ଦିନିକିଆ କ୍ରିକେଟରୁ ଅବସର ନେବେ ମାହି !

Published By : Prameya-News7 Bureau | January 09, 2020 IST

ମୁମ୍ବାଇ ୦୯|୦୧: କ୍ରିକେଟ୍ ଜଗତରେ ପୁଣି ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା । ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଧୋନିଙ୍କ ଅବସର ପ୍ରସଙ୍ଗରେ ଏକ ବଡ ବୟାନ ଦେଇଛନ୍ତି । ଶାସ୍ତ୍ରୀ କହିଛନ୍ତି ଯେ, ଆନ୍ତର୍ଜାତିକ ଦିନିକିଆ କ୍ରିକେଟରୁ ଧୋନୀ ଖୁବଶୀଘ୍ର ଅବସର ନେଇପାରନ୍ତି ବୋଲି କହିଛନ୍ତି । ଯାହାକି ଭାରତୀୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଧୋନୀଙ୍କ ଅବସର ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

{"id":209207,"sizeSlug":"large"}

୨୦୧୪ରେ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଧୋନି କ୍ରମାଗତ ଭାବେ ଟି-୨୦ ଓ ଦିନିକିଆ ମ୍ୟାଚ ଖେଳିଆସୁଥିଲେ । କିନ୍ତୁ ୨୦୧୯ରେ କ୍ରିକେଟ ବିଶ୍ବ କପ୍‌ ସେମିଫାଇନାଲ୍‌ ମ୍ୟାଚ ପରେ ଧୋନି ଆଉ କୌଣସି ମ୍ୟାଚ୍‌ ଖେଳିନାହାନ୍ତି ।

{"id":209208,"width":563,"height":315,"sizeSlug":"large"}

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ଚର୍ଚ୍ଚା ଦିନକୁ ଦିନ ଜୋର ଧରିବାରେ ଲାଗିଛି। ଏହା ମଧ୍ୟରେ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, , ଧୋନୀ ଅତିଶୀଘ୍ର ଦିନିକିଆ କ୍ରିକେଟରୁ ଦୂରେଇ ଯାଇପାରନ୍ତି । କିନ୍ତୁ ସେ ଟି୨୦ କ୍ରିକେଟ  ଖେଳ ଜାରି ରଖିବେ। ସେ ଟେଷ୍ଟ କ୍ରିକେଟରୁ ବହୁ ପୂର୍ବରୁ ଅବସର ନେଇ ସାରିଛନ୍ତି। ଯଦି ଶାସ୍ତ୍ରୀଙ୍କ କଥାକୁ ବିଶ୍ୱାସ କରାଯାଏ ତେବେ ଧୋନୀ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ନଜର ଆସିପାରନ୍ତି।

{"id":209209,"width":575,"height":319,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ଧୋନୀ ଦିନିକିଆରୁ ଅତିଶୀଘ୍ର ଅବସର ନେବାର ସଙ୍କେତ ମିଳୁଛି। ସେ କେବଳ ଟି୨୦ ଖେଳିବାକୁ ଚାହିଁବେ। ଏଥିପାଇଁ ତାଙ୍କୁ ପୁଣିଥରେ ଖେଳ ଆରମ୍ଭ କରିବାକୁ ହେବ। ଆଇପିଏଲରେ ସେ ଖେଳିବେ। ସେ ନିଜକୁ କେବେ ହେଲେ ଟିମ ଉପରେ ଲଦିବାକୁ ଚାହାଁନ୍ତି ନାହିଁ। ସେ ଆଉପିଏଲରେ ଭଲ ପ୍ରଦର୍ଶନ ଜାରି ରଖିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.