Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଓ୍ବେଷ୍ଟଇଣ୍ଡିଜ ଗସ୍ତ ନେଇ ଆସନ୍ତାକାଲି ଖେଳାଳି ତାଲିକା ଘୋଷଣା କରିବ ଟିମ ଇଣ୍ଡିଆ: ଏହି ଖେଳାଳୀଙ୍କ ନାଁ ଅଛି ଆଗରେ

20/07/2019 at 7:10 PM

ନୂଆଦିଲ୍ଲୀ୨୦|୭:  ଓ୍ବିଷ୍ଟଇଣ୍ଡିଜ ଗସ୍ତ ନେଇ ଜୁଲାଇ ୧୯ରେ ଭାରତୀୟ ଟିମ ପାଇଁ ଖେଳାଳୀ ଚୟନ ହେବାର ଥିଲା। ପ୍ରଶାସନିକ କମିଟି (ସିଓଏ) ଓ ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ (ବିସିସିଆଇ) ମଧ୍ୟରେ ନୂଆ ନିୟମକୁ ନେଇ ଅନିଶ୍ଚିତତା ଦେଖାଯାଇଥିଲା। ତେଣୁ ଭାରତୀୟ କ୍ରିକେଟ ଟିମର ଚୟନ କମିଟିକୁ ଜୁଲାଇ ୧୯ ତାରିଖ ବଦଳରେ ଜୁଲାଇ ୨୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା।

 ଭାରତୀୟ ଟିମ ଅଗଷ୍ଟ ୩ ତାରିଖରେ ଓ୍ବିଷ୍ଟଇଣ୍ଡିଜ ଗସ୍ତ କରିବ। ଏନେଇ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମ ପରିସରରେ ଆସନ୍ତା କାଲି ବୈଠକ ଅନୁଷ୍ଠିତ ହେବ । ଏମଏସକେ ପ୍ରସାଦଙ୍କ ସମେତ ଅନ୍ୟ ପାଞ୍ଚଜଣ ବରିଷ୍ଠ ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ। ଚୟନ କମିଟି ବୈଠକ ସରିବାପରେ ଦିନ ୨ଟାବେଳେ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ କ୍ରିକେଟ ଟିମ ବାବଦରେ ସବିଶେଷ ବିବରଣୀ ପ୍ରଦାନ କରାଯିବ।

ଏନେଇ ପ୍ରଶାସନିକ କମିଟି ନୂଆ ନିୟମ ଜାରି କରିଛି, ଚୟନ କମିଟିର କନଭେୟର ସଚିବ ହୋଇପାରିବେ ନାହିଁ ଏବଂ ଚୟନ କାର୍ଯ୍ୟକର୍ତ୍ତାଙ୍କ ଉପରେ ସବୁ ଦାୟିତ୍ବ ଦିଆଯିବ। ଚୟନ କମିଟି କୌଣସି ମଞ୍ଜୁରି ପାଇଁ ସଚିବ କିମ୍ବା ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ)ଙ୍କ ଅନୁମତି ଆବଶ୍ୟକ ନାହିଁ ବୋଲି ପ୍ରଶାସନିକ କମିଟି କହିଛି।

ପୂର୍ବରୁ ଖେଳାଳୀଙ୍କ ଚୟନ କରିବା ପାଇଁ ସିଇଓ ଓ  ସଚିବଙ୍କ ମତ ଆବଶ୍ୟକ ପଡ଼ୁଥିଲା। ଆଗାମୀ ଚୟନ ପ୍ରକ୍ରିୟାରେ ଏମିତି ଦେଖିବାକୁ ମିଳିବ ନାହିଁ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି। ଏହି ନୂଆ ନିୟମ ପାଇଁ ବିସିସିଆଇ ଚୟନ କମିଟିର ବୈଠକକୁ ୨ ଦିନ ପାଇଁ ସ୍ଥଗିତ ରଖିଥିଲା।

ବିଶ୍ବକପ ପରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କୁ ଧୋନୀ ବହୁ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ୁଛି। ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ସେ ଯିବେ ନାହଁ ବରଂ ତାଙ୍କୁ ଆରମ ଦରକାର ବୋଲି ଧୋନୀ କହିଛନ୍ତି। ଧୋନୀଙ୍କ ବଦଳରେ ଓ୍ବିକେଟ କିପର ଭାବରେ ରିଷଭ ପନ୍ତଙ୍କୁ ଚୟନ କମିଟି ବାଛି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦ୍ବିତୀୟ ଓ୍ବିକେଟ କିପର ଭାବରେ ୨-୩ ଜଣଙ୍କ ନାଁକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହେଉଛି। ସେମାନଙ୍କ ମଧ୍ୟରୁ ସଂଜୁ ସାମସନ ଓ ଇଶାନ କିଶାନଙ୍କ ନାଁ ଆଗରେ ରହିଛି।

ସେହିପରି ଭାରତୀୟ ଟିମର ଦମଦାର ବୋଲର ଯସପ୍ରୀତ୍ ବୁମରାହ, ମହମ୍ମଦ ସାମି ଓ ଭୁବନେଶ୍ବର କୁମାରଙ୍କୁ ଆରମ ଦିଆଯାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତିନିଜଣ ବୋଲରଙ୍କ ବଦଳରେ ନବଦୀପ ସାଇନି, ଖଲିଲ  ଅହମ୍ମଦ , ଆବେଶ ଖାନ ଓ ଦିପକ ଚହରଙ୍କ ନାଁ ଚର୍ଚ୍ଚା ହେଉଛି।

ଯଦି ଟେଷ୍ଟ ମ୍ୟାଚ କଥା କହିବା ତେବେ ବହୁ ଅଭିଜ୍ଞ ଖେଳାଳି ଟିମକୁ ଫେରିବେ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିଥିବା ସବୁ ଖେଳାଳୀଙ୍କୁ ଟେଷ୍ଟ ମ୍ୟାଚରେ ଦେଖିବକାକୁ ମିଳିପାରେ ବୋଲି ଆଲୋଚନା ହେଉଛି।

   Related Posts