ପାଶ୍ଚତ୍ୟ ଦେଶର ନାଗରିକଙ୍କ ତୁଳନାରେ ଭାରତୀୟଙ୍କ ବ୍ରେନ୍ ଆକାର ଛୋଟ , ଗବେଷଣାରୁ ଜଣାପଡିଲା
29/10/2019 at 9:41 PM

ହାଇଦ୍ରାବାଦ୨୯|୧୦: ପାଶ୍ଚତ୍ୟ ଦେଶର ନାଗରିକଙ୍କ ତୁଳନାରେ ଭାରତୀୟଙ୍କ ବ୍ରେନ୍ ଆକାର ଛୋଟ । ହାଇଦ୍ରାବାଦ ସ୍ଥିତ International Institute of Information Technology ରେ ପ୍ରଥମଥର ପାଇଁ ଭାରତୀୟ ବ୍ରେନ୍ ଆଟଲାସ୍ ପ୍ରସ୍ତୁତ କରାଯାଇଛି । ଏହି ଗବେଷଣା ଅନୁଯାୟୀ, ପାଶ୍ଟାତ୍ୟ ଏବଂ ଅନ୍ୟ କିଛି ପୂର୍ବ ଦେଶର ଲୋକଙ୍କ ବ୍ରେନ୍ ତୁଳନାରେ ଭାରତୀୟ ବ୍ରେନ୍ ଉଚ୍ଚତା, ଗୋଲେଇ ଏବଂ ଆକାରରେ ଛୋଟ ।

ଆଲଜେମର୍ ଭଳି ଲକ୍ଷଣକୁ ଶୀଘ୍ର ଚିହ୍ନଟ କରିବାରେ ବ୍ରେନ୍ ଆଟଲାସ୍ ସହାୟକ ହେବ । ନ୍ୟୁରୋଲୋଜି ଇଣ୍ଡିଆ ମାଗାଜିନ୍ ରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ଭାରତୀୟ ବ୍ରେନ୍ ଆଟଲାସ୍ ପ୍ରସ୍ତୁତ କରିବା ଲାଗି ମଣ୍ଟ୍ରିଲ୍ ନ୍ୟୁରୋଲୋଜିକାଲ୍ ଆଟଲାସ୍ କୁ ଆଧାର ଭାବରେ ନିଆଯାଇଛି । ତେବେ ଗବେଷକଙ୍କ କହିବା କଥା, କକେସୀୟଙ୍କ ବ୍ରେନ୍ କୁ ଆଧାର ଭାବରେ ନେଇ ଭାରତୀୟଙ୍କ ମସ୍ତିସ୍କ ସଂପର୍କିତ ରୋଗର ଗବେଷଣା ବେଶି ସୁଫଳ ଦେବନାହିଁ ।

Centre for Visual Information Technologyର ବୈଜ୍ଞାନିକ ଜୟନ୍ତୀ ଶିବସ୍ବାମୀ କହିଛନ୍ତି ମଣ୍ଟ୍ରିଲ୍ ନ୍ୟୁରୋଲୋଜିକାଲ୍ କୁ ଆଧାର ଭାବରେ ନେବା ବେଳେ ଭାରତୀୟ ବ୍ରେନ୍ ର ଆକାର ଛୋଟ ବୋଲି ଜଣା ପଡିଛି । ଏବେ ସୁଦ୍ଧା ଯେତେ ବ୍ରେନ୍ ଆଟଲାସ୍ ପ୍ରସ୍ତୁତ କରାଯାଇଚି ତାହା ଭିତରେ ଚୀନ ଏବଂ କୋରିଆ ବ୍ରେନ୍ ଟେମ୍ପଲେଟ୍ ମଧ୍ୟ ରହିଛି । ଏଦିଗରେ ଭାରତୀୟ ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଚେଷ୍ଟା କରିଛନ୍ତି ।…