ଆମେରିକାରେ ଜୟ ଶ୍ରୀରାମ ଧ୍ବନି, ଆଯୋଧ୍ୟାରେ ଭୂମି ପୂଜନ ପୂର୍ବରୁ ଓ୍ବାଶିଂଟନ୍ ଡିସିରେ ଏକାଠି ହେଲେ ହିନ୍ଦୁ ସମ୍ପ୍ରଦାୟ, ଉଡାଇଲେ ଗେରୁଆ ରଙ୍ଗର ପତାକା

Published By : Prameya-News7 Bureau | August 05, 2020 IST

ଓ୍ବାଶିଂଟନ୍ ୫।୮: ବୁଧବାର ଅଯୋଧ୍ୟାରେ ସୃଷ୍ଟି ହୋଇଛି ଇତିହାସ । ବହୁ ବର୍ଷର ବିବାଦ ପରେ ବୁଧବାର ଅଯୋଧ୍ୟାରେ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ହନୁମାନନଗରୀରେ ପୂଜା କରି ଅଯୋଧ୍ୟାରେ ପହଞ୍ଚିଥିଲେ ଏବଂ ଏହାପରେ ସେ ରାମଲାଲାଙ୍କୁ ଦେଖିଥିଲେ ।

ଭୂମି ପୂଜନ ସମୟରେ ମୋହନ ଭଗବତ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ କେତେକ ଅତିଥି ଏଥିରେ ସାମିଲ ହୋଇଥିଲେ। ସମଗ୍ର ଦେଶ ଆଜି ରାମମୟ ହୋଇଛି । ଭୂମି ପୂଜନକୁ ନେଇ ସମଗ୍ର ଅଯୋଧ୍ୟା ଉତ୍ସବମୁଖର ହୋଇଛି । ପ୍ରଭୁ ରାମଙ୍କ ନାମରେ କେବଳ ଭାରତରେ ନୁହେଁ ସାତ ଦରିଆ ପାର ଆମେରିକାରେ ମଧ୍ୟ ଉତ୍ସବ ପାଳନ କରାଯାଉଛି । ଅଯୋଧ୍ୟାରେ ଭୂମି ପୂଜନ ପୂର୍ବରୁ ୱାଶିଂଟନ୍ ଡିସିରେ ଗେରୁଆ ରଙ୍ଗର ପତାକା ଉଡାଇଥିଲେ ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଆମେରିକାରେ ରହୁଥିବା ଭାରତୀୟମାନେ ଅଯୋଧ୍ୟାରେ ଥିବା ଐତିହାସିକ ରାମ ମନ୍ଦିରର ମୂଳଦୁଆ ପକାଇବା ଉତ୍ସବ ପାଳନ କରିବା ପାଇଁ ୱାଶିଂଟନ୍ ଡିସିର ଆମେରିକାର କ୍ୟାପିଟାଲ୍ ହିଲ୍ ଉପରେ ଏକତ୍ରିତ ହୋଇଥିଲେ । ଏଠାରେ ଏକ ଟ୍ରକ୍ ରେ ରାମ ମନ୍ଦିରର ଡିଜିଟାଲ୍ ଫଟୋଗ୍ରାଫ୍ ପ୍ରଦର୍ଶନ କରିବା ସହ କ୍ୟାପିଟାଲ୍ ହିଲ୍ ରେ ଭ୍ରମଣ କରିଥିଲା । ଏହା ପୂର୍ବରୁ ହିନ୍ଦୁ ସମ୍ପ୍ରଦାୟର ନେତାମାନଙ୍କୁ ସୂଚନା ଦେଇ ସେମାନେ କହିଥିଲେ ଯେ ସମଗ୍ର ଆମେରିକାରେ ଥିବା ମନ୍ଦିରଗୁଡିକ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବେ ।

କିଛି ଦିନ ପୂର୍ବେ ଏଠାରେ ସମ୍ପ୍ରଦାୟର ନେତାଙ୍କ ଦ୍ବାରା ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଥିଲା ଯେ, ସାରା ବିଶ୍ବରେ ଏକ ଅରବ ହିନ୍ଦୁମାନଙ୍କ ପାଇଁ ପବିତ୍ରସ୍ଥଳରେ ଐତିହାସିକ ମନ୍ଦିର ଆରମ୍ଭ ଲକ୍ଷ୍ୟରେ ଆଯୋଧ୍ୟା ରାମ ମନ୍ଦିର ପ୍ରଦର୍ଶିତ ଟ୍ରକ୍ ଆମେରିକାର କ୍ୟାପିଟାଲ ହିଲରେ ପ୍ରଦର୍ଶିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.