Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କୁ ଚ୍ୟାଲେଞ୍ଜ୍ ଦେବାରେ ସଫଳ ହେବେ ଭାରତୀୟ ବୋଲର- ପୂଜାରା

17/11/2020 at 11:18 AM

ନୂଆଦିଲ୍ଲୀ,୧୭|୧୧: ଡେଭିଡ୍ ଓ୍ୱାର୍ଣ୍ଣର ଓ ଷ୍ଟିବ୍ ସ୍ମିଥଙ୍କ ଭଳି ଖେଳାଳି ଅଷ୍ଟ୍ରେଲିଆରେ ଅଛନ୍ତି । ଦଳ ମଜବୁତ ସ୍ଥିତିରେ ଅଛି । ଏହାମଧ୍ୟରେ କିନ୍ତୁ ଭାରତୀୟ ବୋଲରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି ଚେତେଶ୍ୱର ପୂଜାରା । ୨୦୧୮-୧୯ ଟେଷ୍ଟ୍ ସିରିଜରେ ମିଳିଥିବା ସଫଳତା ଭାରତ ପୁଣି ଦୋହରାଇବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

୨୦୧୮-୧୯ ଟେଷ୍ଟ୍ ସିରିଜରେ ପୂଜାରା ତିନୋଟି ଶତକୀୟ ଇନିଂସ ଖେଳିଥିଲେ । ଏହାସହ  ୫୦୦ରୁ ଅଧିକ ରନ୍ ସ୍କୋର କରିଥିଲେ । ଫଳରେ ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଥିଲା । ଏହି ସିରିଜରେ ଓ୍ୱାର୍ଣ୍ଣର ସ୍ମିଥ୍ ଦଳରେ ନଥିଲେ । ବଲ୍ ଟ୍ୟାମ୍ପରିଂ ମାମଲାରେ ତାଙ୍କୁ ନିଲମ୍ବନ କରାଯାଇଥିଲା ।

ପୂଜାରା କହିଛନ୍ତି ଯେ, ଭାରତୀୟ ବୋଲିଂ ବିଭାଗ ଜସପ୍ରିତ ବୁମରାହ, ଇଶାନ୍ତ ଶର୍ମା ଓ ମହମ୍ମଦ ଶାମିଙ୍କ ପାଇଁ ଶକ୍ତିଶାଳୀ ରହିଛି । ଫଳରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ମାନେ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ । ଅଷ୍ଟ୍ରେଲିଆ ଟିମରେ ଭଲ ବ୍ୟାଟସମ୍ୟାନ୍ ଥିଲେ ବି ଭାରତୀୟ ବୋଲର କିପରି ସଫଳ ହେବେ ତାହା ଜାଣନ୍ତି । ବୋଲରମାନେ ସ୍ମିଥ୍, ଓ୍ୱାର୍ଣ୍ଣର ଓ ଲାବୁସେନଙ୍କୁ ଶୀଘ୍ର ଆଉଟ୍ କରିବାରେ ସକ୍ଷମ  ହେବେ । ଗୋଲାପି ରଙ୍ଗର ବଲରୁ ଭାରତୀୟ ବୋଲର ଫାଇଦା ନେବେ ।

ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚ୍ ଦିବାରାତ୍ର ହେବ । ଏହା ଆଡିଲେଡରେ ଖେଳାଯିବ । ସୂଚନାଯୋଗ୍ୟ, ପୂଜାରା ୭୭ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୧୮ଟି ଶତକ ସହ ୫୮୪୦ ରନ୍ କରିଛନ୍ତି ।

   Related Posts