Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ନଗଦ ୧୦ ଲକ୍ଷ ଓ ୪୦ ଲକ୍ଷ ଟଙ୍କାର ସୁନା ଭର୍ତ୍ତି ବ୍ୟାଗ୍ ପୋଲିସକୁ ହସ୍ତାନ୍ତର କରି ବିଦେଶରେ ସମ୍ମାନିତ ହେଲେ ଭାରତୀୟ ନାଗରିକ

13/09/2020 at 1:43 PM

ଦୁବାଇ ୧୩/୦୯ : ଜଣେ ଭାରତୀୟ ନାଗରିକଙ୍କୁ ୟୁଏଇ ପୋଲିସ ଦ୍ୱାରା ସମ୍ମାନିତ କରାଯାଇଛି । ଭାରତର ରିତେଶ ଗୁପ୍ତାଙ୍କୁ ୟୁଏଇ ପୋଲିସ ତାଙ୍କର ସଚ୍ଚୋଟତା ପାଇଁ ସମ୍ମାନିତ କରିଛି । ରିତେଶ ସୁନା ଗହଣା ଓ ଟଙ୍କା ଭର୍ତ୍ତି ଏଜ ବ୍ୟାଗ ପୋଲିସକୁ ଫେରାଇଥିଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ, ରିତେଶଙ୍କୁ ୧୦ ଲକ୍ଷ ୨୮ ହଜାର ୫୮୦ ଟଙ୍କା ଓ ସୁନା ଗହଣା ଭର୍ତ୍ତି ଏକ ବ୍ୟାଗ ମିଳିଥିଲା । ଦୁବାଇରେ ରହୁଥିବା ରିତେଶ ଏହି ବ୍ୟାଗ ପୋଲିସକୁ ଦେଇଥିଲେ । ରିତେଶଙ୍କ ସଚ୍ଚୋଟତା ପାଇଁ ଦୁବାଇ ପୋଲିସ ତାଙ୍କର ପ୍ରଶଂସା କରିବା ସହ ଜଣେ ଦାୟିତ୍ୱବାନ ନାଗରିକର ପ୍ରମାଣପତ୍ର ଦେଇଛି । 

ଗଲ୍ଫ ନ୍ୟୁଜ ଅନୁଯାୟୀ, ରିତେଶ ପୋଲିସକୁ ହସ୍ତାନ୍ତର କରିଥିବା ବ୍ୟାଗରେ ୧୦ ଲକ୍ଷ ନଗଦ ଟଙ୍କା ସହ ପାଖାପାଖି ୪୦ ଲକ୍ଷ ଟଙ୍କାର ସୁନା ଗହଣା ଥିଲା । କିନ୍ତୁ ରିତେଶ ଏହି ଟଙ୍କା ଓ ସୁନା ନିଜେ ନ ନେଇ ପୋଲିସକୁ ହସ୍ତାନ୍ତର କରିଥିଲେ । ଅଲ କୁସେସ ପୋଲିସ ଥାନା ନିର୍ଦେଶକ ବ୍ରିଗେଡିୟର ୟୁସୁଫ ଅବଦୁଲ ସଲିମ ରିତେଶ ଗୁପ୍ତାଙ୍କୁ ପୋଲିସ ଥାନାକୁ ଡାକି ତାଙ୍କୁ ସମ୍ମାନିତ କରିବା ସହ ଦାୟିତ୍ୱବାନ ନାଗରିକର ପ୍ରମାଣପତ୍ର ଦେଇଥିଲେ । ଏହାସହ ପୋଲିସ ଓ ସମାଜ ମଧ୍ୟରେ ସମ୍ପର୍କ ମଜବୁତ ହେବ ମହତ୍ଵପୁର୍ଣ ବୋଲି ସେ କହିଥିଲେ । ଦୁବାଇ ପୋଲିସ ରିତେଶ ଗୁପ୍ତାଙ୍କୁ ସମ୍ମାନିତ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ପୋଲିସ ତାଙ୍କ ପ୍ରତି ଯେଉଁ ଭାବ ପ୍ରକଟ କରିଛି ତାହା ତାଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଛନ୍ତି ।

   Related Posts