ପାକିସ୍ତାନର ଜିଡିପିଠୁ ଅଧିକ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜ୍

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ ୧୨।୦୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ୍‌ର ମୁକାବିଲା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ୨୦  ଲକ୍ଷ କୋଟି ଟଙ୍କାର ଏହି ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜ୍‌ ଦେଶର ମୋଟ୍ ଜିଡିପିର ପାଖାପାଖି ୧୦ ପ୍ରତିଶତ ହେବ। ଏହା ପ୍ୟାକେଜ୍‌ ବହୁତ ବଡ ହେବା ସହ ଏଥିପାଇଁ ଦୃଷ୍ଟି ଆକର୍ଷଣୀୟ କାରଣ ଏ ପର୍ଯ୍ୟନ୍ତ ଭାରତର ଲକ୍‌ଡାଉନ୍‌ ଉପରେ ପ୍ରଶ୍ନ କରି ଆସୁଥିବା ପଡୋଶୀ ଦେଶ ପାକିସ୍ତାନର ମୋଟ୍ ଜିଡିପି ମଧ୍ୟ ଏହି ପ୍ୟାକେଜ୍‌ଠୁ କମ। ଉଲ୍ଲେଖଯୋଗ୍ୟ, ପାକିସ୍ତାନର ପ୍ରଧାନମନ୍ତ୍ରୀ ପ୍ରଥମରୁ ଏହା କହି ଦେଶରେ ଲକ୍‌ଡାଉନ୍‌ ଲଗାଇବାକୁ ମନା କରିଥିଲେ ଯେ, ଦେଶର ଅର୍ଥନୀତି ଏହି ଆର୍ଥିକ ଚାପକୁ ସହ୍ୟ କରି ପାରିବ ନାହିଁ। କିନ୍ତୁ ଅବସ୍ଥା ବିଗିଡିବାରୁ ଶେଷରେ ପାକିସ୍ତାନକୁ ଲକ୍‌ଡାଉନ୍‌ ପରି ମାର୍ଗରେ ଯିବାକୁ ପଡିଛି।

{"id":268998,"sizeSlug":"large"}

ଭାରତ ଯେଉଁ ପ୍ୟାକେଜ୍‌ ଘୋଷଣା କରିଛି, ତାହା ୩୦୦ ବିଲିୟନ ଆମେରିକୀୟ ଡଲାର। ୨୦୧୯ରେ ପାକିସ୍ତାନର ମୋଟ୍ ଜିଡିପି ୨୮୪.୨୧୪ ବିଲିୟନ ଆମେରିକୀୟ ଡଲାର ରହିଛି। ଏହା ପୂର୍ବରୁ ୨୦୧୮ରେ ପାକିସ୍ତାନର ଜିଡିପି ୩୦୦ ବିଲିୟନ ଆମେରିକୀୟ ଡଲାର ରହିଥିଲା, ମାତ୍ର ସାଂପ୍ରତିକ ସ୍ଥିତିକୁ ଦେଖିଲେ ୨୦୨୦ରେ ଏହା ୨୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ନାହିଁ। ଅନ୍ୟପଟେ ଭାରତର ଜିଡିପି ପ୍ରାୟ ୩୦୦୦ ବିଲିୟନ ଡଲାର।

ଉଲ୍ଲେଖଯୋଗ୍ୟ, ପାକିସ୍ତାନରେ ମେ ୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହା ପରେ ମଧ୍ୟ ସ୍ଥିତି ସୁଧୁରି ନାହିଁ, ତଥାପି ଲକ୍‌ଡାଉନ୍‌ରେ କୋହଳ ଦିଆଯାଉଛି। ଦେଶରେ ଅଦ୍ୟାବଧି ୩୨ ହଜାର ୯୧୬ କରୋନା ସଂକ୍ରମିତ ଚିହ୍ନଟ  ହୋଇଛନ୍ତି। ୭୩୩ ଜଣଙ୍କ ମୃତ୍ୟୁ ଘଟି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.