Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ପାକିସ୍ତାନ ସହ ବିଶ୍ବକପ କ୍ରିକେଟ ଖେଳିବା ସମ୍ପର୍କରେ ଅଧିନାୟକ ବିରାଟ କୋହଲି, ଗାଭାସ୍କର ଓ ତେନ୍ଦୁଲକର କ’ଣ କହିଲେ ଜାଣନ୍ତୁ…

23/02/2019 at 8:10 PM

ନୂଆଦିଲ୍ଲୀ୨୩|୨: ପୁଲୱାମା ଘଟଣା ପରେ ବିଶ୍ବରେ ପାକିସ୍ତାନକୁ ଏକଘରିଆ କରିବାପାଇଁ ଦାବି ଜୋର ଧରିଛି। ଏହାର ପ୍ରଭାବ ଏବେ ଖେଳ ଉପରେ ପଡିଛି। ଆଗାମୀ ଆଇସିସି ବିଶ୍ବକପରୁ ପାକିସ୍ତାନକୁ ବାସନ୍ଦ କରିବାକୁ କିଛି ପୂର୍ବତନ ଖେଳାଳି ଦାବି କରୁଥିବାବେଳେ ଆଉ କିଛି ପୂର୍ବତନ ଖେଳାଳି ଲିଗ୍ ପର୍ଯ୍ୟାୟରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ବର୍ଜନ କରିବାକୁ ଦାବି କରୁଛନ୍ତି।ଏହାରି ଭିତରେ ସିଓଏ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡିଛି। ସେପଟେ ଭାରତରେ ଆୟୋଜିତ ସୁଟିଂ ବିଶ୍ବକପ ପାଇଁ ଦୁଇ ପାକିସ୍ତାନୀ ସୁଟରଙ୍କୁ ଭାରତ ସରକାର ଭିସା ଅନୁମତି ନଦେବା ନେଇ ଆଓସି ଭାରତ ଉପରେ ଖପ୍ପା।

ପୁଲୱାମା ଆକ୍ସନର ରିଆକ୍କସନ ଏବେ  ଦେଖିବାକୁ ମିଳିଛି ସ୍ପୋର୍ଟସରେ। ବିଶ୍ବକପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଭାରତ-ପାକିସ୍ତାନ ମ୍ୟାଚ ସୁବ ସମୟରେ ହାଇଭୋଲଟେଜ ମ୍ୟାଚ ରହି ଆସିଛି । ମ୍ୟାଚକୁ ନେଇ ପଡିଆ ଭିତରେ ଓ ବାହାରେ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ନାହିଁ ନଥିବା ଉତ୍ସାହ। ତେବେ ପୁଲୱାମା ଆତଙ୍କୀ ହମଲା ପରେ  ବିଶ୍ବକପରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚକୁ ନେଇ ଦେଖାଦେଇଛି ଆଶଙ୍କା। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ ବିଶ୍ପକପରୁ ବାସନ୍ଦ କରିବାନେଇ କିଛି ଦାବି କରିଛନ୍ତି। ଆଉ ଥୋକେ ବିଶ୍ବକପରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ବର୍ଜ୍ଜନ କରିବାକୁ ଦାବି କଲେଣି।

ଏହି ବିତର୍କ ଆରମ୍ଭ ହୋଇଛି ପୂର୍ବତନ ଟେଷ୍ଟ ଅଫସ୍ପିନର ହରଭଜନ ସିଂଙ୍କଠାରୁ। ପୁଲୱାମା ଘଟଣା ପରେ ଦେଶ ପ୍ରଥମ ବୋଲି କହିଛନ୍ତି ହରଭଜନ। ବିଶ୍ପକପରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ଭାରତ ବର୍ଜନ କରିବା ଉଚିତ୍ । ଭାରତ ମ୍ୟାଚ ନଖେଳିଲେ ୨ପଏଣ୍ଟ ହରାଇବ। ତେବେ ଭାରତ ପରି ଶକ୍ତିଶାଳି ଦଳ ଏହାର ଭରଣା କରିପାରିବ ବୋଲି କହିଛନ୍ତି ହରଭଜନ। ସେପଟେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି ଏହି ପ୍ରସଙ୍ଗ ବିଶ୍ବକପଠାରୁ ଢେର୍ ଅଧିକ। ପାକିସ୍ତାନକୁ ସବୁ କ୍ଷେତ୍ରରେ ଏକଘରିଆ କରିବାକୁ ସେ ମତ ଦେଇଛନ୍ତି। କେବଳ କ୍ରିକେଟ କାହିଁକି ପାକିସ୍ତାନ ସହିତ ଭାରତ ସବୁ ସମ୍ପର୍କ ଛିନ୍ନ କରିବା ଉଚିତ୍ ଗାଙ୍ଗୁଲି କହିଛନ୍ତି। ସେପଟେ ଭିନ୍ନ ରଖିଛନ୍ତି କ୍ରିକେଟର ଭଗବାନ ସଚ୍ଚିନ ତେନ୍ଦୁଲକର। ବିଶ୍ବକପରେ ସବୁ ଥର ପାକିସ୍ତାନକୁ ଭାରତ ହରାଇ ଆସିଛି। ପୁଣି ଥରେ ମ୍ୟାଚ ଖେଳି ପାକିସ୍ତାନକୁ ହରାଇବାର ସମୟ ଆସିଛି ବୋଲି କହିଛନ୍ତି ତେନ୍ଦୁଲକର। ଲିଟିଲ ମାଷ୍ଟର ଗାଭାସ୍କର କହିଛନ୍ତି ପାକିସ୍ତାନ ବିପକ୍ଷ ମ୍ୟାଚ ନଖେଳିଳେ ଭାରତକୁ କଣ ଫାଇଦା ମିଳିବ। ବିଶ୍ବକପରେ ପାକିସ୍ତାନକୁ ଦୁଇ ପଏଣ୍ଟ ଦାନ ଭାରତ ପାଇଁ ମହଙ୍ଗା ପଡିପାରେ ବୋଲି ଗାଭାସ୍କର କହିଛନ୍ତି।

ସେପଟେ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ ଖେଳିବ ନା ନାହିଁ ସେନେଇ ସିଓଏର  ବୈଠକ ବସିଛି । ଏହି ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ସିଓଏ ସରକାରଙ୍କ ଉପରେ ଛାଡିଛି । କିନ୍ତୁ ଆତଙ୍କବାଦକୁ ଆଶ୍ରୟ ଦେଉଥିବା ରାଷ୍ଟ୍ର ସହ କ୍ରିକେଟ ସମ୍ପର୍କ ତୁଟାଇବାକୁ ଆସିସିକୁ ଚିଠି ଲେଖିଛନ୍ତି ବିସିସିଆଇ ସିଇଓ। ବିଶ୍ବକପରେ ଭାରତ ପାକିସ୍ତାନ ମୁକାବିଲାକୁ ନେଇ ମତ ରଖିଛନ୍ତି ଅଧିନାୟକ ବିରାଟ କୋହଲି। ସରକାର ଯେଉଁ ନିଷ୍ପତ୍ତି ନେବେ ତାକୁ ସବୁ ଖେଳାଳି ସମର୍ଥନ କରିବେ ବୋଲି କହିଛନ୍ତି କୋହଲି।

ଖାଲି କ୍ରିକେଟ କାହିଁକି ବାକି ଖେଳ ଉପରେ ମଧ୍ୟ ପୁଲୱାମା ଆତଙ୍କୀ ହମଲାର ପ୍ରଭାବ ପଡିଛି। ଦିଲ୍ଲୀରେ  ଆୟୋଜିତ ସୁଟିଂ ବିଶ୍ବକପ ପାଇଁ ଦୁଇ ପାକ୍ ସୁଟରଙ୍କୁ ଭାରତ ସରକାର ଭିସା ଅନୁମତି ଦେବାକୁ ମନା କରିଛି। ଫଳରେ ଟୋକିଓ ଅଲିମ୍ପିକ୍ସ ପାଇଁ ୨୫ ମିଟର ରାପିଡ ଫାୟାର ପିସ୍ତଲ ଇଭେଣ୍ଟରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଥିବା ଦୁଇଟି ସ୍ଥାନକୁ ଆଇଓସି ପ୍ରତ୍ୟାହାର କରିନେଇଛି।

   Related Posts