Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଜାପାନ ସୈନ୍ୟଙ୍କୁ ତାଲିମ୍‌ ଦେବ ଭାରତୀୟ ସେନା- ଟୋକିଓ ଅଲମ୍ପିକ ସୁରକ୍ଷା ପାଇଁ ନେବେ ସ୍ୱତନ୍ତ୍ର ତାଲିମ୍‌

11/12/2019 at 4:21 PM

ନୂଆଦିଲ୍ଲୀ – ଜାପାନ ସୈନ୍ୟଙ୍କୁ ଭାରତୀୟ ସେନ ପକ୍ଷରୁ ତାଲିମ ଦିଆଯିବ । ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲମ୍ପିକ୍‌ ପାଇଁ ଏହି ତାଲିମ୍‌ ଦିଆଯିବ ।

ଆସନ୍ତା ବର୍ଷ ଜାପାନର ରାଜଧାନୀ ଟୋକିଓରେ ଅଲମ୍ପିକ୍‌ ଅନୁଷ୍ଠିତ ହେବ । ଜୁଲାଇ ୨୪ ତାରିଖରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଏହି ଅଲମ୍ପିକ୍‌ ଗେମ୍ସ ଅନୁଷ୍ଠିତ ହେବ । ଏହି ସମୟରେ ସେଠାରେ କିପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ସେ ବିଷୟରେ ଜାପାନ ସୈନ୍ୟମାନଙ୍କୁ ତାଲିମ ଦିଆଯିବ ।

କୌଣସି ପ୍ରକାରର ଧମକ ଓ ଆକ୍ରମଣ ସମୟରେ କିପରି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ସେହି ବିଷୟରେ ତାଲିମ୍‌ ଦିଆଯିବ ।

୨୦୨୦ରେ ଟୋକିଓରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍‌ରେ ଆତଙ୍କବାଦ ଆକ୍ରମଣ ସମ୍ଭାବନା ଥିବା କଥା ବିଭିନ୍ନ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ଏହିପରି ପରିସ୍ଥିତି ମୁକାବିଲା କରିବା ପାଇଁ ଭାରତୀୟ ସେନାର ଅଭିଜ୍ଞତା ରହିଛି । ଉତ୍ତରପୂର୍ବ ଓ କାଶ୍ମୀରରେ ଭାରତୀୟ ସେନା ସଫଳତାର ସହ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିଛି । ଜାପାନ ସେନାର ବିଭିନ୍ନ ସଦସ୍ୟଙ୍କୁ ଭାରତୀୟ ସେନା ବାହିନୀ ପକ୍ଷରୁ ଏପରି ଆକ୍ରମଣକୁ କିପରି ପ୍ରତିହତ କରାଯିବ ସେ ବିଷୟରେ ତାଲିମ ଦିଆଯିବ ।

   Related Posts