କିଙ୍ଗଫିସର ଏୟାରଲାଇନ୍ସର ଋଣ ଠକେଇ ମାମଲା, ପଳାତକ ବିଜୟ ମାଲ୍ୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ଭାରତୀୟ ବ୍ୟାଙ୍କ୍
20/12/2020 at 3:24 PM

ନୂଆଦିଲ୍ଲୀ ୨୦/୧୨ : ଦେଶର ସର୍ବବୃହତ ବ୍ୟାଙ୍କ୍ ଏସବିଆଇ ନେତୃତ୍ବରେ ଭାରତର ଅନ୍ୟ ବ୍ୟାଙ୍କ୍ ଗୁଡିକ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୁଦ୍ଧରେ ପୁଣି ଥରେ ଲଣ୍ଡନ କୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି । ବନ୍ଦ ହୋଇପଡିଥିବା କିଙ୍ଗଫିସର ଏୟାରଲାଇନ୍ସକୁ ଋଣ ଆଦାୟକୁ ଦେଇ ଏହି ମାମଲାରେ ରୁଜୁ କରିଛନ୍ତି ବ୍ୟାଙ୍କ ସମୂହ ।
ତେବେ ଲଣ୍ଡନ ହାଇକୋର୍ଟ ଦ୍ବାରା ଗଠିତ ଖଣ୍ଡପୀଠର ମୁଖ୍ୟ ଜଷ୍ଟିସ୍ ମାଇକେଲ ବ୍ରିଗ୍ସ୍ ଶୁକ୍ରବାର ଭିଡିଓ କନଫରେନ୍ସ୍ ମାଧ୍ୟମରେ ଏହି ମାମଲାର ଶୁଣାଣି କରିଛନ୍ତି । ବିଜୟ ମାଲ୍ୟା ଏବଂ ଭାରତୀୟ ବ୍ୟାଙ୍କ୍ ସମୂହଙ୍କ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା । ଭାରତରେ ମାଲ୍ୟାଙ୍କର ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ଦଖଲକୁ ନେବାକୁ ଦାବି କରିଥିଲେ ଭାରତୀୟ ବ୍ୟାଙ୍କ ସମୂହ । ଏହାର ଜବାବରେ ମାଲ୍ୟାଙ୍କର ଓକିଲ ଭାରତରେ ବ୍ୟାଙ୍କ୍ ଗୁଡିକ ମାଲ୍ୟାଙ୍କର ସମ୍ପତ୍ତି ଦଖଲ କରିବାର ଅଧିକାର ନାହିଁ କାରଣ ସେଥିରେ ସାଧାରଣ ଜନତାଙ୍କର ପୁଞ୍ଜି ନିବେଶ ହୋଇଛି ।
ଏହାକୁ ବିରୋଧ କରି ଭାରତୀୟ ବ୍ୟାଙ୍କ୍ ଗୁଡିକ ପକ୍ଷରୁ ମାମଲା ଲଢୁଥିବା ଓକିଲ ମାର୍ସିୟା ଶେଖଣ୍ଡେମିନ୍ କହିଛନ୍ତି, ବାଣିଜ୍ୟିକ ଚୁକ୍ତି ଅନୂଯାୟୀ ସମ୍ପତ୍ତି ଦଖଲ କରିବା ପାଇଁ ବ୍ୟାଙ୍କଗୁଡିକ ଅଧିକାର ରହିଛି । ତେବେ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟା ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ପୂର୍ବରୁ ପଞ୍ଜାବ ନେସନାଲ ବ୍ୟାଙ୍କରୁ ବହୁକୋଟି ଟଙ୍କା ହେରଫେର ମାମଲାରେ ପଳାତକ ଷୋଷଣା କରିଥିଲେ ସୁପ୍ରିମକୋର୍ଟ ।