ରିଙ୍ଗ୍‌ରେ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ସେମିରେ ହାରିଲେ ଲଭଲିନା, ବ୍ରୋଞ୍ଜରେ ସନ୍ତୁଷ୍ଟି

Published By : Prameya-News7 Bureau | August 04, 2021 IST

ଜାପାନ ୦୪/୦୮: ସେମିରେ ହାରିଲେ ଭାରତୀୟ ବକ୍ସର ଲଭଲିନା । ୬୯ କେଜି ବର୍ଗରେ ତୁର୍କି ପ୍ରତିଯୋଗିଙ୍କଠାରୁ ହାରିଛନ୍ତି । ମ୍ୟାଚ ଆରମ୍ଭରୁ ସେ ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ୨ ରାଉଣ୍ଡରୁ ତାଙ୍କର ପ୍ରଦର୍ଶନ ଖରାପ ହୋଇଥିଲା । ଫଳରେ ତାଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟି ହେବାକୁ ପଡିଛି ।

wp:html /wp:html

ଟୋକିଓ ଅଲିମ୍ପିକ୍ସର ତ୍ରୟୋଦଶ ଦିନରେ ଭାରତୀୟ ନିରାଶ ହୋଇଥିଲେ ସୁଦ୍ଧା ଦେଶକୁ ଏକ ପଦକ ନିଶ୍ଚିତ ହୋଇଛି । ବିଶ୍ୱ ଚାମ୍ପିଅନ୍ ବୁସେନାଜ୍ ସୁରମେନେଲିଙ୍କ ବିପକ୍ଷରେ ସେମିଫାଇନାଲ ମ୍ୟାଚ୍ ହାରିଛନ୍ତି । ପୂର୍ବରୁ ଭାରତୀୟ ରେସଲରମାନେ ଭଲ ପ୍ରଦର୍ଶନ କରିଥିଲେ । ରବି କୁମାର ଏବଂ ଦୀପକ ପୁନିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.