ଦିନିକିଆ ମାନ୍ୟତା ଶୀର୍ଷରେ ଭାରତୀୟ ମହିଳା କ୍ରିକେଟ ଟିମ କ୍ୟାପଟେନ୍‌ ମିତାଲୀ ରାଜ୍‌ ; ସ୍ମୃତି ମାନ୍ଧାନା ଏବଂ ଦୀପ୍ତି ଶର୍ମାଙ୍କ ରାଙ୍କିଂ ବୃଦ୍ଧି

Published By : Prameya-News7 Bureau | September 21, 2021 IST

ନୂଆଦିଲ୍ଲୀ ୨୧/୦୯ : ମହିଳା କ୍ରିକେଟରଙ୍କ ତାଜା ରାଙ୍କିଂ ଜାରି କରିଛି ଆନ୍ତରାର୍ଜାତୀୟ କ୍ରିକେଟ କାଉନସିଲ୍‌ (ICC) । ଟିମ୍‌ ଇଣ୍ଡିଆର ଅଧିନାୟକ ମିତାଲୀ ରାଜ୍‌ ପୁଣି ଥରେ ଦିନିକିଆରେ ଶୀର୍ଷ ମାନ୍ୟତା ପାଇଛନ୍ତି । ପୂର୍ବରୁ ଆଇସିସି ରାଙ୍କିଂର ଦ୍ବିତୀୟ ସ୍ଥାନରେ ଥିବା ମିତାଲୀ ସଦ୍ୟ ପ୍ରକାଶିତ ତାଲିକାରେ ଟପ୍‌ରେ ପହଞ୍ଚିଯାଇଛନ୍ତି । ଏହି ରାଙ୍କିଂରେ ମୋଟ ୩ ଜଣ ଭାରତୀୟ ମହିଳା କ୍ରିକେଟର ସ୍ଥାନ ପାଇଛନ୍ତି ।

ମିତାଲୀ ରାଜ୍‌ ଦିନିକିଆ ମାନ୍ୟତାରେ ଶୀର୍ଷରେ ଥିବା ବେଳେ ମହାନ୍‌ ଖେଳାଳୀ ସ୍ମୃତି ମାନ୍ଧାନା ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ପୂର୍ବରୁ ଅଷ୍ଟମ ସ୍ଥାନରେ ଥିବା ସ୍ମୃତି ଏବେ ୭ମ ସ୍ଥାନରେ ରହିଛନ୍ତି । ଶୀର୍ଷ ୧୦ ଜଣ ଖେଳାଳିଙ୍କ କଥା କହିବାକୁ ଗଲେ ମିତାଲୀ ରାଜ ୭୬୨ ଅଙ୍କ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ଲିଜ୍‌ଲୀ ଲୀ ୭୬୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନକୁ ଖସିଆସିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଏଲିସା ହିଲୀ, ଟେମୀ ବାଉମେଣ୍ଟ ୪ର୍ଥ ଏବଂ ନ୍ୟୁଜିଲାଣ୍ଡର ଏମୀ ସେଥେଓ୍ବେଟ୍‌ ରହିଛନ୍ତି । ଦିନିକିଆ ରାଙ୍କିଂର ୭ମ ସ୍ଥାନରେ ରହିଛନ୍ତି ଚୁଲବୁଲୀ କ୍ରିକେଟର ସ୍ମୃତି ମାନ୍ଧାନା ।

Image

ଦିନିକିଆ ଅଲରାଉଣ୍ଡର ରାଙ୍କିଂ କଥା କହିବାକୁ ଗଲେ ଭାରତୀୟ ବୋଲର ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ବିଶ୍ବ ରାଙ୍କିଂର ୪ର୍ଥ ସ୍ଥାନରେ ପହଞ୍ଚିଯାଇଛନ୍ତି । ସେ କାରବିୟାନ୍‌ ବୋଲର ଷ୍ଟିଫେନୀ ଟେଲରଙ୍କ ସ୍ଥାନ ନେଇଛନ୍ତି । ଅଲରାଉଣ୍ଡର ତାଲିକାର ଶୀର୍ଷରେ ରହିଛନ୍ତି କଙ୍ଗାରୁ ଦଳର ଷ୍ଟାର ଅଲରାଉଣ୍ଡର ଏଲିସୀ ପେରୀ ।

Image

ସେହିଭଳି ବୋଲିଂ ତାଲିକାରେ ମଧ୍ୟ ଭାରତୀୟ ମହିଳା ଖେଳାଳିଙ୍କ ଦବଦବା ରହିଛି । ଝୁଲଣ ଗୋସ୍ବାମୀ ଗୋଟିଏ ସ୍ଥାନ ଉପରକୁ ଉଠି ୬୯୪ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଥିବା ବେ​‌ଳେ ନ୍ୟୁଜିଲାଣ୍ଡର ଜେସ୍‌ ଜୋନାସେନ୍‌ ୮୦୮ ପଏଣ୍ଟ ସହିତ ଶୀର୍ଷରେ ରହିଛନ୍ତି । ସୂଚନାଯୋଗ୍ୟ, ମଙ୍ଗଳବାର ଅ​‌େ​‌ଷ୍ଟ୍ରଲିଆ ବିପକ୍ଷରେ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲୀ ରାଜ୍‌ । ଏହା ତାଙ୍କର ଲଗାତାର ୫ମ ଅର୍ଦ୍ଧଶତକ ଥିଲା । ଏହା ସହିତ ମିତାଲୀ ଆନ୍ତର୍ଜାତୀୟ କ୍ରିକେଟରେ ନିଜର ୨୦ ହଜାର ରନ୍‌ ମଧ୍ୟ ପୂରଣ କରିଥିଲେ ।

Image

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.