୧୦ ବର୍ଷ ଡେଟ୍ କରିବା ପରେ ଗାର୍ଲଫ୍ରେଣ୍ଡକୁ ବିବାହ କଲେ ଏହି ଭାରତୀୟ କ୍ରିକେଟ୍‌ର

Published By : Prameya-News7 Bureau | August 09, 2020 IST

ନୂଆଦିଲ୍ଲୀ ୦୯।୦୮: ଭାରତୀୟ ଟିମ୍‌ ଅନକ୍ୟାପ୍‌ଡ ଓ୍ଵିକେଟ୍ ରକ୍ଷକ ବ୍ୟାଟସମ୍ୟାନ କେଏସ ଭରତ ୧୦ ବର୍ଷ ପର୍ଯ୍ୟନ୍ତ ଡେଟ୍‌ କରିବା ପରେ ଶେଷରେ ନିଜର ଗାର୍ଲଫ୍ରେଣ୍ଡ ଅଞ୍ଜଳୀଙ୍କୁ ବିବାହ କରିଛନ୍ତି। ଏହି ୨୬ ବର୍ଷୀୟ ଖେଳାଳି ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ବିବାହର ସୂଚନା ଦେଇଛନ୍ତି।

{"id":312139,"sizeSlug":"large"}

ଭରତ ସାମାଜିକ ଗଣମାଧ୍ୟମରେ ବିବାହର ଫଟୋ ସେୟାର କରି ଲେଖିଛନ୍ତି, ଆମକୁ ନିଜର ଭଲ ପାଇବା ମିଳି ଯାଇଛି ଏବଂ ଏବେ ଆମେ ଆଗାମୀ ଯାତ୍ରା ପାଇଁ ପ୍ରସ୍ତୁତ। ଉଲ୍ଲେଖନୀୟ ଭରତ ଏ ପର୍ଯ୍ୟନ୍ତ ଜାତୀୟ ଦଳ ପାଇଁ କ୍ରିକେଟ୍ ଖେଳି ନାହାନ୍ତି। ମାତ୍ର ସେ ଇଣ୍ଡିଆ ଏ ଟିମ୍‌ର ନିୟମିତ ସଦସ୍ୟ। ତାଙ୍କୁ ଜାତୀୟ ଦଳରେ ଦୁଇ ଥର ସ୍ଥାନ ମିଳିଛି ହେଲେ ପଦାର୍ପଣ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିନାହିଁ।

{"id":312140,"sizeSlug":"large"}

୨୦୧୯ ନଭେମ୍ବରରେ ଦଳ ପ୍ରବନ୍ଧକ ଋଷଭ ପନ୍ତଙ୍କୁ ବାଦ୍ ଦେବା ପରେ ଗୋପାଲୀ ବଲର ଟେଷ୍ଟ ପାଇଁ ଭରତଙ୍କୁ ରିଦ୍ଧିମାନ ଶାହାଙ୍କ ରିଜର୍ଭ ଖେଳାଳି ଭାବେ ଦଳରେ ସାମିଲ କରାଯାଇଥିଲା। ସେହି ପରି ଜାନୁଆରୀରେ ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ଶୃଙ୍ଖଳାରେ  ଭରତ ପୁଣି ଥରେ ଦ୍ଵିତୀୟ ଦିନିକିଆରେ ଋଷଭଙ୍କ ସ୍ଥାନ ନେଇଥିଲେ, ହେଲେ ଚୂଡାନ୍ତ ଏକାଦଶରେ ଖେଳିବାର ସୁଯୋଗ ମିଳିନଥିଲା।

{"id":312141,"sizeSlug":"large"}

ଭରତ କୌଣସି ବି ଆଇପିଏଲ ଦଳ ପକ୍ଷରୁ ଖେଳୁ ନାହାନ୍ତି। ସେ କହିଛନ୍ତି, ଯେବେ ସୁଯୋଗ ମିଳିବେ ସେ ଜାତୀୟ ଦଳ ଶିବିରର ଅଂଶ ହୋଇ ପାରିବେ। ରେକର୍ଡ ଉପରେ ନଜର ପକାଇଲେ ଭରତ ୭୮ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୪୨୮୩ ରନ କରିଛନ୍ତି। ଆନ୍ଧ୍ର ପ୍ରଦେଶର ଏହି ବ୍ୟାଟସମ୍ୟାନ ୫୧ ଲିଷ୍ଟ ଏ ମ୍ୟାଚ୍‌ରୁ ୧୩୫୧ ରନ କରିଥିବା ବେଳେ ୪୩ଟି ଟି-୨୦ ମ୍ୟାଚ୍‌ରେ ତାଙ୍କ ନାମରେ ୬୧୫ ରନ ରହିଛି। ସେ ଦିଲ୍ଲୀ ଡେୟାରଡେଭିଲ୍ସ ଟିମ୍‌ର ଖେଳାଳି ହେଲେ ତାଙ୍କ ଆଇପିଏଲ ଖେଳିବା ନେଇ ସଂପ୍ରତି କୌଣସି ସୂଚନା ମିଳିନାହିଁ।

{"id":312142,"width":578,"height":351,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.