Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଫେକ୍ ନ୍ୟୁଜ୍ ପ୍ରସାର ଅଭିଯୋଗ: ଆଲିବାବା ଓ ଜ୍ୟାକ୍ ମାଙ୍କୁ ଭାରତୀୟ କୋର୍ଟଙ୍କ ନୋଟିସ୍

26/07/2020 at 4:04 PM

ଗୁରୁଗ୍ରାମ ୨୬।୭ :  ଆଲିବାବା ଓ ଏହାର ସଂସ୍ଥାପକ ଜ୍ୟାକ୍‌ ମାଙ୍କୁ ଗୁରୁଗ୍ରାମ କୋର୍ଟ ସମନ୍‌ ଜାରି କରିଛନ୍ତି।  ଏଥିରେ କମ୍ପାନୀ ଓ ସଂସ୍ଥାପକଙ୍କୁ ଜୁଲାଇ ୨୬ ତାରିଖରେ ପ୍ରତିନିଧିଙ୍କ ଦ୍ୱାରା କୋର୍ଟରେ ହାଜର ହେବାକୁ ନୋଟିସ୍ କରାଯାଇଛି। କମ୍ପାନୀରେ କାର୍ଯ୍ୟ କରୁଥିବା ଜନୈକ ପୂର୍ବତନ କର୍ମଚାରୀ ତାଙ୍କୁ ବେଆଇନ ଭାବେ କାର୍ଯ୍ୟରୁ  ବହିଷ୍କାର କରାଯାଇଥିବାର ଅଭିଯୋଗ କରିଥିଲେ। ଏଥିରେ ସେ କମ୍ପାନୀର ଫେକ୍‌ ନ୍ୟୁଜ୍‌ ପ୍ରସାର ଓ ଖବରର ସେନସରସିପ୍‌କୁ ବିରୋଧ କରିବାରୁ ତାଙ୍କୁ ଚାକିରୀରୁ ବାହାର କରିଦିଆଯାଇଥିବାର ଅଭିଯୋଗ କରିଥି୍ଲେ। 

ଗୁରୁଗ୍ରାମସ୍ଥିତ ଆଲିବାବା ୟୁସି ୱେବ୍‌ କାର୍ଯ୍ୟାଳୟର ପୁଷ୍ପେନ୍ଦ୍ର ସିଂ ପରମାର ଏହି ଅଭିଯୋଗ ଆଣିଛନ୍ତି। ସେ ଗତ ୨୦୧୭ ମସିହାରୁ ଏହି କମ୍ପାନୀରେ ଆସୋସିଏଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ନିକଟରେ ଅଚାନକ କମ୍ପାନୀ ନୀତିରେ ପରିବର୍ତ୍ତନ କରିଥିଲେ। ଏଥିରେ ଚୀନ୍‌କୁ ସୁହାଇବା ଭଳି ଖବରର ସେନସର କରାଯାଉଥିବା ବେଳେ ଭାରତରେ ସାମାଜିକ ଓ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ଭଳି ଖବର ପ୍ରସାର ଆରମ୍ଭ କରାଯାଇଥିଲା। ତେବେ ଆସୋସିଏଟ ଡାଇରେକ୍ଟର ଭାବେ ସେ ଏହାର ବିରୋଧ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି।

ତାଙ୍କର ବିରୋଧ ଲାଗି ତାଙ୍କୁ ବେଆଇନ ଭାବେ ଚାକିରୀରୁ ବାହାର କରିଦିଆଯାଇଥିବାର ପରମାର ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ସିଭିଲ ଜଜ୍‌ ସୋନିଆ ଶିବକଣ୍ଡ ଆଲିବାବା ଓ ଜ୍ୟାକ ମାଙ୍କୁ ସମନ ଜାରି କରିଛନ୍ତି। ଏଥିରେ କୋର୍ଟ ୩୦ଦିନ ମଧ୍ୟରେ କମ୍ପାନୀ ଓ ସଂସ୍ଥାପକଙ୍କୁ ଲିଖିତ ଜବାବ ଦାଖଲ ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପରମାର ତାଙ୍କ ବହିଷ୍କାରକୁ ବେଆଇନ ବୋଲି ଅଭିଯୋଗ କରିଥିବା ବେଳେ ଏଥିଲାଗି କମ୍ପାନୀଠାରୁ ୨ଲକ୍ଷ ୬୮ ହଜାର ଡଲାର କ୍ଷତିପୂରଣ ଦାବି କରିଛନ୍ତି।

ତେବେ ଭାରତରେ ସରକାର ଚୀନ୍‌ ଆପ୍‌ ବ୍ୟାନ କରିବାର ଦୀର୍ଘ ସମୟ ପରେ ପରମାର କୋର୍ଟଙ୍କ ଶରଣାପନ୍ନ ହୋଇଛନ୍ତି। ଭାରତ ସରକାର ଯେଉଁ ସବୁ ଚୀନ୍‌ ଆପ୍ ଦେଶରେ ନିଷିଦ୍ଧ କରିଛନ୍ତି ଏଥିରେ ଆଲିବାବାର ୟୁସି ବ୍ରାଉଜର ମଧ୍ୟ ରହିଛି। ଯେଉଁଥିରେ ୟୁସି ନ୍ୟୁଜ୍ ସେବା ମଧ୍ୟ ଥିଲା। ତେବେ ପ୍ରଶଙ୍ଗରେ ଆଲିବାବା ସଂସ୍ଥାର କାର୍ଯ୍ୟକର୍ତ୍ତାମାନେ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।

   Related Posts