ଏହି ଭାରତୀୟ ମହିଳା ୨୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ଜିତିଲେ ମିସେସ୍ ଆର୍ଥ
19/10/2019 at 8:16 PM

ମୁମ୍ବାଇ୧୯|୧୦: ୨୦୧୫ ଓ ୨୦୧୬ ମସିହାରେ ଭାରତୀୟ ସୁନ୍ଦରୀ ପ୍ରିୟଙ୍କା ଖୁରାନା ଗୋୟଲ ମିସେସ୍ ଆର୍ଥ ବିଜେତା ହୋଇଥିଲେ। ଚଳିତ ମାସ ଅକ୍ଟୋବର ୧୮ ତାରିଖରେ ଗ୍ରାଣ୍ଡ ପ୍ୟାଲେଡିୟମ ଜାମାଇକା ରିସର୍ଟ୍ସ ସ୍ପାରେ ଆୟୋଜିତ ସୌନ୍ଦର୍ଯ୍ୟ ମୁକାବିଲାରେ ୨୦୧୫ ମସିହାର ମିସେସ୍ ଆର୍ଥ ପୁରସ୍କାର ଦିଆଯାଇଥିଲା। ଫେବୃଆରି ମାସରେ ପ୍ରିୟଙ୍କା ମିସେସ୍ ଇଣ୍ଡିଆ କ୍ବିନ୍ ଅଫ୍ ସବଷ୍ଟାନସ୍ ୨୦୧୫ ପୁରସ୍କାର ବିଜୟ ହାସଲ କରିଥିଲେ।

୨୦୧୫ ମସିହାରେ ମିସେସ୍ ଆର୍ଥ ପ୍ରତିଯୋଗୀତାରେ ୨୦ଟି ଦେଶର ସୁନ୍ଦରୀ ମହିଳାମାନେ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗୀମାନଙ୍କୁ ବ୍ୟକ୍ତିଗତ ସାକ୍ଷାତକାର, ଇଭିନିଙ୍ଗ୍ ଗାଉନ ଓ ହାଇ ଫେସନ୍ ମଡେଲିଙ୍ଗ୍ ଭଳି ବିଭିନ୍ନ ପ୍ରକାର ରାଉଣ୍ଡ ଅତିକ୍ରମ କରିବା ପାଇଁ ପଡିଥିଲା।
ପ୍ରିୟଙ୍କା ନିଜ ପ୍ରତିକ୍ରିୟାରେ କହିଛନ୍ତି ମୁଁ ପ୍ରଥମ ଭାରତୀୟ ମିସେସ୍ ଯିଏ ଆର୍ଥ ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ନାଁ କରିଛି। ପ୍ରିୟଙ୍କା ସ୍ବାମୀ ଅମୂଲ୍ୟ ପ୍ରତି କ୍ଷେତ୍ରରେ ତାଙ୍କୁ ସାହାଯ୍ୟ କରିଥିବା କଥା ପ୍ରିୟଙ୍କା କହିଛନ୍ତି।