ଆଇପିଏଲ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ କ୍ରିକେଟ ଟିମର ଏହି ବୋଲର

Published By : Prameya-News7 Bureau | March 10, 2019 IST

ଦିଲ୍ଲୀ ୧୦/୩ : ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଏହି ବୋଲର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ରିସେପସନରେ ଭାରତୀୟ ଟିମର ଅଧିନାୟଲ ବିରାଟ କୋହଲି ଉପସ୍ଥିତ ଥିଲେ | ଗତକାଲି, ମାର୍ଚ୍ଚ ୯ ତାରିଖରେ ଭାରତୀୟ କ୍ରିକେଟ ଦଳର ବୋଲର ସିଦ୍ଧାର୍ଥ କୌଲ ନିଜ ପ୍ରେମିକା ହରସିମରନ କୌରଙ୍କୁ ବିବାହ କରିଛନ୍ତି |

{"id":92286}


ଗତବର୍ଷ ଠିକ ଆଇପିଏଲ ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ହୋଇଥିଲା | ଠିକ ବର୍ଷେ ପରେ ଅର୍ଥାତ ଆଇପିଏଲ ପୂର୍ବରୁ ଉଭୟ ବିବାହ କରିଛନ୍ତି | ଜିରକପୁରରେ ସିଦ୍ଧାର୍ଥଙ୍କ ବିବାହ ରିସେପସନ ହୋଇଥିଲା | ରିସେପସନରେ ପୁରା ଭାରତୀୟ କ୍ରିକେଟ ଟିମ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଂଚିଥିଲେ | ଜିରକପୁର ସ୍କାଇ ନେଟ ଏନକ୍ଳେଭରେ ରିସେପ୍ସନ ଆୟୋଜନ କରାଯାଇଥିଲା |ରିସେପସନରେ ଖୁବ ଉପଭୋଗ କରିଥିଲେ ଟିମ ଇଣ୍ଡିଆ ଖେଳାଳୀ |

{"id":92287,"width":570,"height":513}


ଯେମିତି ବିରାଟ କୋହଲି ଏବଂ ପୁରା ଟିମ ରିସେପସନରେ ପହଂଚିଥିଲେ ବିବାହରେ ଉପସ୍ଥିତ ଥିବା ଅତିଥି ତାଙ୍କ ସହ ସେଲଫି ନେବା ପାଇଁ ଭିଡ ଜମାଇଥିଲେ | କିନ୍ତୁ କଡା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଥିଲା | ସୁରକ୍ଷାକର୍ମୀ ପ୍ରଶଂସକଙ୍କୁ ଖେଳାଳୀଙ୍କ ପାଖକୁ ଯିବାକୁ ଦେଇନଥିଲେ |

{"id":92288}


ଟିମର ସମସ୍ତ ଖେଳାଳୀ ଦମ୍ପତ୍ତିଙ୍କୁ ଗୋଲାପ ଫୁଲ ଦେଇ ବିବାହର ଶୁଭେଚ୍ଛା ଜଣାଇଥିଲେ | ଏହାପରେ ପୁରା ଟିମ ସିଦ୍ଧାର୍ଥ ଏବଂ ହରସିମରନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ |

{"id":92289}


ସିଦ୍ଧାର୍ଥ କୌଲ ଆଇପିଏଲରେ ସନରାଇଜର୍ସଙ୍କ ପାଇଁ ଖେଳନ୍ତି | ସେ ଭାରତୀୟ ଟିମର ଜଣେ ଶ୍ରେଷ୍ଠ ବୋଲର | ସେ ଏବେ ପର୍ଯ୍ୟନ୍ତ ୩୮ଟି ମ୍ୟାଚ ଖେଳିଛନ୍ତି | ୩୮ଟି ମ୍ୟାଚରେ ସେ ୪୩ଟି ଉଇକେଟ ନେଇଛନ୍ତି | ସିଦ୍ଧାର୍ଥ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଅଷ୍ଟ୍ରେଲିଆ ମ୍ୟାଚରେ ଅଷ୍ଟ୍ରେଲିଆର ୨ଟି ଦିନିକିଆ ମ୍ୟାଚ ଖେଳିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.