UAE ମାସିକ ଲଟେରିରେ ଲାଗିଲା ଭାରତୀୟ ଶିଶୁର Jackpot, ଜିତିଲେ ୧ ନିୟୁତ ଡଲାର

Published By : Prameya-News7 Bureau | February 06, 2020 IST

ଦୁବାଇ ୬।୨: ୟୁଏଇରେ ରହୁଥିବା ଜନୈକ ଭାରତୀୟ ତାଙ୍କ ୧ ବର୍ଷର ପୁଅ ନାମରେ ଏକ ମାସିକ ଲଟେରି ଟିକେଟ୍ କିଣିଥିଲେ। ଯାହା ୧ ନିୟୁତ ଡଲାରର ପୁରସ୍କାର ଜିତିଛି। ଦୁବାଇରେ ରହୁଥିବା ଅନେକ ଭାରତୀୟ ଏହି ମାସିକ ଲଟେରି ଟିକେଟ କିଣିଥାନ୍ତି। ଏଥିରୁ ଏନେକ ଅତୀତରେ ଲାଭବାନ ହୋଇଥିବା ବେଳେଏବେ ଏହା ଏକ ଭାରତୀୟ କୁନି ପୁଅର ଭାଗ୍ୟ ଖୋଲିଛି।

{"id":220894,"sizeSlug":"large"}

ଏଥିରେ ତାର ପିତା ରମିଜ ରହମାନ ତାଙ୍କ ଲାଗି ବାସ୍ତବିକ ଏହା ଏକ ବଡ ଖବର ବୋଲି କହିଛନ୍ତି। ଏହା ଦ୍ୱାରା ସେ ତାଙ୍କ ପୁଅର ଭଲ ଲାଳନ ପାଳନ କରିବାକୁ ଏବେ ସକ୍ଷମ ହେବେ ବୋଲି କହିଛନ୍ତି। ରମିଜ ଗତ ୧ ବର୍, ହେଲା ଦୁବାଇ ଡ୍ୟୁଟି ଫ୍ରି ପ୍ରମୋସନରେ ଭାଗନେଇ ଆସୁଛନ୍ତି। ତେବେ ପ୍ରଥମ ଥର ତାଙ୍କ ପୁଅର ନମ୍ବର ଲାଗିଛି।

{"id":220895,"sizeSlug":"large"}

ଏହି ଲକି ଡ୍ରର ଫଳାଫଳ ଗତ ମଙ୍ଗଳବାର ଘୋଷିତ ହୋଇଥିଲା। ଏହାର ଟିକେଟ୍ ନମ୍ବର ୧୩୧୯ ହୋଇଥିବା ବେଳେ ସିରିଜ ନମ୍ବର ୩୨୩ ଥିଲା। ରମିଜ ଅନଲାଇନରେ ପୁଅ ନାମରେ ଏହି ଟିକେଟଟିକୁ କିଣିଥିଲେ। ଗତ ବର୍, ଜଣେ ଭାରତୀୟ ଚାଷୀ ଜୀବିକା ଅନ୍ବେଷଣରେ ଦୁବାଇ ଯାଇଥିଲେ। ସେଠାରେ ତାଙ୍କୁ କର୍ମସଂସ୍ଥାନ ନ ମିଳିବାରୁ ନିରାଶ ହୋଇ ଘରକୁ ଫେରିଥିବା ବେଳେ ସେ କ୍ରୟ କରିଥିବା ଏହି ମାସିକ ଲଟେରି ଟିକେଟ ପୁରସ୍କାର ଜିତିଥିଲା। ଗତ ମଙ୍ଗଳବାର ଘୋଷିତ ହୋଇଥିବା ପୁରସ୍କାରରେ ଅନ୍ୟ ୩ ଜଣ ଭାରତୀୟ ବି ବିଜେତା ହୋଇଛନ୍ତି। ସେମାନଙ୍କୁ ପୁରସ୍କାରରେ ଲଗଜରୀ କାର ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.