Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଋଷର ବିଜୟ ଦିବସ ପରେଡରେ ଭାରତୀୟ ଯବାନଙ୍କ ଚିତାକର୍ଷକ ପ୍ରଦର୍ଶନ: ଅଭିବାଦନ ଗ୍ରହଣ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

24/06/2020 at 6:05 PM

ମସ୍କୋ ୨୪/୦୬ : ରୁଷ ରାଜଧାନୀ ମସ୍କୋରେ  ଦ୍ବୀତିୟ ବିଶ୍ବଯୁଦ୍ଧର ୭୫ବର୍ଷ ପୂର୍ତ୍ତି ଅବସରରେ ବିଜୟ ଦିବସ ପରେଡ ଆୟୋଜିତ  । ମୁଖ୍ୟ ଅତିଥି ଭାବେ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଭାରତ ପକ୍ଷରୁ ୭୫ଜଣ ଯବାନ ଓ ସେନା ଅଧିକାରୀ ଏହି ଚିତାକର୍ଷକ ପରେଡରେ ଭାଗ ନେଇଥିଲେ । ଭାରତ ସମେତ ଋଷର ୧୧ଟି ସହୋଯୋଗ ରାଷ୍ଟ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ….

ଋଷ ମାଟିରେ ଭାରତୀୟ  ଯବାନଙ୍କ ଚିତା କର୍ଷକ ପରେଡ । ଭାରତର  ତିନି ବାହୀନିର ୭୫ଜଣ ସେନା ଅଧିକାରୀ ଓ ଯବାନ ମାନେ ପରେଡରେ ଭାଗନେଇଥିଲେ । ଦ୍ବିତୀୟ ବିଶ୍ଵଯୁଦ୍ଧର ୭୫ ବର୍ଷ ପୂର୍ତ୍ତି ଅବସରରେ ମସ୍କୋର ରେଡ୍  ସ୍କୋୟାରେ  ପାଳିତ ହୋଇଛି ଏହି ବିଜୟ ଦିବସ ପରେଡ୍ । ପରେଡରେ ଋଷର ସହଯୋଗୀ ରାଷ୍ଟ୍ର  ଭାରତ, ଚୀନ ସମେତ ୧୧ଟି ଦେଶର ସାମରୀକ ଟ୍ରୁପ୍‌ ଭାଗ ନେଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତିଥି ଭାବେ ଯୋଗ ଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ମସ୍କୋ ରେଡ ସ୍କୋୟାର ବିଜୟ ଦିବସ ପରେଡରେ ଭାରତୀୟ ଯବାନ ମାନଙ୍କ ଚିତାକର୍ଷକ ପରେଡ  ଅତ୍ୟନ୍ତ ଆନନ୍ଦିତ ମୂରୁର୍ତ୍ତ ବୋଲି ରାଜନାଥ ଟ୍ବିଟ୍‌ କରି ଜଣାଇଛନ୍ତି  । ଦ୍ବିତୀୟ ବିଶ୍ବଯୁଦ୍ଧରେ ଋଷର ସହଯୋଗୀ ଦେଶ ଗୁଡିକର ସର୍ବୋଚ୍ଚ ବଳିଦାନ ଅବସରରେ ଏହି ପରେଡ ପ୍ରତିବର୍ଷ ଆୟୋଜିତ ହୋଇଥାଏ । ବିଶ୍ବରେ  କରୋନା ମହାମାରୀ ଯୋଗୁଁ  ଚଳିତବର୍ଷ ବିଜୟ ଦିବସ ପରେଡକୁ  ମେ ୯ତାରିଖରେ  ବଦଳଳରେ  ଜୁନ୍ ୨୪ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା .

ପ୍ରତିରାକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ୩ଦିନିଆ ରୁଷ ଗସ୍ତ କାର୍ଯ୍ୟକ୍ରମରେ ରୁଷ-ଭାରତ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ, ଆଞ୍ଚଳିକ ସମସ୍ୟା  ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷ ଭାବେ ଭାରତ ଋଷ ଠାରୁ ଆମଦାନି କରିବାକୁ ଥିବା S-400 ଏୟାର ଡିଫେନ୍ସ ସିଷ୍ଟମ , କ୍ଷେପଣାସ୍ତ୍ର ବିଧ୍ବସଂକାରୀ S-7 ତୁରନ୍ତ ହସ୍ତାନ୍ତର ପାଇଁ ରାଜନାଥ ଋଷକୁ କହିଛନ୍ତି ।  ଋଷ ଉପପ୍ରଧାନମନ୍ତ୍ରୀ ୟୁରି ବୋରିସଭ ଓ ସାମରୀକ ଅଧିକାରୀଙ୍କ ସହ ଏନେଇ ଆଲୋଚନା ହୋଇଛି ।  ତେବେ ମସ୍କୋରେ ଚୀନର ପ୍ରତିପକ୍ଷଙ୍କ ସହ କୌଣସି ଆଲୋଚନା କରିନାହାନ୍ତି ରାଜନାଥ ।

କରୋନା କଟକଣା ଯୋଗୁଁ ଗତ ୪ମାସ ମଧ୍ୟରେ କୌଣସି ଭାରତୀୟ କେନ୍ଦ୍ରମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଗସ୍ତ । କରୋନା ନିୟମ ପାଳନ ସହ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ରାଜନାଥ ରୁଷ ଗସ୍ତ କରିଛନ୍ତି । ୩ଦିନିଆ ରୁଷ ଗସ୍ତ ସାରି ଆସନ୍ତା କାଲି ଭାରତ ଫେରିବେ ରାଜନାଥ ।

   Related Posts