ଭାରତ-ଚୀନ୍ ସମ୍ପର୍କ ବିଗିଡିଲେ ଅଟୋ, କସମେଟିକ୍ସ ସମେତ ପ୍ରଭାବିତ ହେବ ଦେଶର ବାଣିଜ୍ୟ ବ୍ୟବସାୟ

Published By : Prameya-News7 Bureau | August 23, 2020 IST

ନୂଆଦିଲ୍ଲୀ ୨୩।୮: ଲଦ୍ଦାଖରେ ଚୀନ ସେନାଙ୍କ ଅନୁପ୍ରବେଶ ଓ ସେଥିଯୋଗୁ ଉପୁଜିଥିବା ପରିସ୍ଥିତିରେ ଭାରତ ପଡୋଶୀକୁ ଜୋରଦାର ଆର୍ଥିକ ଝଟକା ଦେବାକୁ  ଏବେ ରଣନୀତି ପ୍ରସ୍ତୁତ କରୁଛି। ତେବେ ଏଥିଯୋଗୁ ଦେଶର ବ୍ୟବସାୟୀ ଏବେ ଚିନ୍ତିତ ହୋଇପଡିଛନ୍ତି। ଏଥିରେ ଦୁଇ ଦେଶଙ୍କ ସମ୍ପର୍କ ଅଧିକ ବିଗିଡିଲେ ହୁଏତ ଆର୍ଥିକ ସୁନାମୀ ଆସିପାରେ ବୋଲି ଏବେ ସେମାନେ ଆଶଙ୍କା କରୁଛନ୍ତି। 

{"id":318963,"sizeSlug":"large"}

ଯଦି ଦୁଇ ଦେଶଙ୍କ ସମ୍ପର୍କରେ ସୁଧାର ନ ଆସେ ତେବେ ଭାରତରେ ଅଟୋମୋବାଇଲ ଠାରୁ ଆରମ୍ଭ କରି କସମେଟିକ୍ସ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଗୁରୁତର ଅର୍ଥନୈତିକ ବିତ୍ପାତର ଏବେ ବ୍ୟବସାୟୀ ଆକଳନ କରୁଛନ୍ତି। ଏଣୁ କୋଭିଡ-୧୯ରେ ଯାହା କ୍ଷତି ହେଲାଣି ଦୁଇ ଦେଶଙ୍କ ନୀତି ପରିବର୍ତ୍ତନ ତା ଠାରୁ ବଡ଼ କ୍ଷତି କରିବ ବୋଲି ବ୍ୟବସାୟୀ ଆତଙ୍କିତ ହୋଇପଡିଛନ୍ତି। ଏଥିରେ ବାଣିଜ୍ୟ ମନ୍ତ୍ରାଳୟ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଭାରତ ସରକାର ଚୀନ ନିର୍ଭରତା ହ୍ରାସ ଲାଗି ଏବେ ଆତ୍ମ ନିର୍ଭର ଭାରତ ଓ ମେକ-ଇନ-ଇଣ୍ଡିଆ ଉପରେ ପ୍ରାଥମିକତା ଦେଉଛନ୍ତି। ଏଥିଲାଗି କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋୟଲ ଦେଶର ବାଣିଜ୍ୟିକ କ୍ଷେତ୍ରର ସମସ୍ତ ଉଦ୍ୟୋଗୀ ଓ ବ୍ୟବସାୟୀଙ୍କ ସହ ବାରମ୍ବାର ବୈଠକ କରୁଛନ୍ତି।

{"id":318964,"width":574,"height":321,"sizeSlug":"large"}

ତେବେ ଅଟୋମୋବାଇଲ ଉଦ୍ୟମୀଙ୍କ ସହ ବୈଠକରେ ଚୀନ ନିର୍ଭରଶୀଳତା ପ୍ରାୟ ୨୫ପ୍ରତିଶତ ରହୁଥିବାର ସୂଚନା ଦିଆଯାଇଥିଲା। ତେବେ ଚୀନରୁ ଆମଦାନୀ ହେଉଥିବା ଏହି ସବୁ ସାମଗ୍ରୀ ଅଧିକାଂଶ ୟୁରୋପୀୟ କମ୍ପାନୀ ଉତ୍ପାଦ। ଏଣୁ ଚୀନ ଆମଦାନୀ ବନ୍ଦ ହେଲେ ଅଟୋମୋବାଇଲ ସେକ୍ଟର ହୁଏତ ଏତେଟା ପ୍ରଭାବିତ ହୋଇ ନପାରେ।  ସେହିପରି ଭାରତର କସମେଟିକ୍ସ ଉଦ୍ୟୋଗ ପ୍ୟାକେଜିଂ ସାମଗ୍ରୀ ଲାଗି ଚୀନ ଉପରେ ନିର୍ଭରଶୀଳ ଥିବା ଜଣାପଡିଛି। ହେଲେ ଫର୍ମାସ୍ୟୁଟିକାଲ ଉତ୍ପାଦ ଲାଗି ଚୀନ୍‌ ଉପରେ ଭାରତର ନିର୍ଭରତା ଅଧିକ ରହିଛି।

{"id":318966,"sizeSlug":"large"}

ରାଷ୍ଟ୍ରହୀତ ଲାଗି ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ବାସ୍ତବିକ ଗୁରୁତ୍ୱପୂର୍ଣ୍ଣ। ହେଲେ ଏ ନେଇ ଅଚାନକ ପଦକ୍ଷେପ ନେଇ ହେବ ନାହିଁ ବୋଲି ଏଟିଏଲର ସିଏମଡି ରାଜକିଶୋର ଗୁପ୍ତା କହିଛନ୍ତି। ଏଥିଲାଗି ସରକାରଙ୍କୁ ବ୍ୟବହାରିକ ନୀତିଗତ ନିୟମ କରିବାକୁ ପଡିବ। ତେବେ ରବି ଶର୍ମା ହୁଅନ୍ତୁ ଅଥବା ଅନୁରାଗ ମେହେରୋତ୍ରା ଅଥବା ଏଟିଏଲର ରାଜକିଶୋର ବା ସୁନୀଲ ସିଙ୍ଗଲ ସମସ୍ତଙ୍କର କହିବାର କଥା ହେଲା ଏକ। ତାହା ହେଉଛି ଆତ୍ମନିର୍ଭର ଭାରତର ସ୍ୱପ୍ନ ସେବେ ଯାଇ ପୁରଣ ହେବ ଯେତେବେଳେ ଭାରତରେ ଗୁଣାତ୍ମକ ମାନର ସାମାନ ଓ ଉପକରଣ ଆଦି ଉତ୍ପାଦିତ ହେବ। ଏଥିଲାଗି ଦେଶରେ ବଡ ରକମର ବିଦେଶୀ ଓ ଘରୋଇ ନିବେଶର ଆବଶ୍ୟକତା ରହିଛି। ତେବେ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଭାରତ ସରକାର ବ୍ୟବହାରିକ ଓ ନୀତିଗତ ନିୟମ ଲାଗୁ କରିପାରିବେ ବୋଲି ସେମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.