସ ଭିଡିଓ ସେୟାର କରି ଲେଖିଛନ୍ତି ଯେ,‘ ହାତୀ ଚାଲିଲେ କୁକୁର ଭୁକିଥାନ୍ତି।’

ହସିନ ଜହାଁ ଏହା ପରେ ଆଉ ଏକ ଡ୍ୟାନ୍ସ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ସେ ବ୍ଲେଣ୍ଡ ଶାଢ଼ୀ ପିନ୍ଧି ଚେୟାରରେ ବସି ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ସେୟାର କରି ସେ ଲେଖିଛନ୍ତି ଯେ ‘ ସେ ନିଆଁ ଲଗାଇ ଦେଇଛନ୍ତି ଏବେ ତୁମେ ଫାଟୁଥାଅ।’ ହସିନ ଜହାଁଙ୍କ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ଲୋକେ କମେଣ୍ଟ କରି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ତାଙ୍କ ଡ୍ୟାନ୍ସ ଭିଡିଓ ଚର୍ଚ୍ଚାରେ ରହିବା ଘଟଣା ଏହା ପ୍ରଥମ ଥର ନୁହେଁ । ହସିନ ଜହାଁଙ୍କ ଫଟୋ ଏବଂ ଭିଡିଓ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ। ହସିନ ଜହାଁଙ୍କ ଏହି ଆକାଉଣ୍ଟ ଭେରିଫାଇଡ ନୁହେଁ। କିନ୍ତୁ ତାଙ୍କ ଫଟୋ ଏବଂ ଭିଡିଓ ଏହି ଆକାଉଣ୍ଟ ଜରିଆରେ ସେୟାର ହୋଇଥାଏ।

୨୦୧୮ମସିହାରେ ହସିନ ଜହାଁ ତାଙ୍କ ସ୍ବାମୀ ମହମ୍ମଦ ଶମିଙ୍କ ବିରୁଦ୍ଧରେ ଫିକ୍ସିଂ ଏବଂ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଯାଞ୍ଚ ପରେ ବିସିସିଆଇ ଶମିଙ୍କୁ ମ୍ୟାଚ୍ ଫିକ୍ସିଂ ମାମଲାରେ କ୍ଲିନ୍ ଚିଟ୍ ଦେଇଥିଲା। ସେହି ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାରେ ଥିଲା। ହସିନ ଜହାଁ ଏବେ ମହମ୍ମଦ ଶମିଙ୍କଠୁ ଅଲଗା ହୋଇଯାଇଛନ୍ତି।

   Related Posts