ଚିପସ୍‌ ଓ ନୁଡଲସ୍‌ ଖାଇଲେ ହାର୍ଟ ଆଟାକ୍‌ ଆଶଙ୍କା ବଢେ- ଗବେଷଣା

Published By : Prameya-News7 Bureau | January 09, 2020 IST

ନୂଆଦିଲ୍ଲୀ - ଏକ ଗବେଷଣାକୁ ତେଲରେ ଛଣାଯାଇଥିବା ଚିପସ୍‌ ଓ ପ୍ୟାକେଟ୍‌ ନୁଡଲସ୍‌ ଖାଇଲେ ହାର୍ଟ ଆଟାକର ଆଶଙ୍କା ବୃଦ୍ଧି ପାଇଥାଏ ।

{"id":209030,"sizeSlug":"large"}


ଭାରତୀୟ ବଜାରରେ ମିଳୁଥିବା ବିଭିନ୍ନ ନୁଡଲସ୍‌ ଓ ଚିପସ୍‌ରେ ଲୁଣର ପରିମାଣ ବହୁ ଅଧିକ । ଅଧିକ ଲୁଣ ଯୋଗୁଁ ରକ୍ତ ଚାପ ବୃଦ୍ଧି ପାଇଥାଏ । ଏଥିଯୋଗୁଁ ହାର୍ଟ ଆଟାକ୍‌ର ଆଶଙ୍କା ବୃଦ୍ଧି ପାଇଥାଏ । FSSAI ଦ୍ୱାରା ଦିଆଯାଇଥିବା ମାନଠାରୁ ୭ ଗୁଣ ଅଧିକ ଲୁଣ ବ୍ୟବହାର କରାଯାଉଛି। ଏଥିପାଇଁ ରକ୍ତଚାପର ଆଶଙ୍କା ବୃଦ୍ଧି ପାଉଛି ।

{"id":209031,"width":583,"height":328,"sizeSlug":"large"}

ବିଭିନ୍ନ ଚିପସ୍‌ରେ ଲୁଣର ପରିମାଣ ବହୁତ ଅଧିକ । ଭାରତୀୟ ବଜାରରେ ମିଳୁଥିବା ବିଭିନ୍ନ ଫାଷ୍ଟଫୁଡ୍‌ରେ ମଧ୍ୟ ଲୁଣର ପରିମାଣ ଅଧିକ । ଅଧିକ ଲୁଣ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ତା ସହ ଏପରି ଖାଦ୍ୟରେ ଥିବା ଟ୍ରାନସ୍‌ଫ୍ୟାଟ, କର୍ବୋ ହାଇଡ୍ରେଟ୍‌ର ଅଧିକ ମାତ୍ର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

{"id":209032,"width":588,"height":440,"sizeSlug":"large"}

ସେଣ୍ଟର ଫର ସାଇନସ୍‌ ଏନ୍‌ଭାଇରନ୍‌ମେଣ୍ଟ ପକ୍ଷରୁ ଏ ନେଇ ଏକ ଗବେଷଣା କରାଯାଇଥିଲା । ବଜାରରୁ ସଂଗ୍ରହ କରାଯାଇଥିବା ୧୪ଟି ସାମ୍ପଲ୍‌ରୁ ଓ ପିଜା ବର୍ଗର ପରି ୧୯ ସାମ୍ପଲରେ ଏପରି ଅଧିକ ମାତ୍ରାରେ ଲୁଣ ଓ ଟ୍ରାନସ୍‌ଫ୍ୟାଟ ଥିବା ଜଣା ପଡିଛି ।

ଜଣେ ଦିନକୁ ୫ ଗ୍ରାମ ଲୁଣ ଖାଇଲେ ଶରୀର ପ୍ରତି କୌଣସି କ୍ଷତିକାର ପ୍ରଭାବ ପକାଇ ନଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.