Thursday, March 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୈନିକଙ୍କ କ୍ୟାପ ପିନ୍ଧି ଆଜି ମ୍ୟାଚ ଖେଳୁଛି ଭାରତ : ଆଜିର ପାରିଶ୍ରମିକ ଦିଆଯିବ ପୁଲୱାମା ସହିଦ ପରିବାରଙ୍କୁ

ରାଞ୍ଚି ୮/୩ : ରାଞ୍ଚିରେ ଆଜି ଭାରତ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ ମ୍ୟାଚ ଚାଲିଛି | ଭାରତୀୟ କ୍ରିକେଟ ଦଳ ଯେତେବେଳେ ଷ୍ଟାଡିୟମକୁ ଓହ୍ଲାଇଥିଲା, ସେତେବେଳେ ଏକ ଅଲଗା ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଥିଲା |

ଏଭଳି ଦୃଶ୍ୟ ଆଜି ଯାଏଁ କେବେ କ୍ରିକେଟ ପଡିଆରେ ଦେଖିବାକୁ ମିଳିନଥିଲା | ଟସ ପୂର୍ବରୁ ମହେନ୍ଦ୍ର ସିଂ ଧୋନି ସମସ୍ତ ଭାରତୀୟ ଖେଳାଳୀଙ୍କୁ ଆର୍ମି କ୍ୟାପ ଦେଇଥିଲେ | ଟସ ବେଳେ କ୍ୟାପଟେନ ବିରାଟ କୋହଲି ମଧ୍ୟ ଆର୍ମି କ୍ୟାପ ପିନ୍ଧିଥିବା ଦେଖିବାକୁ ମିଳିଛି |

ଟସ ବେଳେ ପ୍ରଶାସକ ସମିତି ସଦସ୍ୟ ଏବଂ ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ ଖେଳାଳୀ ଇଦୁଲଜୀ ଆଜି ମହିଳା ଦିବସ ଅବସରରେ ରେଫରୀଙ୍କୁ ଟସ ପାଇଁ କଏନ ଦେଇଥିଲେ |


ଭାରତୀୟ ଖେଳାଳୀ ଆଜି ମ୍ୟାଚରେ ସେନା କ୍ୟାପ ପିନ୍ଧି ଖେଳୁଛନ୍ତି | ସେନାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଭାରତୀୟ ଖେଳାଳୀ ସେନା କ୍ୟାପ ପିନ୍ଧି ପଡିଆକୁ ଓହ୍ଲାଇଛନ୍ତି | ଏହି ପରଂପରା ବିସିସିଆଇ ଆରମ୍ଭ କରିଛି |

ବିସିସିଆଇ ହିସାବରେ ପ୍ରତ୍ୟେକ ବର୍ଷ ଗୋଟିଏ ମ୍ୟାଚରେ ସେନା କ୍ୟାପ ପିନ୍ଧି ଖେଳିବେ | ଏହି ମ୍ୟାଚର ଟଙ୍କା ଭାରତୀୟ ଖେଳାଳୀ ପୁଲୱାମା ସହିଦଙ୍କ ପରିବାରକୁ ଦେବେ |

ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ତୃତୀୟ ଦିନିକିଆ ମ୍ୟାଚରେ ଟସ ଜିତି ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମେ ଫିଲଡିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି |

ପ୍ରଥମ ଏବଂ ଦ୍ୱିତୀୟ ୨ଟି ମ୍ୟାଚରେ ବିଜୟୀ ହୋଇ ଭାରତ ୫ଟି ଦିନିକିଆ ମ୍ୟାଚରେ ୨-୦ରେ ଆଗୁଆ ଅଛି |

434 Views

   ସମ୍ବନ୍ଧିତ ଖବର