ବିଶ୍ବକପରେ ସବୁଠୁ ଅଧିକ କ୍ୟାଚ ଛାଡିବା ସହ ଖରାପ ପିଲ୍ଡିଂ କରିଛନ୍ତି ଏହି ଟିମ୍, ବିରାଟ କୋହଲିଙ୍କ ଟିମର ସ୍ଥାନ କେତେ ନମ୍ବରରେ ଜାଣନ୍ତୁ…

Published By : Prameya-News7 Bureau | June 24, 2019 IST

ମାଞ୍ଚେଷ୍ଟର୨୪|୬; ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ମିଳିତ ଉଦ୍ୟମରେ ଆୟୋଜିତ ଆଇସିସି କ୍ରିକେଟ ବିଶ୍ବକପ-୨୦୧୯ ଯେତେ ଯେତେ ଆଗକୁ ବଢୁଛି ସେତେକି ସେତିକି ରୋଚକ ହେବାରେ ଲାଗିଛି । ପ୍ରତିଦ୍ବନ୍ଦୀ ଦଳଗୁଡିକ ଭିତରେ ମୁକାବିଲା ଆଗକୁ ବଢିବା ସାଙ୍ଗକୁ ବିଭିନ୍ନ ରେକର୍ଡ ମଧ୍ୟ ପ୍ରତିଷ୍ଠା ହେବାରେ ଲାଗିଛି । ଇତି ମଧ୍ୟରେ ଭାରତ ୫ଟି ମ୍ୟାଚ ଖେଳି ସାରିଛି । ୪ଟି ମ୍ୟାଚରେ ସିଧାସଳଖ ବିଜୟ ପ୍ରପ୍ତ ହୋଇଥିବାବେଳେ ଗୋଟିଏ ମ୍ୟାଚ ବର୍ଷା ଯୋଗୁଁ ଅମିସାଂସିତ ରହିଥିଲା । ତେବେ ଇତି ମଧ୍ୟରେ ଭାରତୀୟ ଟିମ ବିଭିନ୍ନ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି ।

{"id":126776,"width":607,"height":341}

ଗୋଟିଏ ମ୍ୟାଚ ଜିତିବାକୁ ହେଲେ କୌଣସି ଦଳ ପାଇଁ ବ୍ୟାଟିଂ ଓ ବୋଲିଂ ଯେତିକି ଗୁରୁତ୍ବପୂର୍ଣ୍ମ ସମାନ ଭାବେ ଫିଲ୍ଡିଂ ଭଲ କରିବା ମଧ୍ୟ ଜରୁରୀ । ବିଶେଷ କରି କ୍ୟାଚ ଛାଡିବା ଯେ କୌଣସି ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ । କ୍ୟାଚ ଛାଡିବା ଏବଂ ବାଉଣ୍ଡରୀ ଅଟକାଇବାକୁ ଫିଲ୍ଡଂର ମୁଖ୍ୟ ଆଧାର ବୋଲି ବିବେଚନା କରାଯାଏ । ଏହି ଆଧାରରେ ଦେଖିଲେ ଭାରତୀୟ ଫିଲ୍ଡିଂ ସର୍ବ ଶ୍ରେଷ୍ଠ ବୋଲି କୁହାଯାଇପାରେ । ଭାରତ ଖେଳିଥିବା ୪ଟି ମ୍ୟାଚରେ ୧୫ଟି କ୍ୟାଚ ନେଇଥିବାବେଳେ ମାତ୍ର ଗୋଟିଏ କ୍ୟାଚ ଛାଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ଯାଚ ବେଳେ କେ. ଏଲ ରାହୁଲ ଏହି କ୍ୟାଚଟି ଡ୍ରପ କରିଦେଇଥିଲେ ।

{"id":126777,"width":601,"height":305}

ଅପରପକ୍ଷରେ ଭାରତୀୟ ଟିମର ପ୍ରଶଂସକଙ୍କ ପାଇଁ ଭଲ ଖବର ହେଉଛି ଅନ୍ୟ ଟିମର କ୍ୟାଚ ଚଛାଡିବା ତାଲିକା ଦେଖିଲେ ସବୁଠୁ ଅଧିକ ପାକିସ୍ତାନ ଟିମ କ୍ୟାଚ ଛାଡିଛି । ସେଥିପାଇଁ ପାକିସ୍ତାନର ଫିଲ୍ଡିଂ ଭୁଷୁଡି ପଡିଛି ବୋଲି ସମୀକ୍ଷକମାନେ ସମାଲୋଚନା କରିଆସୁଛନ୍ତି । ଏହାକୁ ନେଇ ପାକିସ୍ତାନ ଟିମର ପ୍ଲେୟାରଙ୍କ ଫିଟନେଶ ବାବଦରେ ପ୍ରଶ୍ନ ମଧ୍ୟ ଉଠୁଛି । ଅଦ୍ୟାବଧି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ୨୬ଟି କ୍ୟାଚ ନେଇଥିବାବେଳେ ୧୫ଟି କ୍ୟାଚ ଛାଡିଛି ।

{"id":126778}

ଏହି ତାଲିକର ଦ୍ବିତୀୟ ସ୍ଥାନରେ ରହିଛି ଇଂଲଣ୍ଡ । ଇଲଣ୍ଡ ୪୨ଟି କ୍ୟାଚରୁ ୧୦ଟି କ୍ୟାଚ ଛାଡିଛି । ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି । ଏହି ଟିମ ବର୍ତ୍ତମାନ ସୁଦ୍ଧା ୩୧ଟି କ୍ୟାଚ ନେଇଥିବାବେଳେ ୭ଟି କ୍ୟାଚ ଛାଡିଛି । ଗତ ବିଶ୍ବକପରେ ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ବର୍ତ୍ତମାନ ସୁଦ୍ଧା ୬ଟି କ୍ୟାଚ ଛାଡିଛି

{"id":126779}

ଆଫଗାନିସ୍ତାନକୁ ହରାଇବା ପରେ ଭାରତ ଏବେ ଅଂକ ତାଲିକାର ତୃତୀୟ ସ୍ଥାନକୁ ଉଠିଛି ।ଆସନ୍ତା ୨୭ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.