Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ସବୁ ବଲ୍‌କୁ ମାଡ ହେଲା, ଏହି ବୋଲର ଏତେ ରନ୍ ଦେଲେ ଯେ ଗୋଟିଏ ମ୍ୟାଚରେ ବିଶ୍ୱ ରେକର୍ଡ

17/07/2020 at 2:36 PM

ନୂଆଦିଲ୍ଲୀ, ୧୭|୦୭: ୭୮ ଓଭର ବୋଲିଂ କରି ମାତ୍ର ଗୋଟିଏ ଓ୍ୱିକେଟ୍ ହାତେଇଥିଲେ ଏହି ବୋଲର । ଆଉ ପ୍ରତିପକ୍ଷ ବ୍ୟାଟସମ୍ୟାନଙ୍କୁ ଦେଇଥିଲେ ୨୭୬ ରନ୍ । ଟେଷ୍ଟ କ୍ରିକେଟରେ ଏହି ଇନିଂସ କୌଣସି ବୋଲରଙ୍କୁ ନିଶ୍ଚିତ ଭାବେ ନିରାଶ କରିବ । ରେକର୍ଡକୁ ଦେଖିଲେ ୧୪୩ ବର୍ଷର ଟେଷ୍ଟ କ୍ୟାରିଅରରେ ଏହି ଇନିଂସ ସବୁଠାରୁ ଅଧିକ ରନ୍ ବ୍ୟୟ କରାଯାଇଥିବା ଦ୍ୱିତୀୟ ବଡ ଉଦାହରଣ । ଏହି ବୋଲର ଆଉ କେହି ନୁହେଁ ବରଂ ରାଜେଶ ଚୌହ୍ୱାନ । ରାଜେଶ ୧୯୯୭ରେ ଶ୍ରୀଲଙ୍କା ବିପକ୍ଷରେ ଏଭଳି ବୋଲିଂ କରି ସମାଲୋଚନାର ଶିକାର ହୋଇଥିଲେ ।

କଲୋମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତର ଅଧିନାୟକ ଥିଲେ ସଚିନ ତେନ୍ଦୁଲକର । ସେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ସଚିନ, ନବଜ୍ୟୋତ ସିଂ ସିଦ୍ଧୁ ଓ ମହମ୍ମଦ ଅଜହାରୁଦ୍ଦିନଙ୍କ ଶତକରେ ଦଳ ୫୩୭ ରନ୍ ସ୍କୋର କରିଥିଲା । ଏହାପରେ ଯାହା ହେଲା ତାହା ଇତିହାସ ହୋି ରହିଛି ।

ଶ୍ରୀଲଙ୍କା ଇଂଲଣ୍ଡର ୯୦୩-୭ ରନର ରେକର୍ଡ ଭାଙ୍ଗି ୮୫୨-୬ ରନର ପାହାଡ ଛିଡା କରିଥିଲା । ସନତ ଜୟସୂରିୟା ୩୪୦ ରନ କରିଥିଲେ । ରୋଶନ ମହାନାମା ୨୨୫, ଅରବିନ୍ଦ ଡି ସିଲଭା ୧୨୬, ଅର୍ଜୁନ ରଣତୁଙ୍ଗା ୮୬ ରନ୍ କରିଥିଲେ ।

ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଅତି ଖରାପ ଥିଲା । ରାଜେଶ ଚୌହ୍ୱାନ, ଅନିଲ କୁମ୍ବଲେ ଓ ନୀଲେଶ କୁଲକର୍ଣ୍ଣୀ ଯଥାକ୍ରମେ ୭୮,୭୨ ଓ ୭୦ ଓଭରରେ ୨୭୬, ୨୨୩ ଓ ୧୯୫ ରନ୍ ଦେଇଥିଲେ ।

ଏହା ଏପରି ଏକ ଟେଷ୍ଟ ମ୍ୟାଚ ଥିଲା ଯାହାକୁ ଦଳ ଭୁଲିଯିବା ଉଚିତ୍ । ଏହି ମ୍ୟାଚ ଡ୍ର ରହିଥିଲା । ରାଜେଶ ଆଉ ୨୩ ରନ୍ ଦେଇଥିଲେ ଇନିଂସରେ ସବୁଠାରୁ ଅଧିକ ରନ୍ ଦେଇଥିବା ବୋଲର ହୋଇଯାଇଥାନ୍ତେ । ସର୍ବାଧିକ ରନ୍ ଦେଇଥିବା ବୋଲର ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ପ୍ଲିଟବୁଡ୍ ସ୍ମିଥ୍ । ସେ ୧୯୩୮ରେ ୨୯୮ ରନ୍ ବ୍ୟୟ କରିଥିଲେ ।

   Related Posts