ରାଜସ୍ଥାନୀ ଝିଅ ପ୍ରେରଣା ଏବେ ସେନା ବାହିନୀରେ ମେଜର ପଦବୀରେ, ଜେଜେବାପା ଓ ଅଜାଙ୍କୁ ଟପିଗଲେ

Published By : Prameya-News7 Bureau | May 14, 2019 IST

ଝୁନଝୁନୁ ୧୫/୫: ରାଜସ୍ଥାନର ରାଜପୁତ ମାନେ ବୀରତ୍ବ, ମର୍ଯ୍ୟାଦା,ପରମ୍ପରା ଏବଂ ପ୍ରତିଷ୍ଠା ପାଇଁ ବେଶ ପ୍ରସିଦ୍ଧ। ଭାରତୀୟ ସେନାରେ ସେଥିପାଇଁ ରହିଛି ରାଜପୁତ ରେଜିମେଣ୍ଟ । ଦେଶ ସୁରକ୍ଷାର ଭାବନା ରାଜପୁତଙ୍କ ରକ୍ତରେ ରହିଛି। ଏଥିପାଇଁ ଅନେକ ପୁଅଝିଅ ଭାରତର ସୁରକ୍ଷା ପାଇଁ ସୀମାରେ ଜଗି ରହିଛନ୍ତି।

{"id":111919,"width":596,"height":447}

ଆସନ୍ତୁ ଆଜି ଆମେ ଜାଣିବା ଏପରି ଏକ ସାହସୀ ରାଜପୁତ ମହିଳା ସୈନିକ ପ୍ରେରଣା ସିଂହ ଖିଚିଙ୍କ ବିଷୟରେ। ଖାସ୍ କଥା ହେଉଛି ଏହା ଯେ ପିଲାବେଳୁ  ଜେଜେବାପା ଏବଂ ଅଜାଙ୍କୁ ସୈନିକ ପୋଷାକରେ ଦେଖି ଭାରତୀୟ ସେନାରେ ଯୋଗ ଦେବାର ସ୍ବପ୍ନ ଦେଖିଥିବା ପ୍ରେରଣା  ଆଜି ମେଜର ପଦବୀ ଯାଏଁ ପହଞ୍ଚିଯାଇଛନ୍ତି। ସେ ତାଙ୍କ ଜେଜେ ବାପା ଏବଂ ଅଜାଙ୍କଠୁ ମଧ୍ୟ ବଡ଼ ଅଫିସର ହୋଇ ଯାଇଛନ୍ତି। ଭାରତୀୟ ସେନାରେ ମେଜର ହୋଇଥିବା ପ୍ରେରଣା ଧମୋରା ଗାଁର ପ୍ରଥମ ବୋହୂ।

{"id":111920,"width":594,"height":446}

ପ୍ରେରଣା ସିଂହଙ୍କ ଜେଜେବାପା ସେନାରେ ରିଶାଲଦାର ଏବଂ ଅଜା ବିଏସଏଫରେ ଡେପୁଟି କମାଣ୍ଡାଣ୍ଟ ଥିଲେ। ପ୍ରେରଣା ସେମାନଙ୍କ ପୋଷାକକୁ ଦେଖି ଦେଖି ଏବଂ ତାଙ୍କ ସାହସିକତାର କାହାଣୀ ଶୁଣି ଶୁଣି ବଡ଼ ହୋଇଛନ୍ତି। ସେଥିପାଇଁ ସେ ପିଲାଦିନୁ ନିଷ୍ପତ୍ତି ନେଇଥିଲେ ଯେ ସେ ବଡ଼ ହେଲେ ସେନାବାହିନୀରେ ଯୋଗ ଦେବେ। ସେ ୨୦୧୧ମସିହାରେ ପ୍ରଥମ ଉଦ୍ୟମରେ ଆର୍ମିରେ ଯୋଗ ଦେଇଥିଲେ ଏବଂ ୨୦୧୭ ସେପ୍ଟେମ୍ବର ୧୭ତାରିଖରେ ତାଙ୍କୁ ଆର୍ମିରେ ମେଜରର ପଦୋନ୍ନତି ମିଳିଥିଲା। ମେଜର ପ୍ରେରଣା ସିଂହ ବର୍ତ୍ତମାନ ପୁଣେରେ କାର୍ଯ୍ୟରତ । ​‌ସେ ସେଠାରେ ସେନାର ଇଞ୍ଜିନିୟର କୋରର ଦାୟିତ୍ବ ସମ୍ଭାଳୁଛନ୍ତି।

{"id":111922,"width":595,"height":446}

ରାଜସ୍ଥାନର ଯୋଧପୁରରେ ବ୍ୟାଙ୍କ କର୍ମଚାରୀ ନାଥୁସିଂହ ଖିଚି ଏବଂ ସନ୍ତୋଷ କଓ୍ବଁରଙ୍କ ଘରେ ଜନ୍ମ ହୋଇଥିବା ପ୍ରେରଣାଙ୍କ ୬ବର୍ଷ ପୂର୍ବରୁ ଝୁନଝୁଣୁ ଜିଲ୍ଲାର ଧମୋରା ବାସିନ୍ଦା ମାନ୍ଧାତା ସିଂହଙ୍କ ସହ ବିବାହ ହୋଇଥିଲା। ତାଙ୍କର ପାଞ୍ଚ ବର୍ଷର ଏକ ଝିଅ ରହିଛି। ସ୍ବାମୀ ମାନ୍ଧାତା ସିଂହ ହାଇକୋର୍ଟରେ ଓକିଲ। ଜେଜେବାପା ଏବଂ ଅଜାଙ୍କ ବ୍ୟତୀତ ତାଙ୍କର ନଣନ୍ଦେଇ ଦିଲ୍ଲୀପ ସିଂହ ରାଠୈାର ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣେଲ୍ ଅଛନ୍ତି। ତାଙ୍କ ଦିଅର ଯଶବର୍ଦ୍ଧନ ସେନାରେ ପ୍ରଶିକ୍ଷଣ ନେଉଛନ୍ତି। ବର୍ତ୍ତମାନ ପ୍ରେରଣାଙ୍କ ପରିବାର ଜୟପୁରଠାରେ ରହୁଛନ୍ତି।

{"id":111923,"width":593,"height":593}

ଶ୍ବଶୁର ସମ୍ପତ ସିଂହ ଧମୋରାଙ୍କ କହିବାନୁସାରେ ପ୍ରେରଣା ତାଙ୍କ ପାଇଁ ବୋହୂ ଏବଂ ଝିଅ ସମାନ। ପ୍ରେରଣା ମଧ୍ୟ କୁହନ୍ତି ଯେ ଶ୍ବଶୁର ଘର ଲୋକେ ତାଙ୍କୁ ଏ ଦିଗରେ ପୂରା ସହଯୋଗ କରନ୍ତି।  

{"id":111925,"width":596,"height":447}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.