Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଦୀର୍ଘ ୧୪ ବର୍ଷ ପରେ ଟିମ୍ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିବ ପରିବର୍ତ୍ତନ ? ଭାଙ୍ଗିବ ବିସିସିଆଇର ଏହି ଖାସ୍ ଡିଲ୍

26/06/2020 at 10:21 PM

ନୂଆଦିଲ୍ଲୀ ୨୬।୦୬: ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଭାରତ-ଚୀନ ମଧ୍ୟରେ ଜାରି ବିବାଦ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କୁ ଆଇପିଏଲ ସହ ଭିଭୋର ଜାରି ରାଜିନାମାକୁ ସମୀକ୍ଷା କରିବାକୁ ବିବଶ ହୋଇଛି। ଏବେ ବିସିସିଆଇର ଆଉ ଏକ ଚୁକ୍ତିନାମା ମଧ୍ୟ ସଙ୍କଟରେ ରହିଛି। ହଁ ଆମେ କଥା ହେଉଛି ନାଇକି(Nike) ବିଷୟରେ। ଭାରତୀୟ କ୍ରିକେଟ୍‌ ଦଳର ଜର୍ସିରେ ନାଇକିର ଲୋଗୋ ରହିଛି। ମାତ୍ର କରୋନା ଭାଇରସ୍‌ କାରଣରୁ ଲାଗିଥିବା ଲକ୍‌ଡାଉନ୍ ଫଳରେ ବିସିସିଆଇ ୧୪ ବର୍ଷ ପରେ ଏହି ଲୋଗୋକୁ ହଟାଇବାକୁ ବିଚାର କରୁଛି।

ଭାରତୀୟ କ୍ରିକେଟ୍‌ ଟିମ୍ ଶୀଘ୍ର ଏହି ଜର୍ସି ପାଟର୍ଣ୍ଣରକୁ ବାଏ ବାଏ କହିପାରେ। ଏହାର କାରଣ ଉଭୟଙ୍କ ମଧ୍ୟରେ ଥିବା ଚୁକ୍ତିନାମା ବିବାଦ। ବିସିସିଆଇ ସୂତ୍ର ଅନୁଯାୟୀ, ବର୍ତ୍ତମାନର ଚୁକ୍ତିନାମା ସେପ୍ଟେମ୍ବରରେ ଶେଷ ହେଉଛି। କିନ୍ତୁ ନାଇକି ଚାହୁଁଛି ଯେ, ବିସିସିଆଇ ଚୁକ୍ତିନାମା ଅବଧିକୁ ବଢାଉ। କାରଣ ଲକ୍‌ଡାଉନ୍‌ କାରଣରୁ ମ୍ୟାଚ୍‌ ରଦ୍ଦ ହୋଇଛି। ଏହି କାରଣରୁ ନାଇକିକୁ କ୍ଷତି ସହିବାକୁ ପଡିଛି। କରୋନା ଭାଇରସ୍‌ କାରଣରୁ ନାଇକି ଓ ବିସିସିଆଇର ଆର୍ଥିକ କ୍ଷତି ଘଟିଛି।

ଉଲ୍ଲେଖନୀୟ ନାଇକି ୪ ବର୍ଷର ଚୁକ୍ତିନାମା ପାଇଁ ୩୭୦ କୋଟି ଟଙ୍କା ଦେଇଥିଲା। ଏଥିରେ ୮୫ ଲକ୍ଷ ପ୍ରତି ମ୍ୟାଚ୍‌ ଫି ଥିଲା ଏବଂ ଏହା ସହିତ ୧୨-୧୫ କୋଟି ଟଙ୍କା ରାଜସ୍ଵ ସାମିଲ ଥିଲା। ଲକ୍‌ଡାଉନ୍ କାରଣରୁ ଭାରତୀୟ ଟିମ୍‌ର ୧୨ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ରଦ୍ଦ ହୋଇଛି। ଏଥିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ମଧ୍ୟ ସାମିଲ। ଏପରିକି ଭାରତର ଶ୍ରୀଲଙ୍କା ଓ ଜିମ୍ଵାଓ୍ଵେ ଗସ୍ତ ରଦ୍ଦ ହେଲା।

ଚୁକ୍ତିନାମା ଅନୁଯାୟୀ ନାଇକି ଭାରତୀୟ ଟିମ୍‌କୁ ଜୋତା, ଜର୍ସି ଓ ଅନ୍ୟ ସାମଗ୍ରୀ ମାଗଣାରେ ଦେଇଥାଏ। ୨୦୦୬ରେ ପ୍ରଥମ ଥର ଡିଲ୍ ହୋଇଥିଲା। ଏହା ପରଠୁ ଏହି ଚୁକ୍ତିନାମା ଜାରି ରହିଥିଲା, ମାତ୍ର ଏବେ ଏହି ସଂପର୍କ ଭାଙ୍ଗିବାକୁ ଯାଉଛି। କୁହାଯାଉଛି ଯେ, ବିସିସିଆଇ ଏନେଇ ଶୀଘ୍ର ନୂତନ ଟେଣ୍ଡର ଜାରି କରିପାରେ। କିଛି ବିଶେଷଜ୍ଞଙ୍କ ଅନୁଯାୟ ସଂପ୍ରତି ମାର୍କେଟର ବିବଶତାକୁ ବିସିସିଆଇ ବୁଝିବା ଉଚିତ୍ ଏବଂ ନାଇକିକୁ ଡିଲ୍‌ରେ ରିଆତି ଦେବା ଉଚିତ୍।

   Related Posts