ଚାଇନା ମାଲ୍ ଦରିୟା ମେଁ ଡାଲ୍ : ୨୦୨୧ ଡିସେମ୍ବର ସୁଦ୍ଧା ଚୀନକୁ ୧ଲକ୍ଷ କୋଟି ଟଙ୍କାର ଝଟକା

Published By : Prameya-News7 Bureau | June 11, 2020 IST

ନୂଆଦିଲ୍ଲୀ ୧୧/୬: ପରମ୍ପରାଗତ ଭାବେ ଖୁଚୁରା ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ମଞ୍ଚ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କ୍ୟାଟ୍) ବୁଧବାର ଚାଇନା ବସ୍ତୁ ବହିଷ୍କାର କରିବା ଉଦ୍ଦେଶ୍ୟରେ ଏକ ରାଷ୍ଟ୍ରୀୟ ଅଭିଯାନ ‘ଭାରତୀୟ ସାମାନ-ହମାରା ଅଭିମାନ’ ଆରମ୍ଭ କରିଥିଲେ। ଏହା ଅନୁସାରେ ବ୍ୟବସାୟୀ ସଙ୍ଘ ୨୦୨୧ଡିସେମ୍ବର ଯାଏଁ ଭାରତରେ ଚୀନରେ ନିର୍ମିତ ବସ୍ତୁ ଆମଦାନୀକୁ ୧ଲକ୍ଷ କୋଟି ଟଙ୍କା କମ୍ କରିବାକୁ ନିର୍ଦ୍ଧାରିତ କରାଯାଇଛି।

ଏକ ଭିଡିଓ କନଫରେନ୍ସରେ (କ୍ୟାଟ୍) ରେଳରେ ଖାଦ୍ୟପେୟ ସମୟରେ ଚା ଏବଂ ପାଣି ପିଇବା ପାଇଁ ଏକ ଫେସ୍ ମାସ୍କ ଏବଂ ଗ୍ଲାସ୍ ଜାରି କରିଛନ୍ତି,ଯେଉଁଥିରେ କ୍ୟାଟର ଅଭିଯାନର ସନ୍ଦେଶକୁ କାର୍ଯ୍ୟକ୍ଷମ କରାଯାଇଥିଲା ଏବଂ କୁହାଯାଇଛି ଯେ ବ୍ୟବସାୟୀ ଏହି ମାସ୍କକୁ ପିନ୍ଧି ଏହି ଅଭିଯାନକୁ ଗୁରୁତ୍ବ ଦେବେ। ଅନ୍ୟପଟେ,୨୦୨୦ ଡିସେମ୍ବର ଯାଏଁ ସମସ୍ତ ରାଜଧାନୀ ଏବଂ ଶତାବ୍ଦୀ ଟ୍ରେନରେ ଖାଇବା ପିଇବା ଉଦ୍ଦେଶ୍ୟରେ ପାଖାପାଖି ୫କୋଟି ଗ୍ଲାସ୍ ବଣ୍ଟନ କରାଯିବ।

କ୍ୟାଟ୍ ଏକ ବୟାନରେ କହିଛି ଏହି ଅଭିଯାନ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ‘ଲୋକାଲ୍ ପର ଭୋକାଲ୍’ ଏବଂ ‘ଆତ୍ମନିର୍ଭର ଭାରତ’ ଆହ୍ବାନକୁ ସଫଳ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। କ୍ୟାଟ୍ ଏହା ମଧ୍ୟ କହିଛି ଯେ କରୋନା ଯୋଗୁଁ ଭାରତ ଏବଂ ବିଦେଶରେ ଅର୍ଥବ୍ୟବସ୍ଥା ବିଗିଡ଼ିଯାଇଛି ଏବଂ ଏହାକୁ ନେଇ ଦେଶବ୍ୟାପି ନାଗରିକଙ୍କର ଚୀନ ପ୍ରତି ଗଭୀର ରାଗ ସୃଷ୍ଟି ହୋଇଛି। ଲୋକେ ଏବେ ଚାଇନା ବସ୍ତୁ ପ୍ରତି ଅନାଗ୍ରହ ହେଲେଣି। ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ କ୍ୟାଟ୍ ଏପରି ୩୦୦୦ବସ୍ତୁର ତାଲିକା କରିଛି ଯାହା ବର୍ତ୍ତମାନ ଚୀନରୁ ଆମଦାନୀ ହେଉଛି ଏବଂ ଯାହାର ଉତ୍ପାଦନ ଭାରତରେ ମଧ୍ୟ ଦୀର୍ଘ ଦିନରୁ ହେଉଛି।

କ୍ୟାଟ୍ ନିଜର ଏହି ଅଭିଯାନ ଅନ୍ତର୍ଗତ ଦେଶବ୍ୟାପି ବ୍ୟବସାୟୀ ଏବଂ ଲୋକଙ୍କୁ ସଚେତନ କରିବ ଯେ ଚାଇନା ବସ୍ତୁ ବଦଳରେ ଭାରତୀୟ ଜିନିଷ ବିକ୍ରି ଏବଂ କିଣା ହେଉ। ପ୍ରଥମ ପର୍ଯ୍ୟାୟରେ ଚୀନରୁ ଆମଦାନୀ ହେଉଥିବା ପ୍ରସ୍ତୁତ ମାଲର ବସ୍ତୁର ବହିଷ୍କାର କରିବାର ନିଷ୍ପତ୍ତି ନିଆଯାଇଛି। ଚୀନଠାରୁ ଭାରତର ବାର୍ଷିକ ଆୟ ପାଖାପାଖି ୭୦ଆରବ ଡଲାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.