Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟିମ ଇଣ୍ଡିଆର ଡ୍ରେସିଂ ରୁମର ମାହୋଲକୁ ନେଇ ମୁହଁ ଖୋଲିଲେ ଅଧିନାୟକ ବିରାଟ କୋହଲି, କହିଲେ ଏହି ବିସ୍ଫୋରକ କଥା

25/07/2019 at 12:41 PM

ନୂଆଦିଲ୍ଲୀ୨୫|୭: ୨୦୧୯ ବିଶ୍ବକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଟିମଠାରୁ ଟିମ ଇଣ୍ଡିଆ ହାରିବା ପରେ ବିଭିନ୍ନ ପ୍ରକାର ବିବାଦୀୟ ମନ୍ତବ୍ୟ ସାମ୍ନାକୁ ଆସୁଛି। ଅଧିନାୟକ ପଦ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ସଂପର୍କ ଭଲ ନାହିଁ ବୋଲି ବେଶ କିଛିଦିନ ଚର୍ଚ୍ଚା ଲାଗି ରହିଛି। ବର୍ତ୍ତମାନ ଭାରତୀୟ ଟିମର ଡ୍ରେସିଂ ରୁମର ମାହୋଲ ଠିକ୍ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏଭଳି ସମୟରେ ଭାରତୀୟ ଟିମର ଡ୍ରେସିଂ ରୁମର ମାହୋଲକୁ ନେଇ ଅଧିନାୟକ ବିରାଟ କୋହଲିଙ୍କ ଏକ ମନ୍ତବ୍ୟ ସାମ୍ନାକୁ ଆସିଛି ।

ଡ୍ରେସିଂ ରୁମ ମାହୋଲକୁ ନେଇ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କହିଛନ୍ତି, ଡ୍ରେସିଂ ରୁମର ଭିତରେ ବନ୍ଧୁତ୍ବପୂର୍ଣ୍ଣ ବାତାବଣ ସବୁବେଳେ ରହିଛି। ଏଥିସହ ପ୍ରତ୍ୟେକ ଖେଳାଳି ନିଜର ମତ ରଖିବା ପାଇଁ ମଧ୍ୟ ଅନୁମତି ରହିଛି। ବିରାଟ ଆହୁରି ମଧ୍ୟ କହିଛନ୍ତି, ଟିମର ପ୍ରତ୍ୟେକ ଖେଳାଳିଙ୍କୁ ସେ ସର୍ବଦା ସମ୍ମାନ ଦେଇଥାନ୍ତି। ଯୁବ ଖେଳାଳିଙ୍କୁ ଗାଳିକରି ତାଙ୍କୁ ତାଗିଦ୍ କରିବା ଉପରେ ସେ ବିଶ୍ବାସ ରଖନ୍ତି । ଟିମର ଖେଳାଳିଙ୍କୁ ମଜବୁତ ଓ ଏମାନଙ୍କ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ କରିବାରେ ବିଶ୍ବାସ କରନ୍ତି। ମୁଁ ଖେଳାଳିଙ୍କୁ ଗୋଟେ ସ୍ବତନ୍ତ୍ର ସ୍ଥାନ ଦେଇଛି। ଯେଉଁଠି  ସେମାନେ ନିଜର ମତ ଜାହିର କରିପାରିବେ ଏବଂ ମନକଥା ସମସ୍ତ ସାମ୍ନାରେ କହିପାରିବେ। ଯଦି ତାଙ୍କୁ ଲାଗିଲା କୌଣସି ଖେଳାଳି ଟିମ ଭିତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି। ତେବେ ମୁଁ ସେହି ଖେଳାଳିଙ୍କ ସହିତ ଆଲୋଚନା କରିଥାଏ ବୋଲି ବିରାଟ କହିଛନ୍ତି।

ବିରାଟ କହିଛନ୍ତି, ଧୋନିଙ୍କ ସହ ତାଙ୍କର ଯେତିକି ସଂପର୍କ,କୁଳଦୀପ ଯାଦବଙ୍କ ସହ ସେତିକି ସଂପର୍କ ।  ଟିମର ପ୍ରତ୍ୟେକ ଖେଳାଳି ତାଙ୍କ ମନକଥା କହିବା ପାଇଁ ସ୍ବାଧୀନତା ଦିଆଯାଇଥିବା ବିରାଟ କହିଛନ୍ତି। ସେ ସବୁ ଖେଳାଳିଙ୍କ ସହ ଘଣ୍ଟା ଘଣ୍ଟାଧରି ଟିମ ବାବଦରେ ଆଲୋଚନ ମଧ୍ୟ କରିଥାନ୍ତି। ଏତିକି ନୁହେଁ ସେ କରୁଥିବା ଭୁଲ ଅନ୍ୟ କେହି ନକରନ୍ତୁ ବୋଲି ମଧ୍ୟ ସେ ପରାମର୍ଶ ଦେଇଥାନ୍ତି।

ନୂଆ ଖେଳାଳିଙ୍କୁ ଜୋରରେ ଗାଳିଗୁଲଜ କରିବା ପ୍ରଥା ନାହିଁ ବୋଲି ବିରାଟ କହିଛନ୍ତି। ତାଙ୍କଠାରୁ ଅନ୍ୟ ଖେଳାଳିମାନେ ମ୍ୟାଚରେ ଭଲ ପ୍ରଦର୍ଶନ କରନ୍ତୁ ବୋଲି ସେ ସର୍ବଦା ଚାହାଁନ୍ତି। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ସବୁ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି ବିରାଟ କହିଛନ୍ତି।

   Related Posts