Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଏବେ ବିଦେଶରେ ଥାଇ ବି ରିନ୍ୟୁ କରିହେବ ଡ୍ରାଇଭିଂ ଲାଇସେନ୍ସ , ମୋଟର ଯାନ‌ ଆକ୍ଟରେ ହେବ ସଂଶୋଧନ

10/10/2020 at 5:32 PM

ନୂଆଦିଲ୍ଲୀ ୧୦/୧୦: ବିଦେଶରେ ରହୁଥିବା ଭାରତୀୟଙ୍କ ପାଇଁ ଖୁସି ଖବର। ଭାରତ ସରକାର ସେମାନଙ୍କ ପାଇଁ ଡ୍ରାଇଭିଂ ଲାଇସେନ୍ସ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏବେ ପ୍ରବାସୀ ଭାରତୀୟ ମାନେ ବିଦେଶରେ ରହି ମଧ୍ୟ ସହଜରେ ନିଜର ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରିପାରିବେ। କେବଳ ସେତିକି ନୁହେଁ ଇଣ୍ଟରନ୍ୟାସ୍‌ନାଲ୍‌ ଡ୍ରାଇଭିଂ ପରମିଟ୍‌ (ଆଇଡିପି) ପାଇଁ ଭିସା ଓ ମେଡିକାଲ୍‌ ସାର୍ଟିଫିକେଟ୍‌ ପାଇଁ ଥିବା ସର୍ତକୁ ହଟାଇବା ପାଇଁ ଯୋଜନା ରହିଛି।

ସଡ଼କ ପରିବହନ ଓ ରାଜମାର୍ଗ ପରିଚାଳନା ମନ୍ତ୍ରଣାଳୟ ପ୍ରବାସୀ ଭାରତୀୟଙ୍କ ଇଣ୍ଟରନ୍ୟାସ୍‌ନାଲ୍‌ ଡ୍ରାଇଭିଂ ପରମିଟ୍‌ ଅବଧି ପୁରା ହେବା ପରେ ରିନ୍ୟୁ ପ୍ରକ୍ରିୟା ସରଳ କରିବାକୁ ପ୍ରସ୍ତୁତି କରିଛି। ଏଥିପାଇଁ ମୋଟର ଯାନ ଅଧିନିୟମ-୧୯୮୯ରେ ଶଂସୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି।

ତେବେ ନିୟମରେ ଶଂସୋଧନ ପାଇଁ ଲୋକଙ୍କ ପରାମର୍ଶ ଲୋଡ଼ିଛି ମନ୍ତ୍ରଣାଳୟ। ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ୍‌ ଅବଧି ସମାପ୍ତ ହେବା ପରେ ନବୀକରଣ କରିବା ପାଇଁ କୌଣସି ସୁବିଧା ହେଉନଥିବା ନେଇ ଅଭିଯୋଗ ହୋଇଛି। ବିଦେଶରେ ରହୁଥିବା ନାଗରିକ ଭାରତୀୟ ଦୂତାବାସ କିମ୍ବା ମିଶନ୍ ଆବ୍ରୋଡ୍‌ ପୋର୍ଟାଲରେ ଆବେଦନ କରିପାରିବେ। ପରେ ଏହି ଆବେଦନ ଆରଟିଓକୁ ପଠାଯିବାର ବ୍ୟବସ୍ଥା କରାଯିବ।

ଆଇଡିପି ରିନ୍ୟୁ ପାଇଁ ଆବେଦନ ବେଳେ ମେଡିକାଲ୍‌ ପ୍ରମାଣପତ୍ର ଓ ସ୍ଥାୟୀ ଭିସା ଭଳି ସର୍ତ୍ତଗୁଡ଼ିକୁ ହଟାଇବା ପାଇଁ ପ୍ରସ୍ତାବରେ ଉଲ୍ଲେଖ ରହିଛି। ଯେଉଁମାନଙ୍କ ପାଖରେ ପୂର୍ବରୁ ଲାଇସେନ୍ସ ରହିଛି ସେମାନଙ୍କୁ ଭିସା କିମ୍ବା ଅନ୍ୟ ପ୍ରମାଣପତ୍ର ଦେଖାଇବାର କୌଣସି କାରଣ ନାହିଁ। ଅନ୍ୟ କିଛି ଦେଶରେ ଭିସା ଅନ୍‌ ଆରାଇଭାଲ୍‌ ଥିବା ବେଳେ ସେଠାରେ ଆଇଡିପି ରିନ୍ୟୁ ପାଇଁ ସମସ୍ୟା ମଧ୍ୟ ହେଉଥିଲା। ସଡ଼କ ପରିବହନ ମନ୍ତ୍ରଣାଳୟ ଏନେଇ ଲୋକଙ୍କ ପରାମର୍ଶ ଲୋଡ଼ିଛି। ପରାମର୍ଶ ପାଇଁ ସୂଚନା ଜାରି ହେବାର ୩୦ ଦିନ ମଧ୍ୟରେ ସଡ଼କ ପରିବହନ ଓ ରାଜମାର୍ଗ ପରିଚାଳନା ମନ୍ତ୍ରଣାଳୟର ସଂଯୁକ୍ତ ସଚିବଙ୍କ ପାଖକୁ ପଠାଯାଇପାରେ ବୋଲି ଜଣାପଡ଼ିଛି।

   Related Posts