ଆମେରିକୀୟ ବଜାରରେ ବଢୁଛି ଭାରତୀୟ ଗାଈଙ୍କ ଗୋବରରେ ପ୍ରସ୍ତୁତ ଘଷିର ଚାହିଦା, ହଟ୍ କେକ ଭଳିବିକ୍ରି ହେଉଛି

Published By : Prameya-News7 Bureau | November 22, 2019 IST

ଇଣ୍ଟରନେଟ୍ ରେ ଏବେ ଥରଟିଏ କ୍ଲିକ୍ କଲେ ଆପଣଙ୍କ ଘରର ସମସ୍ତ ଆବଶ୍ୟକତା ପୂରଣ ହୋଇଯାଉଛି। ଏହିକ୍ରମରେ ଗୋବରରେ ପ୍ରସ୍ତୁତ ଘଷି ଏବେ 'କାଓଡଙ୍ଗ କେକ୍' ନାମରେ ଇଣ୍ଟରନେଟ୍ ରେ ଯୋଡିହୋଇଯାଇଛି। ଗୋବର ଘଷିର ଏବେ ଅନଲାଇନ ବିକ୍ରି ହେଉଛି। ଭାରତରେ ତ ଏହାର ଅନଲାଇନ ବଜାର ହୋଇଗଲାଣି। ହେଲେ ଆମେରିକା ବଜାରକୁ ନୂଆ କରି ଗ୍ରାସିଛି ଘଷି।

{"id":188401,"sizeSlug":"large"}

ଜଣେ କ୍ରେତା ନ୍ୟୁ ଜର୍ସିର ଏକ ଷ୍ଟୋରରୁ ୨.୯୯ ଡଲାରରେ ଘଷି କିଣିଥିବା ପୋଷ୍ଟ କରିବା ପରେ ଏବେ ଗାଈ ଗୋବରର ଘଷି ଆମେରିକା ବଜାରରେ ପହଞ୍ଚିଯାଇଛି। ଏଥିଲାଗି ଅନଲାଇନ ଦୋକାନ ସବୁ ଖୋଲିଯାଇଥିବା ବେଳେ ନଡିଆ ଠାରୁ ଆରମ୍ଭ କରି ଏବେ ଘଷି ପର୍ଯ୍ୟନ୍ତ ବିକ୍ରି ହେବାରେ ଲାଗିଲାଣି। ୧୦ଟି ଘଷି ଥିବା ଗୋଟିଏ ପ୍ୟାକେଟକୁ ଭାରତୀୟ ମୁଦ୍ରାରେ ମାତ୍ର ୨୧୫ ଚଙ୍କାରେ ଏବେ ଅନଲାଇନରେ ବିକ୍ରି କରାଯାଉଛି। ଏହି ମୂଲ୍ୟ ଫ୍ଲିପକାର୍ଟ ଓ ଆମେଜନରେ ଖୁବ୍ ଶସ୍ତା। ଏହାର କଭର ପ୍ୟାକରେ ଭାରତରେ ନିର୍ମିତ ଓ ଖାଇବା ଲାଗି ନୁହେଁ ଧାର୍ମିକ କାର୍ଯ୍ୟକ୍ରମ ଲାଗି ବୋଲି ସ୍ପଷ୍ଟ ଉଲ୍ଳେଖ ରହୁଛି।

{"id":188402,"sizeSlug":"large"}

କାଓଡଙ୍ଗ କେକ୍ କୁ ଭାରତୀୟ ଲେଖିବା ପଛରେ ବି ବ୍ୟବସାୟୀକ ରଣନୀତି ରହିଛି। କାରଣ ବିଦେଶରେ ରହୁଥିବା ଭାରତୀୟ ବିଦେଶୀ ଗାଈଙ୍କୁ ବି ବିଶ୍ୱାସ କରୁନାହାନ୍ତି। ଯଦି ଦେଶୀ ଗାଈ ଗୋବରରୁ ଘୋଷି ପ୍ରସ୍ତୁତ ତେବେ ସେଠାରେ ଲୋକେ ଅତ୍ୟନ୍ତ ଆସ୍ଥାର ସହ ଏହାକୁ କ୍ରୟ କରିବେ । ଏଥିଲାଗି ରଣନୀତି ବି ଏବେ ବେଶ କାମ ଦେଇଛି। ଏହି ଘଷି ଏବେ ଖୁବ୍ ଲୋକପ୍ରୀୟ ହେଉଥିବା ବେଳେ ଅନ-ଲାଇନ ଓ ଅଫଲାଇନରେ ବି କାରବାର ଢେର ବଢିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.