ଭାରତର ବିସ୍ମୟ ବାଳକଙ୍କ ଭବିଷ୍ୟବାଣୀ ସତ ହେଉଛି: କରୋନା ମହାମାରୀ ନେଇ ୬ ମାସ ତଳୁ ଦେଇଥିଲେ ସୂଚନା, କହିଛନ୍ତି ଆଣବିକ ଯୁଦ୍ଧର ସମ୍ମୁଖୀନ ହେବ ଚୀନ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୦୩: ସଂପ୍ରତି ସମଗ୍ର ଦୁନିଆ କରୋନା ଭାଇରସ୍ ମହାମାରୀରୁ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ଏହା ମଧ୍ୟରେ ଜଣେ ଭାରତୀୟ ବିସ୍ମୟ ବାଳକଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓକୁ ଉକ୍ତ ବାଳକ ୨୦୧୯ ଅଗଷ୍ଟରେ ପ୍ରସ୍ତୁତ କରିଥିଲେ। ସବୁଠୁ ବଡ ଆଶ୍ଚର୍ଯ୍ୟର କଥା  ଏହି ଭିଡିଓରେ ସେ ଯେଉଁ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଏବେ  ବାସ୍ତବରେ ପରିଣତ ହୋଇଛି। ଏହି ଭିଡିଓ ବର୍ତ୍ତମାନ ୟୁଟ୍ୟୁବ୍ ଚ୍ୟାନେଲ୍ କନସାଇନ୍ସ ସେୟାର କରିଛି। ଏହି ବାଳକ ଜଣକ ଜ୍ୟୋତିଷଶାସ୍ତ୍ର ପଢିଥିବା ଦାବି କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ବିଶ୍ଵ ଅନେକ ପ୍ରକାରର ଗୁରୁତର ସମସ୍ୟାର ସମ୍ମୁଖୀନ ହେବ।

କଣ ପୂର୍ବାନୁମାନ କରିଥିଲେ ଏହି ଭାରତୀୟ ବାଳକ

୨୦୨୦ରେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଓ ତିକ୍ତତା ବଢିବ ବୋଲି ଭାରତୀୟ  ବାଳକ ୨୦୧୯ ଅଗଷ୍ଟ ମାସରେ ପୂର୍ବାନୁମାନ କରିଥିଲେ। ସତକୁ ସତ ଇରାନର ମୁଖ୍ୟ ଜେନେରାଲ କାସିମ ସୁଲେମାନିଙ୍କୁ ଆମେରିକା ଡ୍ରୋନ ଜରିଆରେ ନିପାତ କରିଛି। ଯାହା ଦ୍ଵାରା ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିବା ସହିତ ଛାୟା ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି।

ଏହା ସହିତ ବାଳକ ଏହା ମଧ୍ୟ ଭବିଷ୍ୟତବାଣୀ କରିଥିଲେ ଯେ ୨୦୨୦ରେ ଚୀନ ଗୁରୁତର ସମସ୍ୟାର ସମ୍ମୁଖୀନ ହେବ। ଏବେ ବାଳକଙ୍କ ଏହି କଥାକୁ ଲୋକେ ବିଶ୍ଵାସ ମଧ୍ୟ କରିବେ, କାରଣ ଚୀନରୁ ଉତ୍ପନ କରୋନା ଭାଇରସ୍ ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇଛି। ବାଳକ ଏହା ମଧ୍ୟ କହିଥିଲେ ଯେ, ୨୦୨୦ରେ ବିଶ୍ଵରେ ଜୈବିକ ଅସ୍ତ୍ର ଜରିଆରେ ଲଢେଇ ହୋଇପାରେ। ଲୋକେ ଏବେ କହିବା ଆରମ୍ଭ କଲେଣି ଯେ, ଚୀନ ବିଶ୍ଵରେ ନିଜର ଆଧିପତ୍ୟ ବିସ୍ତାର ପାଇଁ କରୋନା ନାମକ ଜୈବିକ ଅସ୍ତ୍ର ପ୍ରୟୋଗ କରିଛି।

ବାଳକ ଏହା ମଧ୍ୟ ଚେତାଇ ଦେଇଥିଲେ ଯେ, ୨୦୨୦ରେ ଅଟୋମୋବାଇଲ ଏବଂ ବିମାନ ଶିଳ୍ପ ସାଙ୍ଘାତିକ ଭାବେ ପ୍ରଭାବିତ ହେବେ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ୨୦୨୦ ଏପ୍ରିଲ ଶେଷ ଆଡକୁ ସମସ୍ୟା ଧିରେ ଧିରେ ହ୍ରାସ ପାଇବ। ଏହି ଭିଡିଓରେ ବାଳକ ସଙ୍କେତ ଦେଇଛନ୍ତି ଯେ, ଚୀନ ଉପରେ ପରମାଣୁ ଆକ୍ରମଣ ହୋଇପାରେ।

ଏବେ ଏହି ଭିଡିଓକୁ ଅପଲୋଡ୍ କରିଥିବା ୟୁଟ୍ୟୁବ୍ ଚ୍ୟାନେଲ୍ ବେଶ୍ ଲୋକପ୍ରିୟତା ସାଉଁଟୁଛି। ଲୋକେ ମଧ୍ୟ ଏହି ଛୋଟ ବାଳକ ଦ୍ଵାରା କରାଯାଇଥିବା ଭବିଷ୍ୟତବାଣୀର ଭିଡିଓକୁ ବହୁଳ ମାତ୍ରାରେ ସେୟାର କରୁଛନ୍ତି।

wp:html /wp:html

ଜଣେ  ୟୁଟ୍ୟୁବ୍ ୟୁଜର ସାରା କମଲ ଲେଖିଛନ୍ତି ଯେ, ଲୋକଙ୍କୁ ଜାଗ୍ରତ ହେବାର ସମୟ ଆସି ଯାଇଛି। ଏହା ଏକ ଆଧ୍ୟାତ୍ମିକ ଲଢେଇ। ବ୍ରହ୍ମାଣ୍ଡ ପୃଥିବୀକୁ ସ୍ଵଚ୍ଛ କରୁଛି। ସମସ୍ତଙ୍କ ଉପରେ ବିଶ୍ଵାସ ରଖନ୍ତୁ ଏବଂ ପ୍ରାର୍ଥନା କରନ୍ତୁ। ଏହା ଅନ୍ଧକାର ବିରୁଦ୍ଧରେ ପ୍ରକାଶର ଲଢେଇ। ଆମେ ପ୍ରକାଶକୁ ନେଇ ଆଗକୁ ବଢିବୁ।

ଏହି ବାଳକଙ୍କୁ ଯେ କୌଣସି ପରିସ୍ଥିତିରେ ମଧ୍ୟ ସୁରକ୍ଷିତ ରଖିବା ଉଚିତ୍। ଏମିତି ନହେଉ ତାଙ୍କୁ ଇଲୁମିନାଟି ଅପହରଣ କରି ନେଇନଯାଉ ବୋଲି ଜଣେ ୟଜର କହିଛନ୍ତି।

କିଛି ଦିନ ପୂର୍ବେ ଏକ ଷଡଯନ୍ତ୍ରକାରୀ ବର୍ଗ ଦୃଢୋକ୍ତି ପ୍ରକାଶ କରିଥିଲେ ଯେ, ପ୍ରାଚୀନ ଫ୍ରାନସିସ୍ ଦ୍ରଷ୍ଟା ନୋଷ୍ଟ୍ରାଡମନସ କରୋନା ଭାଇରସ୍‌ ପ୍ରକୋପର ଭବିଷ୍ୟତବାଣୀ କରିଥିଲେ। ଏହି ଷଡଯନ୍ତ୍ରକାରୀ ସିଦ୍ଧାନ୍ତକାରଙ୍କ ଅନୁସାରେ ନୋଷ୍ଟ୍ରାଡମନସ ୨୦୨୦ରେ ଏକ ଘାତକ ଭାଇରସର ପ୍ରକୋପ ବିଷୟରେ କହିଥିଲେ। ସେମାନଙ୍କର କହିବା କଥା କୋଭିଡ୍ ୧୯ ହେଉଛି ସେହି ଘାତକ ଭାଇରସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.