‘ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନ୍ ନିଜ ପାଇଁ ଖେଳନ୍ତି ଦଳ ପାଇଁ ନୁହେଁ’, ଏମିତି କହିଲେ ଇଞ୍ଜାମାମ

Published By : Prameya-News7 Bureau | April 24, 2020 IST

ଲାହୋର, ୨୪|୦୪: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବଦା ଭାରତୀୟ ବ୍ୟାଟିଂ ଓ ପାକିସ୍ତାନର ବୋଲି ଚର୍ଚ୍ଚାରେ ରହିଥାଏ । ଅଧିକାଂଶ କ୍ରିକେଟ ବିଶେଷଜ୍ଞ ମଧ୍ୟ ଏହାକୁ ସ୍ୱୀକାର କରିଥାନ୍ତି । ଏବେ ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ ଏହାକୁ ନେଇ ମନ୍ତବ୍ୟ ଦେଇଛନ୍ତି ।

{"id":259259,"width":754,"height":502,"sizeSlug":"large"}

ଇଞ୍ଜାମାମ ରମିଜ ରାଜାଙ୍କ ସହ ୟୁଟ୍ୟୁବରେ ଆଲୋଚନା ସମୟରେ ଭାରତୀୟ ଓ ପାକିସ୍ତାନ ଦଳ ମଧ୍ୟରେ ଫରକ ଦର୍ଶାଇଥିଲେ । ସେକହିଥିଲେ ଯେ, ତାଙ୍କ ସମୟରେ ପାକିସ୍ତାନ ଦଳରେ ଏକଜୁଟତା ଥିଲା । ଭାରତୀୟ ବ୍ୟାଟସମ୍ୟାନ କେବଳ ନିଜର ବ୍ୟକ୍ତିଗତ ରେକର୍ଡ ପାଇଁ ଖେଳୁଥିଲେ । ତାଙ୍କ ସମୟରେ କେବଳ ଖାତା କଲମରେ ଭାରତୀୟ ଦଳର ରେକର୍ଡ ଭଲ ଥିଲା । ଯଦି ପାକିସ୍ତାନ ୩୦ରୁ ୪୦ ରନ ଅଧିକ କରେ ତାହା ଭାରତ ପାଇଁ ଅଡୁଆ ସୃଷ୍ଟି କରେ ।

ଇଞ୍ଜାମାମଙ୍କ କହିବାନୁସାରେ, ପ୍ଲେୟାର୍ସ ଫେଲ୍ ହେବା ପରେ ତାଙ୍କୁ ସମର୍ଥନ ମିଳିବା ଆବଶ୍ୟକ । ଯଦି ଖେଳାଳିଙ୍କ ମଧ୍ୟରେ ଦଳରେ ସ୍ଥାନକୁ ନେଇ ଆଶଙ୍କା ଥାଏ ତେବେ ସେ ନିଜ ପାଇଁ ଖେଳିଥାନ୍ତି  ଓ ଦଳର ଆବଶ୍ୟକତାକୁ ଭୁଲିଯାଇଥାନ୍ତି । ସେ ନିଜ ଉଦାହରଣ ଦେଇ କହିଛନ୍ତି ଯେ, ସେ ଖରାପ ପ୍ରଦର୍ଶନ କରୁଥିବା ବେଳେ ଇମରାନ ଖାନ ତାଙ୍କୁ ସମର୍ଥନ କରୁଥିଲେ । ୧୯୯୨ରେ ଦଳ ଚାମ୍ପିଅନ ହେବା ପରେ ଏହାର ପ୍ରମାଣ ମିଳିଥିଲା । ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଇଞ୍ଜାମାମ ଆକର୍ଷଣୀୟ ଇନିଂସ ଖେଳିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.