ଏହି ଦୁଇଟି ମ୍ୟାଚରେ କମଳା ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ନାଇବ ଭାରତୀୟ ଟିମ୍ : ଦର୍ଶକ ଦେଖିବାକୁ ବ୍ୟାକୁଳ

Published By : Prameya-News7 Bureau | May 30, 2019 IST

ଲଣ୍ଡନ ୩୦/୫: ଆଜିଠୁ ଆରମ୍ଭ ହେଉଥିବା ବିଶ୍ବ କପ୍ ମ୍ୟାଚରେ ଭାରତୀୟ ଟିମର ପ୍ରଥମ ମୁକାବିଲା ଜୁନ୍ ୫ରେ ଦକ୍ଷିଣ ଆଫ୍ରିକା ସହ ରହିଛି। ଆଇସିସିର ନୂଆ ନିୟମ ଅନୁସାରେ ଇଂଲଣ୍ଡର ଟିମକୁ ଛାଡ଼ି ଆଉ ସମସ୍ତ ଟିମ୍ ପୂର୍ବ ଜର୍ସି ବ୍ୟତୀତ ଆଉ ଏକ ଜର୍ସିରେ ନଜର ଆସିବେ। ଇଂଲଣ୍ଡ,ଭାରତ,ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନର ପ୍ରଥମ ଜର୍ସି ନୀଳ ରଙ୍ଗର ଥିଲା। ପାକିସ୍ତାନ,ଦକ୍ଷିଣ ଆଫ୍ରିକା ଏବଂ ବାଙ୍ଗଲାଦେଶର  ଜର୍ସିର ରଙ୍ଗ ସବୁଜ ରଙ୍ଗ।

 ଏଥର ଇଂଲଣ୍ଡ ବିଶ୍ବ କପର ପରିଚାଳନା କରୁଛି। ଯଦି କୈାଣସି ଟିମ୍ ଇଂଲଣ୍ଡ ବିରୁଦ୍ଧରେ ମ୍ୟାଚ ଖେଳିବ ତେବେ ସେ ଅନ୍ୟ ରଙ୍ଗର ଜର୍ସି ପିନ୍ଧି ଖେଳିବେ। ଭାରତ ଏବଂ ଆଫଗାନିସ୍ତାନ ଏବଂ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେଉଥିବା ମ୍ୟାଚରେ ଭାରତୀୟ ଟିମ୍ କମଳା ରଙ୍ଗର ଜର୍ସି ପିନ୍ଧିଥିବା ଦେଖିବାକୁ ମିଳିବେ। ଭାରତୀୟ ଟିମ୍ ଅନ୍ୟ ମ୍ୟାଚରେ ନୀଳ ରଙ୍ଗର ଜର୍ସିରେ ଦେଖାଯାଆନ୍ତି।

ଏବେ ଦେଖିବାକୁ ବାକି ରହିଲା ଯେ କମଳା ରଙ୍ଗର ଜର୍ସିରେ ଭାରତୀୟ ଟିମ୍ କେତେ ଭଲ ପ୍ରଦର୍ଶନ କରୁଛି। ଦର୍ଶକମାନେ ଅପେକ୍ଷା କରି ବସିଛନ୍ତି ଭାରତୀୟ ଟିମ୍ କମଳା ରଙ୍ଗର ଜର୍ସିରେ କିପରି ଦେଖାଯିବେ। ଜି ଭାରତୀୟ ଟିମ୍ ବାଙ୍ଗଲାଦେଶ ସହିତ ୩ଟାବେଳେ ଅଭ୍ୟାସ ମ୍ୟାଚ ଖେଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.