Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଟୋକିଓ ଅଲିମ୍ପିକ୍ସ : ଜାଣନ୍ତୁ ୧୫ତମ ଦିନରେ ଭାରତୀୟ ଆଥଲେଟ୍‌ଙ୍କ ଖେଳସୂଚୀ

6/08/2021 at 5:01 AM

ଟୋକିଓ ୦୬।୦୮:  ଟୋକିଓ ଅଲିମ୍ପିକର ୧୪ ତମ ଦିନ ଭାରତ ପାଇଁ ଐତିହାସିକ ରହିଛି। କାରଣ ଭାରତୀୟ ପୁରୁଷ ହକି ଦଳ ଜର୍ମାନୀକୁ ହରାଇ ଅଲିମ୍ପିକ ଇତିହାସରେ ୪୧ ବର୍ଷ ପରେ ପଦକ ବିଜୟୀ ହୋଇଛି । ହକି ବ୍ୟତୀତ ବାକି ଖେଳରେ ଭାରତକୁ ପଦକ ମିଳିଛି । କୁସ୍ତିରେ ରବି ଦାହିୟାଙ୍କୁ ରୌପ୍ୟ ପଦକ ମିଳିଛି ।

ସେହିପରି ଏବେ ଭାରତ ପାଇଁ ୧୫ତମ ଦିନ ବହୁତ ଖାସ୍ ହେବାକୁ ଯାଉଛି। ଭାରତୀୟ ମହିଳା ହକି ଦଳ ଶୁକ୍ରବାର ବ୍ରୋଞ୍ଚ ପଦକ ପାଇଁ ବ୍ରିଟେନ୍‌ ସହିତ ଲଢେଇ କରିବ । ପୁରୁଷ ହକି ଟିମ୍‌ ପରି ମହିଳା ହକି ଟିମ୍‌ ମଧ୍ୟ ପଦକ ଜିତିବା ଆଶାରେ ରହିଛି । ତେବେ ଆସନ୍ତୁ ଜାଣିବା ୧୨ମ ଦିନର ପୂରା କାର୍ଯ୍ୟସୂଚୀ

ଆଥଲେଟିକ୍ସ : ଗୁରପ୍ରୀତ ସିଂହ (ପୁରୁଷ ୫୦କିମି ଚାଲି ଫାଇନାଲ୍‌) ସମୟ : ରାତି ୨.୦୦

ଗଲ୍ଫ : ଦୀକ୍ଷା ଡଗର (ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍‌ ପ୍ଲେ ତୃତୀୟ ରାଉଣ୍ଡ)ସମୟ: ସକାଳ ୫.୨୯

ଗଲ୍ଫ : ଅଦିତି ଅଶୋକ (ମହିଳା ବ୍ୟକ୍ତିଗତ ଷ୍ଟ୍ରୋକ୍‌ ପ୍ଲେ ତୃତୀୟ ରାଉଣ୍ଡ) ସମୟ : ସକାଳ ୫.୪୮

ମହିଳା ହକି : ଭାରତ ବନାମ ବ୍ରିଟେନ (ବ୍ରୋଞ୍ଜ ପଦକ ମ୍ୟାଚ୍‌)ସମୟ: ସକାଳ ୭.୦୦

ସଲିଂ : ସୀମା ବିସ୍‌ଲା (ମହିଳା ୫୦କିଲୋ ଫ୍ରି-ଷ୍ଟାଇଲ୍‌)ସମୟ: ସକାଳ ୮.୦୭ରେ

ସଲିଂ : ବଜରଙ୍ଗ ପୁନିଆ (ପୁରୁଷ ୬୫କିଲୋ ଫ୍ରି-ଷ୍ଟାଇଲ୍‌)ସମୟ : ସକାଳ ୮.୪୯

ଆଥଲେଟିକ୍ସ : ଭାବନା ଜାଟ, ପ୍ରିୟଙ୍କା ଗୋସ୍ୱାମୀ (ମହିଳା ୨୦କିମି. ଚାଲି ଫାଇନାଲ୍‌), ସମୟ : ମଧ୍ୟାହ୍ନ ୧.୦୦

ଆଥଲେଟିକ୍ସ : ଅମୋଜ ଜାକବ, ପି ନାଗାନାଥନ, ରାଜୀବ ଆରୋକିଆ, ନୋଆ ନିର୍ମଳ ଟମ୍‌, ମହମ୍ମଦ ଆନସ ୟାହିୟା (ପୁରୁଷ ୪ ଗୁଣା ୪୦୦ମିଟର ରିଲେ, ହିଟ୍‌-୨), ସମୟ: ଅପରାହ୍ଣ ୫.୦୭

   Related Posts