Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଅଭ୍ୟାସ୍‌ ମ୍ୟାଚ୍‌ରେ ଛାଇଗଲେ ଭାରତୀୟ ବୋଲର, ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଲେ

21/07/2021 at 11:22 PM

ଡରହମ ୨୧।୦୭: ଇଂଲଣ୍ଡ ବିପକ୍ଷ ଅଗଷ୍ଟ ୪ରୁ ଆରମ୍ଭ ହେଉଛି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍। ଏହା ପୂର୍ବରୁ ଭାରତୀୟ ଦଳ କାଉଣ୍ଟି ଏକାଦଶ ବିପକ୍ଷରେ ଅଭ୍ୟାସ୍ ମ୍ୟାଚ୍ ଖେଳୁଛି। ମ୍ୟାଚ୍‌ରେ  ଭାରତୀୟ ଦଳ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ କେଏଲ ରାହୁଲ ଦମଦାର ଶତକ ଅର୍ଜନ କରିଥିବା ବେଳେ ଦ୍ଵିତୀୟ ଦିନରେ ଭାରତୀୟ ବୋଲର ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ ପାଣି ପିଆଇଛନ୍ତି। ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ୩୧୧ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ଦଳ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୯ ଓ୍ଵିକେଟ୍ ହରାଇ ୨୨୦ ରନ କରିଛି।

ଭାରତୀୟ ବୋଲରଙ୍କ ଦମଦାର ବୋଲିଂର ଭିଡିଓ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ନିଜର ଟ୍ଵିଟର ଆକାଉଣ୍ଟର ସେୟାର କରିଛି। ଏଥିରେ ଦ୍ରୁତ ବୋଲର ଉମେଶ ଯାଦବ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କୁ କ୍ଲିନ ବୋଲ୍ଡ କରୁଥିବା ଦେଖିବାକୁ ମିଳିଛି। କାଉଣ୍ଟି ଏକାଦଶର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ କରିଛନ୍ତି ଉମେଶ ଯାଦବ। ହାସିବ ହମିଦଙ୍କୁ ବାଦ୍ ଦେଲେ ବାକି  ବ୍ୟାଟସମ୍ୟାନ ଭାରତୀୟ ବୋଲିଂ ଆକ୍ରମଣର ଉଚିତ୍  ମୁକାବିଲା କରି ପାରି ନାହାନ୍ତି। ହାସିବ ୧୧୨ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ନିମ୍ନ ଭାଗରେ ଲିୟାମ ପାଟରସନ ହ୍ଵାଇଟ୍ ୩୩ ରନ ଏବଂ ଲିଣ୍ଡନ ଜେମ୍ସ ୨୭ ରନ କରିଥିଲେ।  ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ନେଇ କାଉଣ୍ଟି ଏକାଦଶର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।

ଭାରତ ପକ୍ଷରୁ ଉମେଶ ଯାଦବ ୧୫ ଓଭରରେ ୨୨ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ମହମ୍ମଦ ସିରାଜ ମଧ୍ୟ ଦମଦାର ବୋଲିଂ କରି ୨ ଓ୍ଵିକେଟ୍ ନେଇଛନ୍ତି। ଯଶପ୍ରୀତ ବୁମରା, ଶାର୍ଦ୍ଦୁଳ ଠାକୁର, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ୍ ପ୍ରତ୍ୟେକ ଗୋଟିଏ  ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଲୋକେଶ ରାହୁଲଙ୍କ ୧୦୧ ରନର ଇନିଂସ ବ୍ୟତୀତ ରବୀନ୍ଦ୍ର ଜାଡେଜା(୭୫)ଙ୍କ ସହିତ ପଞ୍ଚମ ଓ୍ଵିକେଟ୍‌ରେ ୧୨୭ ରନର ଭାଗିଦାରୀ ଦମରେ ଭାରତ ୩୧୧ କରି ପାରିଛି।

   Related Posts